ଭାରତରେ ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶରେ ଅମୃତ ସ୍ନାନ ପୂର୍ବରୁ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଅନେକ ଆହତଙ୍କ ସଂଖ୍ୟା ଶହେରୁ ଅଧିକ ହେବ ବୋଲି କୁହାଯାଉଛି।
ଖବର ନେବାରୁ ଜଣା ପଡ଼ିଛି ଯେ ବୁଧବାର ମୌନୀ ଅମାବାସ୍ୟା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୂର୍ବ ରାତିରୁ ଭିଡ ଲାଗି ରହିଥିଲା। ରାତି ପ୍ରାୟ ୧୦ ଟାରୁ ଭିଡ ବଢ଼ିଥିବା ବେଳେ ସାଢ଼େ ୧୨ ଟା ରୁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା, ପୁଲିସ, ସୁରକ୍ଷା କର୍ମୀ ଓ ସ୍ୱେଚ୍ଛାସେବୀଙ୍କ ଉଦ୍ୟମ ସତ୍ତ୍ବେ ରାତି ପ୍ରାୟ ଗୋଟାଏ ବେଳକୁ ଆଉ ସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନ ଥିଲା। ଫଳରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବୟସ୍କ ଲୋକେ ଭିତରେ ଚାପି ହୋଇ ଯାଇଥିଲେ। ଯେଉଁଥିରେ ଅନେକ ତଳେ ପଡ଼ି ଯାଇଥିଲେ। ଅନ୍ୟମାନେ ଭିଡରୁ ବାହାରିବା ପାଇଁ ଚେଷ୍ଟା କରିବା ବେଳେ ତଳେ ପଡ଼ି ମୃତ୍ୟୁବରଣ କରିଥିଲେ। ଏଥିରେ ମୃତକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଶିବିରରେ ରଖା ଯାଇଥିବା ବେଳେ ଅସୁସ୍ଥଙ୍କୁ ଅସ୍ଥାୟୀ ଡାକ୍ତରଖାନାରେ ଚିକିତ୍ସା କରା ଯାଉଛି। ଅପରପକ୍ଷେ ଘଟଣାର ପରେ ଅମୃତ ସ୍ନାନକୁ ଆଖଡ଼ା ପରିଷଦ ପକ୍ଷରୁ ବାତିଲ କରାଯାଇଛି।
ଦୁର୍ଘଟଣାସ୍ଥଳରୁ ହଜାର ହଜାର ସଂଖ୍ୟକ ବସ୍ତ୍ର, ଜୋତା ଏବଂ ଅନ୍ୟାନ୍ୟ ପରିତ୍ୟକ୍ତ ସାମଗ୍ରୀ ଉପରେ ପଡ଼ିରହିଛି।
ଉତ୍ତର ଭାରତର ଉତ୍ତରପ୍ରଦେଶ ରାଜ୍ୟରେ ଏକ ବିଶାଳ ଧାର୍ମିକ ମହୋତ୍ସବରେ ଏକ ଡଜନରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଭାରତର କୁମ୍ବ ମେଲା ହେଉଛି ଏକ ବିଶାଳ ହିନ୍ଦୁ ପର୍ବ ଯାହା ଗଙ୍ଗା ନଦୀ କୂଳରେ ଆୟୋଜିତ ହୋଇଥାଏ। ପବିତ୍ର ଜଳରେ ଗାଧୋଇବାକୁ ଚେଷ୍ଟା କରୁଥିବା ଅନ୍ୟ ଉପାସକମାନେ ନଦୀ କୂଳରେ ଶୋଇଥିବା ବେଳେ ଏହି ଦଳାଚକଟା ଘଟିଥିବାର ଦେଖା ଦେଇଥିଲା।


