TT Ads

ଅଜ୍ଞାନୀ ଆଉ ଜ୍ଞାନୀଙ୍କ ମଧ୍ୟରେ ଗୋଟିଏ ଫରକ ହେଉଛି ଜ୍ଞାନୀମାନେ ଈଶ୍ୱରଙ୍କୁ କେବେ ବି କିଛି ମାଗନ୍ତି ନାହିଁ। ହେଲେ ଅଜ୍ଞାନୀମାନେ ସୁଯୋଗ ପାଇବା ମାତ୍ରେ ସବୁକିଛି ମାଗିନିଅନ୍ତି

ରାଜା ଦାନବୀର ବଳିଙ୍କ ସମୟର କଥା । ଋଷି କଶ୍ୟପ ଓ ଅଦିତିଙ୍କ ପୁତ୍ର ତିବିକ୍ରମ ପିତାମାତାଙ୍କଠୁ ଅନୁମତି ନେଇ ଦିନେ ବଳିଙ୍କ ଦରବାରକୁ ବାହାରିଗଲେ । ଅନେକ ବାଟ ଚାଲିବା ପରେ ବାଟରେ ଗଙ୍ଗାନଦୀ ପଡ଼ିଲା । ନଉକାରେ ବସି ସେ ଗଙ୍ଗାପାରି ହେଲେ। ଗଙ୍ଗା ଆରପାରିରେ ପହଞ୍ଚି ବାମନ ନାଉରିଆକୁ ପଚାରିଲେ: କୁହ, ମୋ ପାଉଣା କେତେ ହେଲା? ନାଉରିଆ ହସିଲା। ସେ ସିନା ଜାତିରେ କୈବର୍ତ୍ତ ଥିଲା। ହେଲେ ସେ ଥିଲା ପରମଜ୍ଞାନୀ। ନାଉରିଆ ହାତ ଯୋଡ଼ି ବସିପଡ଼ିଲା । କହିଲା, ଆମ ଦୁହିଙ୍କ ବୃତ୍ତି ତ ସମାନ। ମୁଁ ଲୋକଙ୍କୁ ଗଙ୍ଗା ପାରି କରାଉଛି। ଆପଣ ଲୋକଙ୍କୁ ଭବ ସାଗର ପାରି କରାଉଛନ୍ତି। ସମାନ ବୃତ୍ତିଧାରୀ କ’ଣ କିଏ କାହାଠୁ ପାଉଣା ନିଏ? ତେଣୁ ଆମେ ଦୁହେଁ ଆମ ଦୁହିଙ୍କଠାରୁ କି ପାଉଣା ନେବା? କାହିଁକି ବା ପାଉଣା ନେବା? ମୁଁ ଆପଣଙ୍କୁ ଗଙ୍ଗା ପାରି କରିଦେଲି। ସମୟ ଆସିଲେ, ଆପଣ କ’ଣ ମତେ ଭବ ସାଗର ପାରି କରିବେନି କି ? ଏହା ହୁଏ ତ ଗପଟିଏ ହୋଇପାରେ ହେଲେ ଏଥିରୁ ଅନେକ କଥା ଶିକ୍ଷା କରିବାର ଅଛି।

TT Ads

Leave a Reply

Your email address will not be published. Required fields are marked *