ଜାଣିଲେ ଆପଣଙ୍କୁ ଆଶ୍ଚର୍ୟ୍ଯ ଲାଗିପାରେ ଯେ କୁମ୍ଭ ମେଳାକୁ ମାଳ ବିକ୍ରି କରିବାକୁ ଆସିଥିବା ନୀଳ ନୟନା ମୋନାଲିସା ଭୋସଲେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।
ସିନେମା ଅଫର୍ ଦେବା ପାଇଁ ମୋନାଲିସାଙ୍କୁ ଭେଟିଛନ୍ତି ନିର୍ଦ୍ଦେଶକ ମନୋଜ ମିଶ୍ର। ମନୋଜ ତାଙ୍କ ଗାଁ କୁ ଯାଇ ଭେଟିଛନ୍ତି ଓ ଫିଲ୍ମରେ ଅଭିନୟ ପାଇଁ ରହିଥିବା କହିଛନ୍ତି ମନୋଜ। ତେବେ ଏହି ଫିଲ୍ମଟି ମଣିପୁର ଘଟଣା ଉପରେ ଆଧାରିତ। ଯାହାର ନାଁ ରଖା ଯାଇଛି ଦ’ ଡାଏରୀ ଅଫ୍ ମଣିପୁର’। ମୋନାଲିସା ଏଥିରେ ଜଣେ ସେନା ଅଧିକାରୀଙ୍କ ଝିଅ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ତେବେ ସୁଟିଂ ପୂର୍ବରୁ ମୋନାଲିସଙ୍କୁ ତିନି ମାସିଆ ଅଭିନୟ ତାଲିମ ଦିଆଯିବ। ଫେବୃଆରୀରୁ ଏପ୍ରିଲ ପଯ୍ୟନ୍ତ ଅଭିନୟ ତାଲିମ ନେବା ପରେ ଏପ୍ରିଲରୁ ସୁଟିଂ ଆରମ୍ଭ ହେବ। ମେ’ରୁ ଜୁନ ଭିତରେ ସୁଟିଂ ସରି ଅକ୍ଟୋବର ସିନେମା ରିଲିଜ୍ ହେବ ବୋଲି କହିଛନ୍ତି ନିର୍ଦ୍ଦେଶକ ମନୋଜ।

ପ୍ରକାଶ ଥାଉ କି ମଧ୍ୟପ୍ରଦେଶରୁ ଉତ୍ତରପ୍ରଦେଶର ପ୍ରୟାଗରାଜ କୁମ୍ଭମେଳାରେ ମାଳ ବିକିବା ପାଇଁ ଆସିଥିଲେ ମୋନାଲିସା। କିନ୍ତୁ ତାଙ୍କର ନୀଳ ନୟନ ଓ ଗହମ ବର୍ଣ୍ଣର ସୌନ୍ଦର୍ଯ୍ୟ ଲୋକେ ବିମୁଗ୍ଧ ହୋଇ ଶେଲ୍ଫି ନେଇଥିଲେ। ପରେ ଲୋକଙ୍କ ଭିଡ ମୋନାଲିସା ଙ୍କ ପାଖରେ ଜାମିଥିଲା। ଏଭଳି ହେଲା ଯେ ସେ ମେଳା ପରିସରରୁ ଲୁଚି ପଳାଇବାକୁ ବାଧ୍ୟ ହେଲେ।


