TT Ads

ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ ଗଜପତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବ

ଭୁବନେଶ୍ୱର, ୩୦/୧୨(ଓଡ଼ିଶା ଜାଗରଣ): ଆଉ ଦିନକ ପରେ ନୂଆବର୍ଷ। ତେବେ ନୂଆବର୍ଷ ପୂର୍ବରୁ ରାଜ୍ୟର ତାପମାତ୍ରା ଅହେତୁକ ଭାବେ ହ୍ରାସ ପାଇବାର ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅର୍ଥାତ୍ ନୂଆବର୍ଷକୁ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ। ରାଜ୍ୟର ଅଧିକାଂଶ ଅଞ୍ଚଳର ତାପମାତ୍ରା ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଗତ ସପ୍ତାହ ତଳର ଶୀତ ଜାରିରହିବା କଥା। କିନ୍ତୁ ଗତ ସପ୍ତାହରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଶୀତ କମ୍ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବର୍ଷା ହୋଇ ନ ଥିବାରୁ ଶୀତର ପ୍ରଭାବ ବୃଦ୍ଧି ପାଇବ।

ଆଜିଠାରୁ ସୁନ୍ଦରଗଡ଼ ଓ ଝାରସୁଗୁଡାର ତାପମାତ୍ରା ରାଜ୍ୟର ସବୁଠାରୁ କମ୍ ରହିବ। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶା ଯଥା କନ୍ଧମାଳ, କୋରାପୁଟ ଓ ଗଜପତି ଜିଲ୍ଲାର ତାପମାତ୍ରା ମଧ୍ୟ ଯଥେଷ୍ଟ ହ୍ରାସ ପାଇବ। ନୂଆବର୍ଷ ଆରମ୍ଭରୁ ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

OJ Ads

Leave a Reply

Your email address will not be published. Required fields are marked *