ପୁରୀ, ୨୮/୧୨(ଓଡ଼ିଶା ଜାଗରଣ) : ଶ୍ରୀମନ୍ଦିରରେ ପ୍ରବେଶକୁ ସହଜ କରିବା ପାଇଁ ଶୃଙ୍ଖଳିତ ଦର୍ଶନଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ନୂଆବର୍ଷ ପୂର୍ବଦିନ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖରେ କେବଳ ସିଂହଦ୍ଵାର ଦେଇ ସାଧାରଣ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ।କିନ୍ତୁ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରି ପାରିବେ ଭକ୍ତ। ପ୍ରକାଶ ଥାଉ କି ଗତ ୨୭ ଓ ୨୮ ତାରିଖ ଦୁଇଦିନ ଧରି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଟ୍ରାଏଲ୍ ରନ୍ ହେବାର ଥିଲା। କିନ୍ତୁ ଆଗକୁ ନୂଆ ବର୍ଷ ସହ ଅନ୍ୟାନ୍ୟ ବିଶେଷ ପର୍ବ ଥିବାରୁ ଭିଡ଼କୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ଦୁଇଦିନ ପାଇଁ ସିଂହଦ୍ଵାର ଦେଇ ପ୍ରବେଶ କରିପାରିବେ ଭକ୍ତ। ଏଥିପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କ ସହଯୋଗ କାମନା କରାଯାଇଛି


