ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଝିଅ ଜ୍ବାଇଁ କହି ବଦବଡିଆଙ୍କୁ ଠକୁଥିଲେ ଯୁବକ ଯୁବତୀ

ଭୁବନେଶ୍ୱର, ୩୦/୧୨ (ଓଡ଼ିଶା ଜାଗରଣ): ଠକେଇ ପାଇଁ ଭିନ୍ନ ଭିନ୍ନ ତରିକା ଅସ୍ପାନାଉଛନ୍ତି ଠକ। ରାଜ୍ୟର ପ୍ରତିଷ୍ଠିତ ଲୋକଙ୍କ ନାଁ ନେଇ ଦୀର୍ଘଦିନ ଧରି ଠକେଇ କରି ଆସୁଥିଲେ ଯୁବକ ଯୁବତୀ। ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ବୋଲି କହି ଠକେଇ କରୁଥିବା ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ କଳାହାଣ୍ଡିର ହଂସିକା ଅଭିଲିପ୍ସା ଓ ଭୁବନେଶ୍ୱରର ଅନିଲ ମହାନ୍ତି।

ଅନିଲ ଜଣେ ବ୍ୟବସାୟୀ। ତାଙ୍କ ନାଁରେ ଦୁଇଟି ପଞ୍ଜୀକୃତ କମ୍ପାନୀ ମଧ୍ୟ ରହିଛି। ପଟିଆରେ ନିଜର କାର୍ଯ୍ୟାଳୟ ମଧ୍ୟ ଖୋଲିଛନ୍ତି। ଅନିଲଙ୍କ ବନ୍ଧବୀ ହେଉଛନ୍ତି କଳାହାଣ୍ଡି ହଂସିକା। ଉଭୟ ଏବେ ଭୁବନେଶ୍ୱରରେ ରହୁଛନ୍ତି। ସବୁଠୁ ବଡ଼ କଥା ହେଉଛି ଉଭୟ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ବୋଲି ପରିଚୟ ଦେଇ ପ୍ରତିଷ୍ଠିତ ଲୋକଙ୍କୁ ଟାର୍ଗେଟ କରୁଥିଲେ। ଖାଲି ସେତିକି ନୁହେଁ, ଓଡ଼ିଶାର ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏଜି ଗିରିଶ ମୁର୍ମୁଙ୍କ ପରି ବଡ଼ବଡ଼ିଆଙ୍କ ସହିତ ନିଜର ଫଟୋକୁ ଏଡିଟ୍‌ କରି ଦେଖାଉଥିଲେ। ଆଉ ବିଭିନ୍ନ ଉପାୟରେ ଠକି ନେଉଥିଲେ କୋଟିକୋଟି ଟଙ୍କା। ପୁଲିସ ଅଭିଯୋଗ କ୍ରମେ ତଦନ୍ତ କରୁଛି।

ହଷ୍ଟେଲରୁ ମିଳିଲା ସୋନାଲି ସଂଘମିତ୍ରାଙ୍କ ମୃତଦେହ। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ।

ଭୁବନେଶ୍ୱର, ୩୦/୧୨(ଓଡ଼ିଶା ଜାଗରଣ): ଭୁବନେଶ୍ୱର ପଟିଆର ଏକ ହଷ୍ଟେଲରୁ ଜଣେ ମହିଳା ଫୁଡ୍ ବ୍ଲଗରଙ୍କ ମୃତଦେଉ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଲେ ସୋନାଲି ସଂଘମିତ୍ରା ପରିଡ଼ା। ସୋନାଲିଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ।
ପରିବାର ଲୋକେ ସୋମବାର ସକାଳେ ସୋନାଲିଙ୍କ ମୋବାଇଲକୁ ଫୋନ୍ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ପରିବାର ଲୋକେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍ କରିବାରୁ ସୋନାଲିଙ୍କ ଦେହ ଗୁରୁତର ଅସୁସ୍ଥ ଥିବା କହିଥିଲେ। ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ତେବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ସୋନାଲି ଭୁବନେଶ୍ୱର ପଟିଆ ଅଞ୍ଚଳର ହଷ୍ଟେଲରେ ଗତ ତିନିବର୍ଷ ହେଲା ରହି ଆସୁଥିଲେ। ଗତ ଦୁଇବର୍ଷ ଧରି ଏକ ବିଲଡର ସଂସ୍ଥାରେ କାମ କରୁଥିଲେ। ସେ ଜଣେ ଜଣାଶୁଣା ଫୁଡ୍ ବ୍ଲଗର ଥିଲେ।

ଦୁଇ ଅଙ୍କ ଛୁଇଁ ପାରିଲିନି ଭାରତୀୟ ଟିମ୍
ନୂଆଦିଲ୍ଲୀ, ୩୦/୧୨
ମେଲବର୍ଣ୍ଣରେ ଚାଲିଥିବା ୫ର୍ଥ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାସ୍ତ ହୋଇଛି ଭାରତ। ଅଷ୍ଟ୍ରେଲିଆ ଦଳ ୧୮୪ ରନରେ ଚତୁର୍ଥ ଟେଷ୍ଟ ଜିତିଲା। ତେବେ ଭାରତର ୮ ଜଣ ଖେଳାଳି ଲଗିପଡ଼ି ଦୁଇ ଅଙ୍କ ଛୁଇଁ ପାରିଲିନି। ଯାହା ଭାରତ ପାଇଁ ଏକ ବଡ ଲଜ୍ଜାଜନକ ପରାଜୟ ବୋଲି କୁହାଯାଇ ପାରିବ। ଭାରତ ପ୍ରଥମ ଇନିସରେ ୩୭୯ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିସରେ ୧୫୫ ରନ୍ କରିଥିଲା। ସେହିଭଳି ଅଷ୍ଟ୍ରେଲିଆ ଦଳ ପ୍ରଥମ ମ୍ୟାଚରେ ୪୭୪ ଓ ଦ୍ଵିତୀୟ ଟେଷ୍ଟରେ ୨୩୪ ରନ୍ କରିଥିଲା।

ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ସାହୁ ଭାଉଜ ଓରଫ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାଲକାନଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି। ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି। ସେହିଭଳି ଯାତ୍ରାର ଆୟୋଜକ କୋତାମେଟା କମିଟି ନାଁରେ ବି ହୋଇଛି ମାମଲା। ଅଶ୍ଳୀଳ ନୃତ୍ୟକୁ ଉସୁକାସିବ ଅଭିଯୋଗରେ ବିଏନଏସ-୨୯୬ ରେ ମାମଲା ରୁଜ୍ଜୁ ହୋଇଛି। ଅପରପକ୍ଷେ ମାଥିଲି ଥାନା ଆଇଆଇସି ନାମରେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ କରୁଛନ୍ତି ମାଲକାନଗିରି ଏସଡିପିଓ।
ପ୍ରକାଶ ଥାଉ କି ଗତ ତିନିଦିନ ତଳେ ଏକ ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ନୃତ୍ୟ ପରିବେଷଣ ନେଇ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁ ମଞ୍ଚର ତଳେ ଇନ୍ସପେକ୍ଟର ପୁଲିସ ପୋଷାକ ପିନ୍ଧି ବସିଥିଲେ। ଭାଇ ପରେ ମାମଲା ରୁଜ୍ଜୁ ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା।

ଦୀର୍ଘଦିନ ବଞ୍ଚିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର ଲୋକ
ୱାଶିଂଟନ, ୩୦/୧୨(ଓଡ଼ିଶା ଜାଗରଣ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର ୧୦୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ହେଉଛନ୍ତି ଇତିହାସରେ ସର୍ବାଧିକ ବୟସ ବଞ୍ଚିଥିବା ରାଷ୍ଟ୍ରପତି। ସେ ଥିଲେ ଆମେରିକାର ୩୯ ତମ ରାଷ୍ଟ୍ରପତି। ସେ ୧୯୭୭ରୁ ୨୯୮୧ ମସିହା ୪ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିଲେ। ସେ ତାଙ୍କ ପ୍ରତିଦ୍ବନ୍ଦୀ ଆର୍ ଫୋର୍ଡଙ୍କୁ ହରାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୨୪ ଅକ୍ଟୋବର ୧ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ ଓ ୧୯୬୦ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ। ୧୯୭୧ ରେ ସେ ଜର୍ଜିଆର ଗଭର୍ଣ୍ଣର ହେବା ପରେ ରିପବ୍ଲିକ ପାର୍ଟିରୁ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେ ୩୦ ଟି ପୁସ୍ତକ ରଚନା କରିଥିବା ବେଳେ ୨୦୦୨ ମସିହାରେ ନୋବେଲ ଶାନ୍ତି ପୁରସ୍କାର ଲାଭ କରିଥିଲେ।
ତେବେ ବାୟସାଧିକ୍ କାରଣରୁ ରୋଗରେ ପୀଡିତ ହୋଇଥିଲେ। ସେ ସ୍କ୍ରିନ କ୍ୟାନସର ରୋଗରେ ପୀଡ଼ିତ ଥିଲେ ବୋଲି କୁହାଯାଉଛି। ତାଙ୍କ ବିୟୋଗରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ରୋନାଲ୍ଡ ଟ୍ରମ୍ପ, ପୂର୍ବତନ ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି।

ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ ଗଜପତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବ

ଭୁବନେଶ୍ୱର, ୩୦/୧୨(ଓଡ଼ିଶା ଜାଗରଣ): ଆଉ ଦିନକ ପରେ ନୂଆବର୍ଷ। ତେବେ ନୂଆବର୍ଷ ପୂର୍ବରୁ ରାଜ୍ୟର ତାପମାତ୍ରା ଅହେତୁକ ଭାବେ ହ୍ରାସ ପାଇବାର ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅର୍ଥାତ୍ ନୂଆବର୍ଷକୁ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ। ରାଜ୍ୟର ଅଧିକାଂଶ ଅଞ୍ଚଳର ତାପମାତ୍ରା ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଗତ ସପ୍ତାହ ତଳର ଶୀତ ଜାରିରହିବା କଥା। କିନ୍ତୁ ଗତ ସପ୍ତାହରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଶୀତ କମ୍ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବର୍ଷା ହୋଇ ନ ଥିବାରୁ ଶୀତର ପ୍ରଭାବ ବୃଦ୍ଧି ପାଇବ।

ଆଜିଠାରୁ ସୁନ୍ଦରଗଡ଼ ଓ ଝାରସୁଗୁଡାର ତାପମାତ୍ରା ରାଜ୍ୟର ସବୁଠାରୁ କମ୍ ରହିବ। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶା ଯଥା କନ୍ଧମାଳ, କୋରାପୁଟ ଓ ଗଜପତି ଜିଲ୍ଲାର ତାପମାତ୍ରା ମଧ୍ୟ ଯଥେଷ୍ଟ ହ୍ରାସ ପାଇବ। ନୂଆବର୍ଷ ଆରମ୍ଭରୁ ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

ଶରୀର ମଧ୍ୟରେ ପ୍ରକାଶ କରି ପାରୁ ନ ଥିବା ବ୍ୟକ୍ତିର ମାନସିକ ଭାବନାକୁ ପଢ଼ିହୁଏ

ଭୁବନେଶ୍ୱର, ୨୮/୧୨ (ଅର୍ପଣ ଆଦର୍ଶ): ମୋବାଇଲ ଓ ବୈଦ୍ୟୁତିକ ଯନ୍ତ୍ରପାତିରେ ଚିପ୍ ବ୍ୟବହାର କରାଯିବା ଆପଣ ଜାଣିଥିବେ। କିନ୍ତୁ ମଣିଷ ମୁଣ୍ଡରେ ବି ଲାଗିପାରିବ ଚିପ। ଏ କଥାଟି ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଏ ଭଳି ଚିନ୍ତନ ପ୍ରଥମେ କରିଥିଲେ ବିଶ୍ବର ଅନ୍ୟତମ ଧନୀ ଏଲନ୍ ମସ୍କ। ଏହାକୁ ନ୍ୟୁରାଲିଙ୍କ୍ ବୋଲି ଅବିହିତ କରାଯାଇଛି।

ମାନସିକ ଅନଗ୍ରସର ଓ ଦିବ୍ୟଙ୍ଗଙ୍କ ମନର ଭାବନା ଓ କଥାକୁ ଜାଣିବା ପାଇଁ ଏଭଳି ଚିପ ଉଦ୍ଭାବନ କରିଥିଲେ ମସ୍କ୍। ଏହା ୨୦୧୬ ମସିହାରେ ଉଦ୍ଭାବନ କରିଥିଲେ ମଧ୍ୟ ଲୋକଲୋଚନକୁ ଆସିଥିଲା ୨୦୧୭ ମାର୍ଚ୍ଚରେ। ଏହି ଚିପର ଆକାର ଏକ ପାଉଣ୍ଡ କଏନ ଭଳି। ଯାହା ସ୍ନାୟୁ ସହ ସଂଯୋଗ କରାଯାଇଥାଏ। ଯାହାର ସଂଯୋଗ କମ୍ପ୍ୟୁଟର ସହ କରାଯାଇଥାଏ। ମଣିଷର ଯାହା କହିବାକୁ ଚାହେଁ ତାହା ପ୍ରକାଶ କରି ନ ପାରିଲେ ମଧ୍ୟ ନ୍ୟୁରୋ ଲିଙ୍କ୍ ମାଧ୍ୟମରେ ଜଣା ପଡ଼ିବ। କଥା କହିପାରୁ ନ ଥିବା ବା ମନର ଭାବନାକୁ ପ୍ରକାଶ କରିପାରୁ ନ ଥିବା ଦୃଷ୍ଟିହୀନ, ବଧିର ଓ ପକ୍ଷାଘାତ ରୋଗୀର ସମସ୍ୟାକୁ ଏହା ମାଧ୍ୟମରେ ଜାଣି ହୁଏ।
ତେବେ ଏହି ବିସିଆଇ (ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସ୍) ଭଳି କୂତ୍ରିମତାର ବ୍ୟବହାର କରିବାର ନକାରାତ୍ମକ ପ୍ରଭାବ ରହିଛି। ଯେମିତି ଏହା ମସ୍ତିଷ୍କ ସଂକ୍ରମଣ ସହ ରକ୍ତସ୍ରାବ ଏବଂ ଟିଶୁ ନଷ୍ଟ କରିବାର ଆଶଙ୍କା ରହିଛି।

ସେହିଭଳି ଏହାକୁ ଚାର୍ଜ କରିବା ପାଇଁ ବ୍ୟାଟେରୀ ସଂଯୋଗ ହୋଇଥିବାରୁ ଏହାର କୁପ୍ରଭାବ ମୁଣ୍ଡ ବା ଶରୀର ଉପରେ ପକାଇ ପରେ। ଏହି ଚିପ ବିଶ୍ବର ଦୁଇଜଣଙ୍କ କ୍ଷେତ୍ରର ଏପର୍ଯ୍ୟନ୍ତ ବ୍ୟବହାର କରାଯାଇଛି। ଏହା ଆମେରିକାର ୨୯ ବର୍ଷୀୟ ଯୁବକ ନୋଲାଣ୍ଡ ଆର୍ବଘ୍ ଏବଂ ଆଲେକ୍ସଙ୍କ ମସ୍ତିଷ୍କରେ ବ୍ୟବହାର କରାଯାଇଛି। ନୋଲାଣ୍ଡ ସ୍ନାୟୁ ଜନିତ ସମସ୍ୟା ଯୋଗୁଁ ପକ୍ଷାଘାତ ଆକ୍ରାନ୍ତ ଥିବା ବେଳେ ଆଲେକ୍ସ ମେରୁଦଣ୍ଡ ଜନିତ ସମସ୍ୟା ଯୋଗୁଁ ପକ୍ଷାଘାତ ଶିକାର ହୋଇଥିଲେ। ତେବେ ଆଲେକ୍ସ୍ ଏହା ମାଧ୍ୟମରେ କମ୍ପ୍ୟୁଟର ମାଧ୍ୟମରେ ଖେଳି ପାରୁଥିଲେ।

ପୁରୀ, ୨୮/୧୨(ଓଡ଼ିଶା ଜାଗରଣ) : ଶ୍ରୀମନ୍ଦିରରେ ପ୍ରବେଶକୁ ସହଜ କରିବା ପାଇଁ ଶୃଙ୍ଖଳିତ ଦର୍ଶନଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ନୂଆବର୍ଷ ପୂର୍ବଦିନ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖରେ କେବଳ ସିଂହଦ୍ଵାର ଦେଇ ସାଧାରଣ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ।କିନ୍ତୁ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରି ପାରିବେ ଭକ୍ତ। ପ୍ରକାଶ ଥାଉ କି ଗତ ୨୭ ଓ ୨୮ ତାରିଖ ଦୁଇଦିନ ଧରି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଟ୍ରାଏଲ୍ ରନ୍ ହେବାର ଥିଲା। କିନ୍ତୁ ଆଗକୁ ନୂଆ ବର୍ଷ ସହ ଅନ୍ୟାନ୍ୟ ବିଶେଷ ପର୍ବ ଥିବାରୁ ଭିଡ଼କୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ଦୁଇଦିନ ପାଇଁ ସିଂହଦ୍ଵାର ଦେଇ ପ୍ରବେଶ କରିପାରିବେ ଭକ୍ତ। ଏଥିପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କ ସହଯୋଗ କାମନା କରାଯାଇଛି

କଟକ, ୨୮/୧୨(ଓଡ଼ିଶା ଜାଗରଣ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓସିଏ ପଦ ଛାଡିଛନ୍ତି। ନିଜର ବ୍ୟକ୍ତିଗତ କାରଣରୁ ସେ ପଦରୁ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ଏନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଓସିଏର ସମ୍ପାଦକ ସଞ୍ଜୟ ବେହେରା। ଅପରପକ୍ଷେ ଆସନ୍ତା ୪୫ ଦିନ ମଧ୍ୟରେ ନୂଆ ସଭାପତି ଚୟନ କରାଯିବ ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ପ୍ରଣବ ଓସିଏର ସଭାପତି ରହିଥିଲେ। ବିଜେଡି କ୍ଷମତାରୁ ଯିବା ପରେ ଓସିଏର ସଭାପତି ଭାବେ ପ୍ରଣବଙ୍କୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏବେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଉପସଭାପତି ସଭାପତି ପଙ୍କଜ ଲୋଚନ ଦାସ ଦାୟିତ୍ୱ ତୁଲାଇବେ ବୋଲି ସମ୍ପାଦକ କହିଛନ୍ତି।

 

ଘାଇଲା କରୁଥିଲା, କାବୁ ହେଲା
ତିଭୁବନେଶ୍ୱର, ୨୮/୧୨ (ଓଡ଼ିଶା ଜାଗରଣ): ବାଘୁଣୀ ଅଚେତ୍। ଗତ କିଛିଦିନ ଧରି ଶିମିଳିପାଳ ଜଙ୍ଗଲରେ ଛଡା ଯାଇଥିବା ବାଘୁଣୀ ଜିନତ ଓଡ଼ିଶା ସୀମା ପାର ହୋଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପଳାଇ ଯାଇଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲା ତିନି ରାଜ୍ୟର ବନ ବିଭାଗ। ଜିନତକୁ କାବୁ କରିବା ତ ଦୂରର କଥା ତାକୁ ଠାବ କରିବା ମଧ୍ୟ ବନ ବିଭାଗ ପାଇଁ ବଡ଼ ଚାଲେଞ୍ଜ ହୋଇଥିଲା। ଏପରି ସ୍ଥଳେ ଉଭାଲ ଓଡ଼ିଶା ଓ ପଶ୍ଚିମବଙ୍ଗର ବନ ବିଭାଗ କର୍ମୀ ମାନେ ଲାଗି ପଡ଼ିଥିଲେ ତାକୁ କାବୁ କରିବା ପାଇଁ। ଶେଷରେ ରବିବାର ଜିନତକୁ କାବୁ କରିଛନ୍ତି ଉଭୟ ରାଜ୍ୟର ବନ କର୍ମଚାରୀମାନେ। ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା। ସେ କହିଛନ୍ତି ଯେ ଜିନତ ପାଣି ପିଇବା ପାଇଁ ପୁରୁଲିଆର ଏକ ଡ଼ାମକୁ ଆସିଥିବା ବେଳେ ଟ୍ରାଙ୍କୁଲାଇଜ କରାଯାଇଛି। ଏବେ ଜିନତ ଅଚେତ୍ ଅଛି। ପ୍ରାୟ ୨୪ ଘଣ୍ଟା ପରେ ତାର ଚେତା ଫେରିବ। ପ୍ରକାଶ ଥାଉ କି ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରରୁ ଓଡ଼ିଶା ଅଣାଯାଇଥିଲା। ଜିନତକୁ କାବୁ କରିବା ପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲେ।