ଦୀର୍ଘଦିନ ବଞ୍ଚିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର ଲୋକ
ୱାଶିଂଟନ, ୩୦/୧୨(ଓଡ଼ିଶା ଜାଗରଣ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର ୧୦୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ହେଉଛନ୍ତି ଇତିହାସରେ ସର୍ବାଧିକ ବୟସ ବଞ୍ଚିଥିବା ରାଷ୍ଟ୍ରପତି। ସେ ଥିଲେ ଆମେରିକାର ୩୯ ତମ ରାଷ୍ଟ୍ରପତି। ସେ ୧୯୭୭ରୁ ୨୯୮୧ ମସିହା ୪ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିଲେ। ସେ ତାଙ୍କ ପ୍ରତିଦ୍ବନ୍ଦୀ ଆର୍ ଫୋର୍ଡଙ୍କୁ ହରାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୨୪ ଅକ୍ଟୋବର ୧ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ ଓ ୧୯୬୦ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ। ୧୯୭୧ ରେ ସେ ଜର୍ଜିଆର ଗଭର୍ଣ୍ଣର ହେବା ପରେ ରିପବ୍ଲିକ ପାର୍ଟିରୁ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେ ୩୦ ଟି ପୁସ୍ତକ ରଚନା କରିଥିବା ବେଳେ ୨୦୦୨ ମସିହାରେ ନୋବେଲ ଶାନ୍ତି ପୁରସ୍କାର ଲାଭ କରିଥିଲେ।
ତେବେ ବାୟସାଧିକ୍ କାରଣରୁ ରୋଗରେ ପୀଡିତ ହୋଇଥିଲେ। ସେ ସ୍କ୍ରିନ କ୍ୟାନସର ରୋଗରେ ପୀଡ଼ିତ ଥିଲେ ବୋଲି କୁହାଯାଉଛି। ତାଙ୍କ ବିୟୋଗରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ରୋନାଲ୍ଡ ଟ୍ରମ୍ପ, ପୂର୍ବତନ ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି।


