TT Ads

ଚୀନ୍‌ରେ ବିବାହ ପାଇଁ ମିଳୁନାହାନ୍ତି ଝିଅ। ଯାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ବିବାହ ସମସ୍ୟାର ସମ୍ମୁଖୀନ ହେଉଥିବା ଅନେକ ଚୀନ୍‌ ପୁରୁଷ ଏବେ ଅନ୍ୟଦେଶରୁ ଯୁବତୀ କ୍ରୟ କରୁଛନ୍ତି। ବିଶେଷକରି ମିଆଁମାର, ଭିଏତନାମ ଏବଂ ଦକ୍ଷିଣ-ପୂର୍ବ ଏସିଆରୁ ଯୁବତୀଙ୍କୁ କ୍ରୟ କରାଯାଉଥିବା ଜଣାପଡ଼ିଛି

ସେଠାକାର ସରକାରୀ ପରିସଂଖ୍ୟାନ ଅନୁସାରେ ୨୦୦୦ ଦଶକରେ ଚୀନ୍‌ରେ ପ୍ରତି ୧୦୦ ଝିଅଙ୍କ ପାଇଁ ୧୨୧ ପୁଅ ଜନ୍ମ ହେଉଥିଲେ। କିଛି ପ୍ରଦେଶରେ, ଏହି ଅନୁପାତ ପ୍ରତି ୧୦୦ ଝିଅଙ୍କ ତୁଳନାରେ ୧୩୦ ପୁଅ ଥିଲା। ଏହାର ପ୍ରଭାବ ସାରା ଦେଶ ଉପରେ ପଡ଼ିଛି। ବିଶେଷକରି ୧୯୮୦ ଦଶକରେ ଜନ୍ମିତ ଚୀନ୍‌ ପୁରୁଷମାନେ ଜୀବନସାଥୀ ପାଇ ପାରୁନାହାନ୍ତି। ୨୦୨୩ ମସିହାରେ ଏହି ସଂଖ୍ୟା ୭୭ ଲକ୍ଷ ପଞ୍ଜିକୃତ ହୋଇଥିବା ବେଳେ ୨୦୨୪ ରେ ଚୀନ୍‌ରେ କେବଳ ୬୧ ଲକ୍ଷ ବିବାହ ପଞ୍ଜିକୃତ ହୋଇଛି।
ଏହି ହ୍ରାସ ଏତେ ଗୁରୁତର ହୋଇଛି ଯେ, ଚୀନ୍‌ର ଜାତୀୟ ରାଜନୈତିକ ପରାମର୍ଶଦାତା ଚେନ୍‌ ସୋଙ୍ଗସି ବିବାହ ପାଇଁ ଆଇନଗତ ବୟସ ୨୨ରୁ ୧୮ ବର୍ଷକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଗୋଟିଏ ପଟେ, ଯେତେବେଳେ ଚୀନ୍‌ର ଯୁବପିଢ଼ି ବିବାହ କରିବାକୁ ପଛଘୁଞ୍ଚା ଦେଉଛନ୍ତି, ଅନ୍ୟପଟେ ବିବାହ ପାଇଁ ବିଦେଶୀ କନ୍ୟା ଚାଲାଣ ମଧ୍ୟ ବୃଦ୍ଧି ପାଉଛି।
ବିବାହ ପ୍ରତି ଚୀନ୍‌ ଯୁବକ ଯୁବତୀଙ୍କ ଆଗ୍ରହ ହ୍ରାସ ପାଉଛି। ଏହାର ଅନେକ କାରଣ ଅଛି ଯେପରିକି ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ଉଚ୍ଚଶିକ୍ଷା, କ୍ୟାରିୟର ଉପରେ ଧ୍ୟାନ ଏବଂ ସମାଜରେ ପରିବର୍ତ୍ତନଶୀଳ ଚିନ୍ତାଧାରା। ବିଶେଷକରି ସହରୀ ମହିଳାମାନେ ଏବେ ପାରମ୍ପରିକ ବିଶ୍ୱାସକୁ ଭାଙ୍ଗି ବିବାହ ଏବଂ ମାତୃତ୍ୱକୁ ଆବଶ୍ୟକ ବୋଲି ଭାବୁ ନାହାନ୍ତି।
TT Ads

Leave a Reply

Your email address will not be published. Required fields are marked *