ହଷ୍ଟେଲରୁ ମିଳିଲା ସୋନାଲି ସଂଘମିତ୍ରାଙ୍କ ମୃତଦେହ। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ।
ଭୁବନେଶ୍ୱର, ୩୦/୧୨(ଓଡ଼ିଶା ଜାଗରଣ): ଭୁବନେଶ୍ୱର ପଟିଆର ଏକ ହଷ୍ଟେଲରୁ ଜଣେ ମହିଳା ଫୁଡ୍ ବ୍ଲଗରଙ୍କ ମୃତଦେଉ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଲେ ସୋନାଲି ସଂଘମିତ୍ରା ପରିଡ଼ା। ସୋନାଲିଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ।
ପରିବାର ଲୋକେ ସୋମବାର ସକାଳେ ସୋନାଲିଙ୍କ ମୋବାଇଲକୁ ଫୋନ୍ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ପରିବାର ଲୋକେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍ କରିବାରୁ ସୋନାଲିଙ୍କ ଦେହ ଗୁରୁତର ଅସୁସ୍ଥ ଥିବା କହିଥିଲେ। ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ତେବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ସୋନାଲି ଭୁବନେଶ୍ୱର ପଟିଆ ଅଞ୍ଚଳର ହଷ୍ଟେଲରେ ଗତ ତିନିବର୍ଷ ହେଲା ରହି ଆସୁଥିଲେ। ଗତ ଦୁଇବର୍ଷ ଧରି ଏକ ବିଲଡର ସଂସ୍ଥାରେ କାମ କରୁଥିଲେ। ସେ ଜଣେ ଜଣାଶୁଣା ଫୁଡ୍ ବ୍ଲଗର ଥିଲେ।


