TT Ads
ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଭାରତୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଲାହୋରରେ ଅବସ୍ଥିତ ପ୍ରସିଦ୍ଧ ଅନାରକଲି ବଜାରରେ ବୁଲୁଥିବା ବେଳେ ଯେଉଁଥିରେ ଜ୍ୟୋତିଙ୍କ ପାକିସ୍ତାନ ପକ୍ଷରୁ କଡ଼ା ସୁରକ୍ଷା ପ୍ରଦାନ କରାଯାଇଛି।
ବନ୍ଧୁକଧାରୀ ସୁରକ୍ଷାକର୍ମୀମାନେ ଜ୍ୟୋତିଙ୍କୁ ଜଗି ରହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ତାଙ୍କ ସହିତ ପ୍ରାୟ ୫ ରୁ ୬ ଜଣ ସଶସ୍ତ୍ର ବନ୍ଧୁକଧାରୀ ମଧ୍ୟ ଅଛନ୍ତି। ଯେଉଁମାନେ ତାଙ୍କୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି।
ତେବେ ଏହି ଭିଡିଓଟି ଜ୍ୟୋତି ପୋଷ୍ଟ କରି ନାହାନ୍ତି ବରଂ ସ୍କଟଲ୍ୟାଣ୍ଡର ପ୍ରସିଦ୍ଧ ଟ୍ରାଭେଲ୍‌ ବ୍ଲଗର୍‌ କ୍ୟାଲମ ମିଲ୍‌ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ୍‌ କରିଛନ୍ତି। ଭିଡିଓରେ କ୍ୟାଲମ ନିଜେ ଅନାରକଲି ବଜାରର ରାସ୍ତାରେ ବୁଲୁଥିବାର ଦେଖାଯାଉଛି ଏବଂ ଏହି ସମୟରେ ସେ ହଠାତ୍‌ ଜ୍ୟୋତି ମାଲହୋତ୍ରାଙ୍କୁ ଭେଟୁଛନ୍ତି। ଭିଡିଓରେ ଉଭୟ ୟୁଟ୍ୟୁବର ପରସ୍ପର ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି।
ଭିଡିଓରେ ଜ୍ୟୋତି ନିଜକୁ ଭାରତର ନାଗରିକ ବୋଲି କହୁଥିବା ବେଳେ ସେ କ୍ୟାଲମଙ୍କୁ କେତେଥର ପାକିସ୍ତାନ ଆସିଛନ୍ତି ବୋଲି ପଚାରିଛନ୍ତି। ଏହାର ଉତ୍ତରରେ, କ୍ୟାଲମ କହୁଛନ୍ତି, ସେ ଏପର୍ଯ୍ୟନ୍ତ ୫ ଥର ପାକିସ୍ତାନ ଗସ୍ତ କରିସାରିଛନ୍ତି। ଉତ୍ତରରେ ଜ୍ୟୋତି କହୁଛନ୍ତି, ମୁଁ ଭାରତରୁ ଆସିଛି, କେବେ ଭାରତକୁ ଆସନ୍ତୁ। କଥାବାର୍ତ୍ତା ସମୟରେ, ଉଭୟଙ୍କ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ଦେଖିବାକୁ ମିଳୁଛି। କିନ୍ତୁ ତା’ପରେ ଦେଖାଯାଇଥିବା ଦୃଶ୍ୟ ଆଶ୍ଚର୍ଯ୍ୟଜନକ ରହିଛି।
ଯେତେବେଳେ ଜ୍ୟୋତି ମାଲହୋତ୍ରା ଆଗକୁ ଯାଉଛନ୍ତି, ତାଙ୍କ ଚାରିପାଖରେ ୬ ଜଣ ସଶସ୍ତ୍ର ବନ୍ଧୁକଧାରୀ ଦେଖାଯାଉଛନ୍ତି। ସେମାନେ ତାଙ୍କୁ ସୁରକ୍ଷା ଘେରାରେ ନେଇଯାଉଛନ୍ତି। ଜ୍ୟୋଙ୍କୁ ନେଇ ଯାଉଥିବା ବନ୍ଧୁକଧାରୀମାନେ  ‘ନୋ ଫିୟର’ଲେଖାଥିବା ଜ୍ୟାକେଟ୍‌ ପିନ୍ଧିଛନ୍ତି।
ସାଧାରଣତଃ ଜଣେ ୟୁଟ୍ୟୁବରଙ୍କୁ ପାକିସ୍ତାନରେ ଏତେ ସୁରକ୍ଷା ମିଳେ ନାହିଁ। ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ଯେ, ପାକିସ୍ତାନରେ ଜ୍ୟୋତି ମାଲହୋତ୍ରାଙ୍କୁ ଏତେ ଭିଆଇପି ସୁବିଧା କାହିଁକି ଦିଆଯାଇଥିଲା? ଏହା କେବଳ ଏକ ପର୍ଯ୍ୟଟକ ଭିଡିଓ ନା ଏହା ପଛରେ କୌଣସି ବଡ ଷଡ଼ଯନ୍ତ୍ର ଅଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି।

TT Ads

Leave a Reply

Your email address will not be published. Required fields are marked *