TT Ads

ଭଲ କାମ ପାଇଁ ଆପଣ ଆଗେଇ ଆସନ୍ତୁ। ଶହଶହ ହାତ ଆପଣଙ୍କ ସହ ରହିବ। ଯାହା କେବେ ଆପଣ କଳ୍ପନା କରି ନ ଥିବେ। 

ଭୁବନେଶ୍ଵର ବିମାନ ବନ୍ଦରରୁ ନୂଆଦିଲ୍ଲୀ ପ୍ରାୟ ଛ ଘଣ୍ଟାର ବିମାନ ଯାତ୍ରା। ଠିକ୍ ଟେକଅଫ୍ ପୂର୍ବରୁ ଦେଖିଲି ପ୍ଲେନର କବାଟ ଖୋଲା ହେଲା ଆଉ ସଙ୍ଗେ ସଙ୍ଗେ ୧୦ ଜଣ ଭାରତୀୟ ଜୱାନ ଚଢିଲେ। ମୋ ଚାରିପଟ ସିଟରେ ସେମାନେ ବସିପଡିଲେ। ମୁଁହ ଗୁଡା କେମିତି ଶାନ୍ତ, ଗମ୍ଭୀର ସେମାନଙ୍କ। ମୋ ପାଖରେ ବସିଥିବା ଜଣେ ଯବାନଙ୍କୁ ପଚାରିଲି, କୁଆଡେ ଯାଉଛନ୍ତି ଆପଣମାନେ?

ସେ କହିଲେ, ଦୁଇ ସପ୍ତାହର ଟ୍ରେନିଂ ଅଛି, ତା ପରେ ଅପରେସନ।

ଏତିକି କହି ସେ ଚୁପ୍। କି ଅପରେସନ, କେଉଁଠି ଅପରେସନ, କିଛିବି କହିଲେ ନାହିଁ। ବୁଝି ପାରିଲି, କହିବାର ପାର୍ମିଶନ ନାହିଁ…!

ପ୍ରାୟେ ଘଣ୍ଟେ ପରେ ଏୟାର ହୋଷ୍ଟେସ ଘୋଷଣା କଲେ ଆପଣମାନଙ୍କ ଲଞ୍ଚ ସର୍ଭ କରା ଯିବ, ଯେଉଁ ମାନେ ଚାହିଁବେ, ପଇସା ଦେଇ ଲଞ୍ଚ କିଣି ପାରିବେ।

ମନିବେଗ ବାହାର କରୁଛି, ଏହି ସମୟ ରେ ଶୁଣିଲି ସେଇ ଜୱାନ ମାନଙ୍କ ମଧ୍ୟରେ କଥୋପୋକଥନ୍….

ଜଣେ ପଚାରିଲେ- ଖାଇବୁ ?
ଆଉଜଣେ ଧୀରେ ଧୀରେ କହିଲେ, ଏଠି ବହୁତ୍ ଦାମ। ତଳକୁ ଓହ୍ଲେଇ ହୋଟେଲରେ ଖାଇବା।

କ’ଣ ଗୋଟେ ହେଇଗଲା ମୋ ମନ ମଧ୍ୟରେ। ଚୁପଚାପ୍ ଉଠି ଯାଇ ଏୟାର ହୋଷ୍ଟେଶ୍ କୁ କହିଲି, ସେମାନଙ୍କ ସମସ୍ତଙ୍କ ଖାଇବା ବିଲ ମୁଁ ଦେବି, ପ୍ଲିଜ ଆପଣ ସର୍ଭ କରି ଦିଅନ୍ତୁ।

ଏୟାର ହୋଷ୍ଟସ ଝିଅଟି ଆଖି ଛଳ ଛଳ ହୋଇ ଉଠିଲା। ଧୀର ସ୍ୱରରେ ସେ କହିଲା, ସାର ମୋ ଭାଇ କାର୍ଗିଲ ରେ ଲଢ଼ୁଛି ଏବେ। ମୋତେ ଲାଗୁଛି ଯେମିତି ଆପଣ ମୋ ଭାଇକୁ ଖୁଆଉଛନ୍ତି !

ମନଟା କେମିତି ଗୋଟେ ହେଇଗଲା। ସିଟକୁ ଫେରି ଆସିଲି। ଅଧ ଘଣ୍ଟା କଟୁ ନା କଟୁ ସେମାନଙ୍କ ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚିଗଲା। କିଛିଟା ବିସ୍ମିତ ହେଲେ ସେମାନେ କଣ ଭାବିଲେ କେଜାଣି ଖାଇବା ପ୍ୟାକେଟ ଖୋଲି ଖାଇବା ଆରମ୍ଭ କରି ଦେଲେ ସମସ୍ତେ। ଦେଖିକି ଜଣା ପଡ଼ୁଥିଲା ସେମାନେ ସମସ୍ତେ ଖୁଧାର୍ତ ଥିବା ପରି।

ମୁଁ ନିଜର ଲଞ୍ଚ ଶେଷ କରି ଟଏଲେଟ୍ ଆଡ଼କୁ ଯାଉଛି, ହଠାତ୍ ଜଣେ ବୃଦ୍ଧ ଆଗେଇ ଆସିଲେ। କହିଲେ, ମୁଁ ସବୁ ଦେଖିଛି। ଆପଣ ସତରେ ଜଣେ ଭଲ ମଣିଷ, ସାର। ତା ପରେ ମୋ ହାତରେ ଗୋଟେ ୫୦୦ ଟଙ୍କା ନୋଟ୍ ଗେଞ୍ଜି ଦେଇ କହିଲେ, ଏ ଭଲ କାମର ଗୋଟେ ଅଂଶ ମୁ ମଧ୍ୟ ହେବାକୁ ଚାହେଁ….! ମୋତେ କିଛି ଉତ୍ତର ଦେବା ସୁଯୋଗ ନା ଦେଇ ସେ ତାଙ୍କ ସିଟକୁ ଫେରିଗଲେ ଭଦ୍ରଲୋକ ଜଣକ।

ଫେରି ଆସି ଭାବୁଛି, ଏ ସବୁ କଣ ହଉଛି ଦେଖେ। ପାଇଲଟ୍ ନିଜେ ମୋ ସିଟ୍ ପାଖକୁ ଆସିଲେ! ବିସ୍ମିତ ହେଇ ସିଟବେଲ୍ଟ ଖୋଲି ଛିଡ଼ାହେଲି। ସେ ହସି କହିଲେ, “ଆପଣଙ୍କ ସହିତ ହାତ ମେଳେଇବାକୁ ଆସିଲି।”

ମୁଁ ଆହୁରି ଅଧିକ ବିସ୍ମିତ ହେଇ ପଚାରିଲି, ” କାହିଁକି ସର?” ସେ କହିଲେ, ” ମୁଁ ନିଜେ ଦିନେ ଫାଇଟର ପାଇଲଟ୍ ଥିଲି। ସେ ସମୟ ରେ ଜଣେ ଅଚିହ୍ନା ଭଦ୍ରବ୍ୟକ୍ତି ମୋତେ ଖୁଆଇଥିଲେ। ଆଜି ଆପଣ ମୋତେ ସେଇ ମୁହୂର୍ତ୍ତ ଟା ମୋତେ ଫେରେଇଦେଲେ….. ମୁଁ ସବୁ ଶୁଣିଛି କେବିନ୍ କ୍ରୁ ପାଖରୁ….!”

ହଠାତ୍ ଚାରି ପଟୁ ହାଥତାଳି ଗୁଞ୍ଜି ଉଠିଲା। ମୁଁ ବହୁତ୍ ଲଜ୍ଜ୍ୟା ରେ ପଡ଼ିଗଲି। କାରଣ ମୁଁ ତ ସେମିତି କିଛି ଭାବିକି କିଛି କରିନି। ମନ କହିଲା, ସେଇଥି ପାଇଁ କରିଥିଲି…. ହାତତାଳି ପାଇବା ପାଇଁ ତ କିଛି କରିନଥିଲି….!

କିଛି ସମୟ ପରେ, ଜଣେ ୧୮ ବର୍ଷ ବୟସି ପିଲା ମୋ ପାଖକୁ ଆସି ହସି କି ମୋ ସହିତ ହାତ ମେଳେଇଲା, ଟା ପରେ ଗୋଟେ ଟୁକୁରା କାଗଜ ମୋ ହାତରେ ଗେଞ୍ଜୀ ଦେଇ ଚାଲି ଗଲା। ମୁଁ କେମିତି ଟିକେ ଭାବରେ ବିଭ୍ୱଳ ହେଇ ପଡ଼ିଥିଲି….!

ବିମାନ ଅବତରଣ କଲା।
ମୋର ବ୍ୟାଗ୍ ଓହ୍ଲାଉଛି, ଏଇ ସମୟର ଜଣେ ଭଦ୍ରଲୋକ ଚୁପଚାପ୍ ମୋ ପକେଟ୍ ରେ କିଛି ପୁରାଇ ଦେଇ ବ୍ୟସ୍ତ ହେଇ ଆଗକୁ ବଢ଼ି ଗଲେ। ପୁଣି ଗୋଟେ ନୋଟ୍। ଲାଗେଜ ବେଲ୍ଟ ପାଖରେ ପହଞ୍ଚି ଦେଖିଲି ସେଇ ଦଶ ଜଣ ସୈନିକ ବି ଛିଡା ହୋଇଛନ୍ତି ତାଙ୍କ ଲାଗେଜେ ଅପେକ୍ଷାରେ। ମୁଁ ଦୌଡ଼ି ଗଲି ତାଙ୍କ ପାଖକୁ….. କହିଲି, “ଏଇ ଟଙ୍କା ତକ ରଖନ୍ତୁ। ଏଗୁଡ଼ା କିଛି ଦେଶବାସୀଙ୍କ ଆପଣ ମାନଙ୍କ ପାଇଁ ଭଲ ପାଇବାର ଏକ ନିଦର୍ଶନ ମାତ୍ର। ଆପଣ ମାନେ ଆମ ପାଇଁ ଯାହା କରନ୍ତି, ଏଇ ସାମାନ୍ୟ ଟଙ୍କା ଦେଇ ତା ଭରଣା କରିବା କେଭେବି ସମ୍ଭବ ନୁହଁ। ମୁଁ କେବଳ ଆପଣ ମାନଙ୍କ ପ୍ରତି ମୋର କୃତଜ୍ଞତା ଜଣେଇବାକୁ ଆସିଛି ମାତ୍ର।”

ସେମାନେ ଚୁପଚାପ୍ ଛିଡା ହେଇଥିଲେ। କାହାରି ଆଖି ରେ ଲୁହ ଟା କାହାରି ମୁହଁରେ ହସ। ଗୋଟେ ପ୍ଲେନ ଭର୍ତ୍ତି ଦେଶବାସୀଙ୍କ ଭଲ ପାଇବା କୁ ଜାବୁଡ଼ି ଧରି ଏଥର ସେମାନେ ଆଗେଇ ଯିବେ….!!

ଗାଡ଼ିରେ ବସିଲି।
ଆଖି ବନ୍ଦ କରି ପ୍ରାର୍ଥନା କରିଲି….. ” ହେ ଈଶ୍ୱର, ଏମାନଙ୍କୁ ଭଲରେ ରଖ…… ଏମାନେ ତ ନିଜ ପ୍ରାଣ କୁ ହାତରେ ଧରି ମୃତ୍ୟୁ ଆଡ଼କୁ ମାଡ଼ି ଯାଆନ୍ତି ଦେଶ ପାଇଁ।”

ଜଣେ ସୈନିକ ମାନେ, ଯେମିତି ଦେଶ ନାମ ରେ ଲେଖି ଦେଇଥିବା ଗୋଟେ ବ୍ଲାଙ୍କ ଚେକ୍…. ଯେତେବେଳେ ଦରକାର୍ ଦେଶ ପାଇଁ ତାର ଜୀବନ ମଧ୍ୟ ଉଠେଇ ନେଇ ପାରିବେ ଦେଶବାସୀ…. ଯେଉଁଟା ସେମାନେ ତାଙ୍କ ଜୀବନ ଦେଇ ମଧ୍ୟ ପୁରାଣ କରିବାକୁ ରାଜି।

ଆଉ ଆମ ମାନଙ୍କ ମଧ୍ୟରେ ଅନେକ ଏଇଟାକୁ ବୁଝିବାକୁ ମଧ୍ୟ ରାଜି ନୁହନ୍ତି।

(ସାମାଜିକ ଗଣମାଧ୍ୟମରୁ ସଂଗୃହିତ। @Laurdes alexander )

ଭାରତର ବିଜୟ ପାଇଁ କାହାକୁ ଶ୍ରେୟ ଦେଲେ ରାଜନାଥ

TT Ads

Leave a Reply

Your email address will not be published. Required fields are marked *