ଏକଦା ଗାଁ ଗହଳିର ଯୁବଗୋଷ୍ଠୀଙ୍କ ପସନ୍ଦ ଥିଲା ଭୁବନେଶ୍ୱରକୁ ଚାଲି ଆସିବା। କିନ୍ତୁ ସମୟକ୍ରମେ ଏଥିରେ ବ୍ୟାପକ ପରିବର୍ତ୍ତନ ହୋଇଛି ରାଜଧାନୀ ଭୁବନେଶ୍ୱରର ଲୋକେ ବିଶେଷକରି ଯୁବଗୋଷ୍ଠୀ ଭୁବନେଶ୍ୱରରେ କିମ୍ବା ଓଡ଼ିଶାରେ ରହିବାକୁ ପସନ୍ଦ କରୁ ନାହାନ୍ତି। ସେମାନେ କାମ ଅନ୍ୱେଷଣ ପାଇଁ ହେଉ ଅବା ଜଗତୀକରଣ ପ୍ରଭାବରେ ଦେଶ ବାହାକୁ ନିଜର କର୍ମସ୍ଥଳୀ ଭାବେ ବାଛି ନେଉଛନ୍ତି। ଯଦିବା କିଛିମାତ୍ରା ଯୁବଗୋଷ୍ଠୀ ଭାରତ ବର୍ଷର ବେଙ୍ଗାଲୁରୁ, ମୁମ୍ବାଇ ଭଳି ସହରକୁ ବାଛି ନେଉଛନ୍ତି। ଫଳରେ ଭୁବନେଶ୍ୱର ଭଳି ବିଭିନ୍ନ ସହରରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।
ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୧ ମସିହାରେ ଓଡ଼ିଶାର ମୋଟ ଜନସଂଖ୍ୟାର ୯.୫% ବୟସ୍କ (୬୦ ବର୍ଷ ଓ ଊର୍ଦ୍ଧ୍ୱ) ଥିଲେ। ସେହିଭଳି ୨୦୨୪ ମସିହାରେ ଭୁବନେଶ୍ୱର ମହାନଗର ଅଞ୍ଚଳର ଆନୁମାନିକ ଜନସଂଖ୍ୟା ଥିଲା ୧୨ ଲକ୍ଷ ୫୭ ହଜାର। ରାଜ୍ୟର ମୋଟ ନାଗରିକଙ୍କ ମଧ୍ୟରୁ ବୟସ୍କଙ୍କ ହାର ୧୩ ପ୍ରତିଶତ ରହିଥିଲା। ଏହି ହିସାବରେ ଯଦି ବିଚାର କରାଯାଏ ତେବେ ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ୬୩ ହଜାର ୪୨୩। ଅର୍ଥାତ୍‌ ରାଜ୍ୟ ତୁଳନାରେ ରାଜଧାନୀରେ ବୟସ୍କ ନାଗରିକଙ୍କ ସଂଖ୍ୟା ରହିଛି ଅଧିକ।
ଆଜିର ଯୁବଗୋଷ୍ଠୀ ରାଜ୍ୟ ବାହାର ତଥା ଦେଶ ବାହାରେ କର୍ମସଂସ୍ଥାନ ପାଇଁ ବେଶି ପସନ୍ଦ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅର୍ଦ୍ଧ ଶିକ୍ଷିତ ଯୁବଗୋଷ୍ଠୀ ଗୁଜରାଟର ସୁରତ, ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ ଭଳି ସହରରେ ନିଜର କର୍ମ ପ୍ରତିଷ୍ଠାନକୁ ବାଛି ନେଇଥିବା ବେଳେ ଉଚ୍ଚଶିକ୍ଷିତ ବା ବୈଷୟିକ ଶିକ୍ଷା ହାସଲ କରିଥିବା ଶିକ୍ଷିତ ଯୁବଗୋଷ୍ଠୀ ବିଦେଶକୁ ପସନ୍ଦ କରୁଛନ୍ତି ବୋଲି କୁହନ୍ତି।
ପତିତା ଉଦ୍ଧାର ସମିତିିର ସମ୍ବାଦିକା ଅଭାରାଣୀ ଚୌଧୁରୀ। ଆଜିର ଯୁବଗୋଷ୍ଠୀ ରାଜ୍ୟ ବାହାର ତଥା ଦେଶ ବାହାରେ ଛୋଟମୋଟ ଉଦ୍ୟୋଗ କରି ଅନେକ ଯୁବକ ପ୍ରତିଷ୍ଠିତ ହୋଇପାରିଛନ୍ତି।
କିନ୍ତୁ ବୃଦ୍ଧ ବାପାମାଆଙ୍କୁ ଏଠାରେ ଛାଡ଼ି ଚାଲି ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଆମେରିକା, ଇଂଲଣ୍ଡ ଭଳି ଦେଶର ନାଗରିକତା ଗ୍ରହଣ କରି ସେଠାରେ ସବୁଦିନ ପାଇଁ ରହି ଯାଉଛନ୍ତି। ଫଳରେ ଏଠାରେ ବୃଦ୍ଧ ବାପାମାଆଙ୍କୁ ଛାଡ଼ି ଯାଉଥିବାରୁ ସେମାନେ ଜୀବନର ଶେଷ ପର୍ଯ୍ୟାୟ ଏକୁଟିଆ ରହୁଛନ୍ତି ବୋଲି କହିଛନ୍ତି ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ବରିଷ୍ଠ ନାଗରିକ ପ୍ରଫେସର୍‌ ଡ. ନିହାର ରଞ୍ଜନ ପଟ୍ଟନାୟକ।
ହାତୀ ଧାନ, ମୁଗ, ବିରି ଆଦି ଫସଲ ଖାଉଥିବା ଆପଣ ଜାଣିଥିବେ। ହେଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟହେବେ ହାତୀ ୮୦ ହଜାର ଟଙ୍କା ଖାଇ ଦେଇଛନ୍ତି। ଏକଥା ଅବିଶ୍ୱାସ ହେଲେ ବି ସତ୍ୟ।। ଘଟଣାଟିଘଟିଛି ରାୟଜଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅଞ୍ଚଳରେ।
ସପ୍ତାହବ୍ୟାପୀ ବିଷମକଟକ ବ୍ଲକ ଅନ୍ତର୍ଗତ ଭାପତପୁର ପଞ୍ଚାୟତର କୁମ୍ଭାରବାଡି ଗାଁରେ କିଛି ଦୂର କଟରିଗୁଡା ଗାଁ ଦୁଇ ଦିନରେ ଦୁଇ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛନ୍ତି ହାତୀ ପଲ। ଶୁକ୍ରବାର ରାତିରେ ନାରାୟଣ ହୁଇକାଙ୍କ ପରିବାର ଲୋକ ହାତୀପଲର ଗର୍ଜନ ଶୁଣି ଘର ଛାଡି ଅନ୍ୟତ୍ର ଲୁଚି ଯାଇଥିଲେ। ହାତୀପଲ ଘରମୁହାଁ ହୋଇ ଚାଳ ଛପର ଘରଟିକୁ ସଂପୂର୍ଣ୍ଣ ଭାଙ୍ଗିଦେବା ସହ ଘରେ ରହିଥିବା କଷ୍ଟ ଉପାର୍ଜୀତ ଧାନ, ଚାଉଳ, ମାଣ୍ଡିଆ,ଘରର ଆସବାବପତ୍ର ସୋଲାରଲାଇଟ ନଷ୍ଟ କରି ଦେଇଥିଲେ। କେବଳ ସେତିକି ନୁହେଁ, ମାଣ୍ଡିଆ ବସ୍ତା ଭିତରେ ରଖିଥିବା ୮୦ହଜାର ଟଙ୍କାକୁ ମଧ୍ୟ ହାତୀପଲ ଖାଇଦେଇଥିବା ନାରାୟଣ କହିଛନ୍ତି।
ହାତୀ ପଲ ଘର ଭାଙ୍ଗିବା ପରେ ବଗିଚାରେ କଦଳୀ, ପଣସ ଏବଂ ଆମ୍ବ ଫସଲ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ହାତୀପଲ୍‌ ଦିନ ତମାମ ସେହି ସ୍ଥାନରେ ରହି ପୁଣି କାଲି ରାତିରେ ଲକି ପ୍ରସ୍କାଙ୍କ ଘର ଭାଙ୍ଗିଦେଇ ଘୋରେ ସଞ୍ଚିତ ଖାଦ୍ୟ ସାମଗ୍ରୀ ଖାଇଛନ୍ତି। ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ହାତି ପାଦ ଚିହ୍ନକୁ ଚିହ୍ନଟ କରି ୨୪ରୁ ଊର୍ଦ୍ଧ୍ୱ ହାତୀପଲ ରହିଥିବାର ଜାଣିବାକୁ ପାଇଥିଲେ। ହାତୀମାନେ ଏବେ ବି ନିକଟସ୍ଥ ଜଙ୍ଗଲରେ ରହିଥିବା କହିଛି ବନ ବିଭାଗ।
ହାତୀର ଗତବିଧି ଉପରେ ବନ ବିଭାଗ ନଜର ରଖିଥିବାବେଳେ ରାତ୍ରି ସମୟରେ ହାତୀ ଚଳପ୍ରଚଳ ଆରମ୍ଭ କରିବ ବୋଲି ସୂଚନା ରହିଛି। ତେବେ ସେହି ଜଙ୍ଗଲ ଦେଇ ଟ୍ରେନ୍‌ ଲାଇନ୍‌ ରହିଥିବା ବେଳେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ରେଳ ଚଳାଚଳର ଗତି କମେଇ ଦିଆଯାଇଛି। ହାତୀମାନେ କଲ୍ୟାଣସିଂହପୁରସ୍ଥ ନିୟମିଗିରି ଜଙ୍ଗଲରୁ ଓହ୍ଲାଇ ଆସିଥିବା ବନ ବିଭାଗ ସୂଚନା ଦେଉଛି। ହାତୀପଲ ଗାଁ ନିକଟ ଜଙ୍ଗଲରେ ରହିଥିବାରୁ କୁମ୍ଭାରବାଡି ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି।
ଜର୍ମାନୀରେ ଆୟୋଜିତ ଏକ ବ୍ୟକ୍ତିଗତ ଉତ୍ସବରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବରିଷ୍ଠ ବିଜୁ ଜନତା ଦଳ ନେତା (ବିଜେଡି) ପିନାକୀ ମିଶ୍ରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି
ଜଣେ ବରିଷ୍ଠ ଟିଏମସି ନେତା ମହୁଆ କହିଛନ୍ତି ଯେ ମୋଇତ୍ରା ଏବଂ ମିଶ୍ର ୧୪ ଦିନ ପୂର୍ବରୁ ବର୍ଲିନରେ ବିବାହ କରିଥିଲେ। ପଶ୍ଚିମବଙ୍ଗର କୃଷ୍ଣନଗରରୁ ଦୁଇଥର ଲୋକସଭା ସଦସ୍ୟ ମୋଇତ୍ରା ଏବଂ ଓଡ଼ିଶାର ପୁରୀର ଅଭିଜ୍ଞ ସାଂସଦ ମିଶ୍ର ବିବାହ ବିଷୟରେ କୌଣସି ସାର୍ବଜନୀନ ବିବୃତ୍ତି ଦେଇ ନାହାଁନ୍ତି। ଏବେ ପିନାକୀଙ୍କ ବୟସ ୬୫ ହୋଇଥିବା ବେଳେ ମହୁଆଙ୍କ ବୟସ ୫୦ ବର୍ଷ। ଉଭୟଙ୍କ ମଧ୍ୟରେ ବୟସ ବ୍ୟବଧାନ ୧୫ ବର୍ଷ।
୧୯୭୪ ମସିହାରେ ଆସାମରେ ଜନ୍ମଗ୍ରହଣ କରିଥିବା ମୋଇତ୍ରା ୨୦୧୦ ମସିହାରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହିତ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ନିବେଶ ବ୍ୟାଙ୍କର ଭାବରେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସେ ୨୦୧୯ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୨୪ ମସିହାରେ ପୁନର୍ବାର ନିର୍ବାଚିତ ହୋଇଥିଲେ, କୃଷ୍ଣନଗର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ।
୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିବା ପିନାକୀ ମିଶ୍ର ଜଣେ ଅଭିଜ୍ଞ ରାଜନେତା ଏବଂ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ।
ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦିଲ୍ଲୀ ସାକେତ କୋର୍ଟରେ ଘଟିଛି ରକ୍ତାକ୍ତ ସଂଘର୍ଷ। ତାହା ପୁଣି ଆଉ କାହା ମଧ୍ୟରେ ନୁହେଁ; ଦୁଇ କଏଦୀଙ୍କ ମଧ୍ୟରେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଲିସ ଆକ୍ରମଣକାରୀ ଦୁଇଜଣଙ୍କୁ ପଚରାଉଚରା କରୁଛି।
ଖବର ନେବାରୁ ଜଣାପଡ଼ିଛି ଗୁରୁବାର ସକାଳେ କୋର୍ଟରେ ହାଜର ପାଇଁ କଏଦୀମାନଙ୍କୁ ଜେଲ୍‌ରୁ ଅଣାଯାଇଥିଲା। ଏହି ସମୟରେ ଦୁଇ କଏଦୀଙ୍କ ମଧ୍ୟରେ ଅଚାନକ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ପ୍ରଥମେ ଜଣେ କଏଦୀ ଆକ୍ରମଣ କରିବାରୁ ଅନ୍ୟଜଣେ ମଧ୍ୟ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଅମନ ନାମକ କଏଦୀ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଦିଲ୍ଲୀର ଗୋବିନ୍ଦପୁରୀର କଏଦୀ ଅମନ ଯାହାଙ୍କୁ କୋର୍ଟରେ ହାଜର ପାଇଁ ଲକଅପକୁ ଅଣାଯାଇଥିଲା। ଘଟଣା ସମୟରେ, ମୃତ ଅମନଙ୍କ ସମେତ ଆଉ କିଛି କଏଦୀ ମଧ୍ୟ ସେଠାରେ ଥିଲେ। ଏହି କଏଦୀମାନଙ୍କ ମଧ୍ୟରେ ଜିତେନ୍ଦ୍ର ନାମକ ଜଣେ କଏଦୀ ବି ଉପସ୍ଥିତ ଥିଲା। ପ୍ରକୃତରେ, ୨୦୨୪ ରେ ଆକ୍ରମଣର ଏକ ଘଟଣା ଘଟିଥିଲା, ଯେତେବେଳେ ସେମାନେ ଉଭୟ ଜେଲରୁ ବାହାରେ ଥିଲେ। ସେହି ଘଟଣାରେ ଅମନ, ଜିତେନ୍ଦ୍ର ଏବଂ ତାଙ୍କ ଭାଇଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।
କିନ୍ତୁ ଗୁରୁବାର ସକାଳେ ତିହାର ଜେଲରୁ ଏକ ଜେଲ ଭ୍ୟାନ୍‌ ସାକେତ କୋର୍ଟକୁ ଅନେକ କଏଦୀଙ୍କୁ ନେଇ ଆସିଥିଲା। କଏଦୀମାନଙ୍କୁ କୋର୍ଟକୁ ଆଣିବା ପରେ ସମସ୍ତଙ୍କୁ ଲକ୍‌ଅପରେ ବନ୍ଦ କରିଦିଆଯାଇଥିଲା। ଏହି ସମୟରେ ଅମନ ନାମକ ଜଣେ କଏଦୀଙ୍କୁ ଜିତେନ୍ଦ୍ର ଏବଂ ଜୟଦେବ ନାମକ ଦୁଇ କଏଦୀ ଆକ୍ରମଣ କରିଥିଲେ। ଉଭୟେ ମିଶି ଅମନଙ୍କୁ ପ୍ରବଳ ମାଡ଼ ମାରିଥିଲେ।
ପରେ ଅମନଙ୍କୁ ହସ୍ପିଟାଲ ନିଆଯାଇଥିଲା ଯେଉଁଠାରେ ଡାକ୍ତର ଅମନଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ପୁଲିସ ତଦନ୍ତରୁ ଜଣାପଡିଛି ଯେ ଜିତେନ୍ଦ୍ର ଏବଂ ଅମନଙ୍କ ମଧ୍ୟରେ ପୁରୁଣା ଶତ୍ରୁତା ଥିଲା। ୨୦୨୪ ମସିହାରେ ଯେତେବେଳେ ଉଭୟ ଜେଲରୁ ବାହାରକୁ ଆସିଥିଲେ ସେତେବେଳେ, ଅମନ ଜିତେନ୍ଦ୍ର ଏବଂ ତାଙ୍କ ଭାଇଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ସେହି ପୁରୁଣା ଝଗଡ଼ାର ପ୍ରତିଶୋଧ ନେବା ପାଇଁ, ଏଥର ଅମନଙ୍କୁ ଲକ୍‌ଅପରେ ଆକ୍ରମଣ କରାଯାଇଥିଲା।

ମଣିଷର ମୃତ୍ୟୁ ପରେ ତା’ର ଅନ୍ତ୍ୟେଷ୍ଟି କରିବା ଭାରତରେ ଏକ ପ୍ରମୁଖ କର୍ମ l ଏଥିପାଇଁ ବିଭିନ୍ନ ଧର୍ମରେ ବିଭିନ୍ନ ଅନ୍ତ୍ୟେଷ୍ଟି ପଦ୍ଧତି ପ୍ରଚଳିତ ଅଛି l ହିନ୍ଦୁ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମରେ ଶବ ଦହନ ପ୍ରଥା ଅଛି l

ଖ୍ରୀଷ୍ଟିୟାନ, ମୁସଲମାନ, ଏହୂଦି ତଥା ଅବ୍ରାହମିକ ଧର୍ମରେ ଶବକୁ ମାଟି ତଳେ ପୋତି ଦଫନ କରିବା ପ୍ରଥା ପ୍ରଚଳିତ ଅଛି l ଇରାନ ଦେଶର ପାର୍ସି ସମ୍ପ୍ରଦାୟର ଅଗ୍ନି ପୂଜକ ଲୋକମାନେ ଶବକୁ ଦହନ କରନ୍ତି ନାହିଁ କିମ୍ବା ମାଟି ତଳେ ଦଫନ କରନ୍ତିନହିଁ l ସେମାନେ କୌଣସି ଉଚ୍ଚ ତଥା ନିର୍ଜନ ସ୍ଥାନରେ ପଶୁ ପକ୍ଷୀଙ୍କ ଖାଦ୍ୟ ପାଇଁ ଶବକୁ ଥୋଇ ଦେଇ ଆସନ୍ତି l

କେତେକ ବୌଦ୍ଧ ଭିକ୍ଷୁ ମଧ୍ୟ ଶବକୁ ପକ୍ଷୀ ମାନଙ୍କ ଆହାର ପାଇଁ ପାହାଡ ଉପରେ ଛାଡି ଦିଅନ୍ତି l କିଛି ଦେଶରେ ଅନ୍ୟ ଏକ ପଦ୍ଧତି ଅନୁସାରେ ନଦୀ ଓ ସମୁଦ୍ର ଜଳରେ ଶବକୁ ଭସାଇ ଦେବାର ପରମ୍ପରା ମଧ୍ୟ ରହିଛି l ସମୁଦ୍ର କିମ୍ବା ବଡ ନଦୀରେ ଥିବା କୁମ୍ଭୀର, ସାର୍କ ଆଦି ବଡ ବଡ ଜଳଚର ପ୍ରାଣୀ ଶବକୁ ଶୀଘ୍ର ଉଦରସ୍ଥ କରିଦିଅନ୍ତି l କିନ୍ତୁ ଛୋଟ ନଦୀ ବା ଜଳାଶୟରେ ଶବକୁ ଉତ୍ସର୍ଗ କଲେ ଜଳ ଦୂଷିତ ହୋଇଯାଏ l

ସର୍ବାଧିକ ପ୍ରଚଳିତ ଦୁଇଟି ଶବସତ୍କାର ପ୍ରକ୍ରିୟା ହେଉଛି ଅଗ୍ନିରେ ଦହନ ଏବଂ ଭୂମିରେ ଦଫନ କରିବା l ଏହି ଦୁଇଟି ପ୍ରକ୍ରିୟାରେ ଲାଭ ଓ କ୍ଷତି ସମ୍ପର୍କରେ ଆଲୋଚନା କରିବା l ଶବ ଦହନ ପାଇଁ କାଠ ଓ ବିଜୁଳି ଶକ୍ତି ବ୍ୟବହାର ହେଉଛି l କାଠ ବ୍ୟବହାର କଲେ ବନ୍ୟ ସମ୍ପଦ ନଷ୍ଟ ହେବା ସହିତ ବାୟୁ ପ୍ରଦୂଷଣ ହେଉଛି l ତା’ସହିତ ପ୍ରଚଳିତ ପରମ୍ପରା ପାଳନ କରିବା ଆଳରେ ଶ୍ରାଦ୍ଧ, ପିଣ୍ଡଦାନ, ଅସ୍ଥି ବିସର୍ଜନ ଓ ସମାଜର ଲୋକମାନଙ୍କୁ ମୃତ୍ୟୁ ଭୋଜି ଦେବା ପାଇଁ ଅନେକ ଅର୍ଥ ହାନୀ ହୋଇଥାଏ l

ଦ୍ଵିତୀୟ ପଦ୍ଧତି ହେଉଛି ମାଟି ତଳେ ପୋତିଦେବା l ଏହା ଦ୍ୱାରା ପରିବେଶ ପ୍ରଦୂଷଣ ହୁଏନାହିଁ l ଶରୀର ଧୀରେ ଧୀରେ ମାଟିରେ ମିଶିଯାଏ l ସମସ୍ୟା ହୁଏ ଯଦି ଶବକୁ ପୋତିବା ସ୍ଥାନରେ ସମାଧି ନିର୍ମାଣ କରି ସେହି ସ୍ଥାନକୁ ବହୁତ ଦିନ ପାଇଁ କବଜା କରି ରଖିବା l ପ୍ରତ୍ୟେକ ଶବ ପାଇଁ ଗୋଟିଏ ସମାଧି ନିର୍ମାଣ କଲେ ସହର ମାନଙ୍କରେ ଶ୍ମଶାନ ଯୋଗୁଁ ସ୍ଥାନ ଅଭାବ ପଡ଼ିଯାଏ l ଯଦି ବିଦ୍ୟୁତ ଶବଦାହ ଗୃହରେ ଶବକୁ ଦହନ କରାଯିବ ଏବଂ ତାପରେ କୌଣସି ଧାର୍ମିକ କର୍ମକାଣ୍ଡ କରାଯିବନାହିଁ l ତେବେ କୌଣସି ପ୍ରକାର କ୍ଷତି ହେବନାହିଁ l ସେଥିପାଇଁ ଆଜିକାଲି ଅନେକ ବିକଶିତ ଦେଶର ଧର୍ମନିରପେକ୍ଷ, ମାନବବାଦୀ ଏବଂ ତର୍କଶୀଳ ଲୋକମାନେ ଏହି ଶବଦାହ ପ୍ରକ୍ରିୟାକୁ ଅଧିକ ସମର୍ଥନ କରୁଛନ୍ତି l

ବିଭିନ୍ନ ଦେଶର ମହାନ ନେତା, ପ୍ରତିଷ୍ଠିତ ଲେଖକ, ସମାଜ ସେବକ, ଦାର୍ଶନିକ, ବୈଜ୍ଞାନିକ, କଳାକାର ଆଦି ମହାପୁରୁଷଙ୍କ ସ୍ମାରକ ସ୍ଥଳ ନିର୍ମାଣ କରିବା ଉଚିତ l ସେଗୁଡିକ ନୂତନ ପିଢିର ଯୁବ ସମାଜର ପ୍ରେରଣାର ସ୍ରୋତ ହେବ l ସାଧାରଣ ଲୋକମାନଙ୍କ ଶବକୁ ଅରଣ୍ୟ କିମ୍ବା ସଡ଼କ ଦୁଇ ପାର୍ଶ୍ୱରେ ପୋତି ଦେଇ ସେହି ସ୍ଥାନରେ ଗୋଟିଏ ଲେଖାଏ ଗଛ ଲଗାଇବା ଉଚିତ l ଶବ ସେହି ଗଛର ଖାଦ ହୋଇଯିବ l ଗଛଟି ବଞ୍ଚିଥିବା ପର୍ଯ୍ୟନ୍ତ ମନୁଷ୍ୟର ସ୍ମାରକ ଚିହ୍ନ ହୋଇ ରହିବ l ଯେଉଁମାନଙ୍କର ନିଜର ଚାଷ ଜମି ବା ବଗିଚା ଥିବ ସେଠାରେ ପରିଜନଙ୍କ ଶବକୁ ମାଟି ତଳେ କବର ଦେଇ ସେହି ସ୍ଥାନରେ ବଡ ଝଙ୍କାଳିଆ କିମ୍ବା ଫଳ ଗଛ ରୋପଣ କରି ଦେଲେ ତାହା ବହୁତ ଦିନ ପର୍ଯ୍ୟନ୍ତ ସ୍ମାରକ ହୋଇ ରହି ଯିବ l ଏହି ପ୍ରକ୍ରିୟା ବୈଦ୍ୟୁତିକ ଶବ ଦାହ ଅପେକ୍ଷା ପର୍ଯ୍ୟାବରଣ ସୁରକ୍ଷା ଏବଂ ମାନବ ହିତ ସାଧକ ଭାବେ ଅଧିକ ତର୍କ ସଙ୍ଗତ ମନେ ହେଉଛି l

ଉପରୋକ୍ତ ଦୁଇଟି ପ୍ରକ୍ରିୟା ବ୍ୟତୀତ ଆଉ ଗୋଟିଏ ପ୍ରକ୍ରିୟାକୁ ପ୍ରତ୍ୟେକ ଦେଶର ବିବେକଶୀଳ ଲୋକମାନେ ବିନା ଦ୍ଵିଧାରେ ସମର୍ଥନ ଏବଂ ପସନ୍ଦ କଲେଣି l ତାହା ହେଉଛି ମୃତ୍ୟୁ ପରେ କୌଣସି ମେଡ଼ିକାଲ କଲେଜକୁ ଶରୀର ଦାନ କରିବା l ଏହା ଦ୍ୱାରା ମାନବ ସମାଜର ବହୁତ ମଙ୍ଗଳ ସାଧନ ହୋଇପାରିବ l ପ୍ରଥମ – ଡାକ୍ତରୀ ପାଠ ପଢୁଥିବା ଛାତ୍ର ଓ ଛାତ୍ରୀମାନଙ୍କୁ ଶରୀର ବିଷୟରେ ପ୍ରାକ୍ଟିକାଲ ପ୍ରଶିକ୍ଷଣ ମିଳିପାରିବ l ଦ୍ୱିତୀୟ – ମୃତ ବ୍ୟକ୍ତିଙ୍କ କିଛି ଅଙ୍ଗ ଅନ୍ୟ କୌଣସି ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ହୋଇ ପାରିବ l

ଭାରତରେ ଗତ ୧୯୪୮ ମସିହାରେ ଶରୀର ଦାନ କରିବା ପାଇଁ ସାଂସଦରେ ଆନାଟୋମୀ ଆକ୍ଟ ପାରୀତ ହେଲା l ଏହି ଅଧିନିୟମ ଅନୁସାରେ କୌଣସି ବ୍ୟକ୍ତି ନିଜର ମୃତ୍ୟୁ ପୂର୍ବରୁ ଗୋଟିଏ ବସୀୟତ ନାମା ଲେଖି ଦେବେ ଯେ ମୋର ସମ୍ପୂର୍ଣ୍ଣ ଶରୀରକୁ କୌଣସି ଶିକ୍ଷା ସଂସ୍ଥାନକୁ ସମର୍ପଣ କରିବାକୁ ଚାହୁଁଛି l ଏଥିରେ ତାଙ୍କର ପରିବାର ଲୋକମାନଙ୍କ ସହମତି ରହିବା ଆବଶ୍ୟକ l ଏହି ଆଇନ ଅନୁସାରେ ଯେକୌଣସି ଅଚିହ୍ନା ଶବକୁ ଯଦି ୪୮ ଘଣ୍ଟା ଭିତରେ କୌଣସି ଦାବିଦାର ମିଳିବ ନାହିଁ ତେବେ ତାକୁ ଗବେଷଣା କରିବା ପାଇଁ ମେଡ଼ିକାଲ କଲେଜକୁ ପଠେଇ ଦିଆଯାଇ ପାରିବ l
ସୁଖର କଥା ଯେ ଶବ ସତ୍କାର ପାଇଁ ଏହି ପ୍ରକ୍ରିୟାଟି ବହୁଳ ଭାବେ ଲୋକପ୍ରିୟ ହେଉଛି l

ପ୍ରାରମ୍ଭରେ କିଛି ବର୍ଷ ପୂର୍ବରୁ ଅନେକ ମାନନୀୟ ରାଜନେତା ଯଥା : ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ, ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଜ୍ୟ, କମରେଡ ସୀତାରାମ ଏଚୁରି, ସାମାଜିକ ଏବଂ ରାଜନୈତିକ ସକ୍ରିୟ ସଦସ୍ୟ ପ୍ରୋଫେସର ଜି ଏନ ସାଇବାବାଙ୍କ ଶବକୁ ମେଡ଼ିକାଲ କଲେଜକୁ ପ୍ରଦାନ କରାଗଲା l ହେତୁବାଦୀ ଡ଼ଃ ଆବ୍ରାହିମ କୋଭୂରଙ୍କ ଶରୀର, ପଞ୍ଜାବର ‘ତର୍କଶୀଳ ପଥ’ ପତ୍ରିକାର ସମ୍ପାଦକ ମାଷ୍ଟର ବଳବନ୍ତ ସିଂହ, ପଞ୍ଜାବର ଜଣେ ପୂର୍ବତନ ପ୍ରଧାନ କୃଷ୍ଣ ବରଗାଡିଙ୍କ ଶରୀର ପ୍ରଦାନ କରାଯାଇଛି l

ଆଜିର ସମୟରେ ପ୍ରତ୍ୟେକ ରାଜ୍ୟରେ ଶରୀର ଦାନ ଓ ଅଙ୍ଗ ଦାନ ଅଭିଯାନ ଚାଲିଛି l ଓଡ଼ିଶାରେ ମଧ୍ୟ ବହୁତ ଗଣମାନ୍ୟ ବ୍ୟକ୍ତି ଶରୀର ଦାନ କରି ସାରିଲେଣି ଏବଂ ବହୁତ ବ୍ୟକ୍ତି ଶରୀର ଦାନ ପାଇଁ ସ୍ୱୀକୃତି ପତ୍ର ଦାଖଲ କରିସାରିଲେଣି l ମାନବ ଶରୀରର ଅନ୍ତିମ ସଂସ୍କାର କରିବା ବଦଳରେ ଅନ୍ତିମ ସାର୍ଥକ କରିବା ବେଶୀ ତର୍କ ସଙ୍ଗତ କର୍ମ ଅଟେ l

ହେତୁବାଦୀ ବାଲ୍ମୀକି

ଧର୍ମ ପରିବର୍ତ୍ତନକୁ ନେଇ ହାଇକୋର୍ଟରେ ମାମଲା

ଦୀର୍ଘବର୍ଷ ପରେ ଆଇପିଏଲ୍‌ରେ ଆରସିବି ଚାମ୍ପିଅନ ହୋଇଛି ଟ୍ରଫି ହାତେଇଛି। ଏହାକୁ ନେଇ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସମଗ୍ର ଦଳକୁ ସମ୍ମାନିତ କରାଯାଉଥିବା ବେଳେ ବାହାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ସବରେ ସାମିଲ ହେବାକୁ ଆସିଥିବା ଖେଳପ୍ରେମୀମାନଙ୍କ ଦଳାଚକଟାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି।
ବୁଧବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇପିଏଲ୍‌ ବିଜୟ ଖୁସି ଉତ୍ସବ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବାହାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦଳାଚକଟାରେ ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି।
ପ୍ରକାଶ ଥାଉ କି ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଆରସିବିର ବିଜୟ ଶୋଭାଯାତ୍ରାରେ ସାମିଲ ଥିବା ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା ଏବଂ ଏହା ପରେ ଦଳାଚକଟା ହୋଇଥିଲା।
ବିଜୟ ଶୋଭାଯାତ୍ରା ସନ୍ଧ୍ୟା ୫ଟାରେ ଆରମ୍ଭ ହେବାର ଥିଲା କିନ୍ତୁ ତାହା ହୋଇପାରିଲା ନାହିଁ। ଖେଳାଳିମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଭେଟିବା ପାଇଁ ବିଧାନସଭାରେ ପହଞ୍ଚିଛନ୍ତି ଏବଂ ଏହା ପରେ ଖେଳାଳିଙ୍କ ଟିମ୍‌ ବସ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ଯିବ। ଏଠାରେ ବଡ଼ କଥା ହେଉଛି ସମଗ୍ର ରୁଟରେ ହଜାର ହଜାର ଲୋକ ଅଛନ୍ତି, ଯାହା ଫଳରେ ସେମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଛି।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଆଇପିଏଲ ୨୦୨୫ର ଫାଇନାଲରେ ଆରସିବି ପଞ୍ଜାବ କିଙ୍ଗସକୁ ୬ ରନ୍‌ରେ ପରାସ୍ତ କରିଥିଲା। ଆରସିବି ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଥିଲା। ଏହି ବିଜୟ ପରେ କର୍ଣ୍ଣାଟକ ସମେତ ଅନେକ ସହରରେ ବିଜୟ ଉତ୍ସବ ପାଳନ କରାଯାଇଥିଲା, କିନ୍ତୁ ଏବେ ଏହି ଦଳର ବିଜୟ ଶୋଭାଯାତ୍ରା ସମୟରେ ଘଟିଥିବା ଦୁର୍ଘଟଣା ଏହି ବିଜୟକୁ ଫିକା କରିଦେଇଛି।
ବାପା ମୁସ୍‌ଲିମ୍‌ ଆଉ ମାଆ ହି୍‌ଦୁ ହୋଇଥିଲେ ପୁଅ କେଉଁଧର୍ମର? ପରମ୍ପାରିକ ଭାବେ ସନ୍ତାନ ଇସ୍‌ଲାମ୍‌ ଧର୍ମ ଗ୍ରହଣ କରିବା କଥା। କିନ୍ତୁ ପୁଅ ମୁସ୍‌ଲିମ୍‌ ହେବାକୁ ମନା କରିବାକୁ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଏବେ କେରଳ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛିଅଦାଲତ୍‌ ମଧ୍ୟ ମାମଲାର ଶୁଣାଣି କରି ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଅଦାଲତ କହିଛନ୍ତି ଯେ, ସ୍ୱେଚ୍ଛାକୃତ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କର ସମ୍ବିଧାନର ଧାରା ୨୫ ଅନୁଯାୟୀ ସରକାରୀ ସ୍କୁଲ ଡକ୍ୟୁମେଣ୍ଟରେ ତାଙ୍କର ଧର୍ମ ପରିବର୍ତ୍ତନ ରେକର୍ଡ କରାଯିବାର ମୌଳିକ ଅଧିକାର ଅଛି।
ଜଷ୍ଟିସ୍‌ ଡିକେ ସିଂହ ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ଧାରା ୨୫ ଅନୁଯାୟୀ ସ୍ୱାଧୀନ ଧର୍ମ ଅଧିକାରରେ ସ୍ୱେଚ୍ଛାକୃତ ଭାବରେ ଧର୍ମ ପରିବର୍ତ୍ତନ କରିବାର ଅଧିକାର ଅନ୍ତର୍ଭୁକ୍ତ, ଏହାର ଅର୍ଥ ହେଉଛି ନାଗରିକମାନଙ୍କର ମଧ୍ୟ ସରକାରୀ ରେକର୍ଡରେ ଏପରି ପରିବର୍ତ୍ତନ ରେକର୍ଡ କରିବାର ଅଧିକାର ଅଛି।
ଜଣେ ଯୁବକ କେରଳ ହାଇକୋର୍ଟରେ ଏ ନେଇ ଆବେଦନ କରି କହିଛନ୍ତି ଯେ, ତାଙ୍କ ବାପା ମୁସଲମାନ ଏବଂ ମାଆ ହିନ୍ଦୁ। କିନ୍ତୁ ତାଙ୍କ ମାଆ ତାଙ୍କୁ କେରଳର ପାଲକ୍କଡ ଜିଲ୍ଲାରେ ହିନ୍ଦୁ ରୀତିନୀତି ଅନୁସାରେ ଲାଳନପାଳନ କରିଥିଲେ।
ତାଙ୍କ ନାମ ସ୍କୁଲରେ ‘ମହମ୍ମଦ ରିଆଜୁଦ୍ଦିନ ସିଏସ୍‌’ ଭାବରେ ପଞ୍ଜିକୃତ ହୋଇଥିଲା ଏବଂ ତାଙ୍କ ଧର୍ମ ଇସଲାମ ଥିଲା। କିନ୍ତୁ ବଡ଼ହେବା ପରେ ଇସ୍‌ଲାମ୍‌ ଧର୍ମ ଉପରେ ବିଶ୍ୱାସ କରୁ ନ ଥିଲେ। ଏମିତି କି ଆର୍ଯ୍ୟ ସମାଜ ମାଧ୍ୟମରେ ଆନୁଷ୍ଠାନିକ ଭାବରେ ସେ ଧର୍ମ ପରିବର୍ତ୍ତନ କରିଥିଲେ ଏବଂ ତାଙ୍କର ନୂତନ ନାମ ‘ସୁଧୀନ କୃଷ୍ଣ ସିଏସ୍‌’ ଏବଂ ଧର୍ମ ‘ହିନ୍ଦୁ’ ଭାବରେ ଦର୍ଶାଇ ଏକ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଥିଲେ।
ଅଦାଲତରେ ଦାଖଲ କରିଥିବା ଦଲିଲ୍‌ରେ ସେ ଉଲ୍ଲେଖ କରିଥିଲେ ଯେ ସେ ତାଙ୍କର ମାଧ୍ୟମିକ ସ୍କୁଲ ଲିଭିଂ ସାର୍ଟିଫିକେଟ୍‌  ରେକର୍ଡ ଦଲିଲକୁ ଅପଡେଟ୍‌ କରିବାକୁ ଚାହୁଁଥିଲେ। କିନ୍ତୁ କର୍ତ୍ତୃପକ୍ଷ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।
ସ୍କୁଲ ଯୁକ୍ତି ଦେଇଥିଲା ଯେ, କେରଳ ଶିକ୍ଷା ଆଇନ ଏବଂ ନିୟମରେ ସ୍କୁଲ ରେକର୍ଡରେ ଜାତି ଏବଂ ଧର୍ମ ପରିବର୍ତ୍ତନ କରିବାର କୌଣସି ବ୍ୟବସ୍ଥା ନାହିଁ। ତା’ପରେ ସେ କୋର୍ଟକୁ ଯାଇ ଯୁକ୍ତି ଦେଇଥିଲେ ଯେ, ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା କେରଳ ଶିକ୍ଷା ଆଇନ ଏବଂ ନିୟମ ୧୯୫୯ର ନିୟମ ୩(୧) ର ଉଲ୍ଲଂଘନ, ଯାହା ଏପରି ପରିବର୍ତ୍ତନକୁ ଅନୁମତି ଦେଇଥାଏ।
୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେବାର ପ୍ରାୟ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୬୧୮୧ କୋଟି ଟଙ୍କାର ନୋଟ ଫେରିନାହିଁ। ତେବେ ସେ ନୋଟ୍‌ଗୁଡ଼ିକ କୁଆଡେ଼ ଗଲା ତାକୁ ନେଇ ଉଠିଛି ପ୍ରଶ୍ନ।
ମିଳିଥିବା ସୂଚନା ଅନୁଯାୟୀ ଗତ ମେ  ପହିଲା ସୁଦ୍ଧା ଏହି ପରିମାଣ ୬୨୬୬ କୋଟି ଟଙ୍କା ଥିଲା। ପୂର୍ବାପେକ୍ଷା ଆଉ ବିଶେଷ ପରିମାଣର ୨୦୦୦ ଟଙ୍କିଆ ନୋଟ ଫେରୁ ନ ଥିବା ଜଣାପଡ଼ିଛି।
ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ସୋମବାର ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ  ୨୦୨୩ ମସିହା ମେ ୧୯ ତାରିଖରେ ବ୍ୟବସାୟ ଶେଷ ହେବା ବେଳକୁ ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା। ଯାହା ୨୦୨୫ ମେ ୩୧ ସୁଦ୍ଧା ହ୍ରାସ ପାଇ ୬,୧୮୧ କୋଟି ଟଙ୍କାରେ ପହଞ୍ଚିଛି। ତେଣୁ, ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ୯୮.୨୬ ପ୍ରତିଶତ ଫେରି ଆସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କହାଯାଇଛି।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ମଧ୍ୟ ୨୦୦୦ ଟଙ୍କାର ନୋଟ୍‌ ବୈଧ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୩ ମେ ୧୯ ତାରିଖରେ ୨୦୦୦ ଟଙ୍କାର ନୋଟ୍‌ ପ୍ରଚଳନରୁ ପ୍ରତ୍ୟାହାର ଘୋଷଣା କରିଥିଲା। ବର୍ତ୍ତମାନ ବି ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ମାଧ୍ୟମରେ ଏସବୁ ନୋଟ ବଦଳ କରିହେବ। ପୁଣି ଡାକଘର ମାଧ୍ୟମରେ ଏସବୁ ନୋଟ ପଠାଇଲେ ତାହା ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ଜମା ହୋଇପାରିବ ବୋଲି ନୋଟିସ ଜାରି କରାଯାଇଥିଲା।
 ପାକିସ୍ତାନ ହାରିଲା ତେବେ ଅସ୍ତ୍ର ବିରତି କାହିଁକି
କେନ୍ଦ୍ର ସରକାର ପାକିସ୍ତାନ ସହିତ ଅସ୍ତ୍ରବିରତି ପାଇଁ ରାଜି ହେବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର(ପିକେ)। ସେ ପ୍ରଶ୍ନ କରିଛନ୍ତି, ଯଦି ଇସଲାମାବାଦ ପଛକୁ ହଟିଯାଉଥିଲା ତେବେ ସରକାର ଅସ୍ତ୍ରବିରତିକୁ କାହିଁକି ଗ୍ରହଣ କଲେ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବିବୃତିକ଼ୁ ଆଧାର କରି ପିକେ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ନିଜେ ନିଶ୍ଚିତ କରିଛନ୍ତି, ପାକିସ୍ତାନର ଅନୁରୋଧରେ ଅସ୍ତ୍ରବିରତି ଆରମ୍ଭ ହୋଇଥିଲା। ଅପରପକ୍ଷେ ସିନ୍ଦୂର ଫରୁଆ ବଣ୍ଟନ ଅଭିଯାନକୁ କଟ୍ଟୁ ସମାଲୋଚନା କରିଛନ୍ତି ସେ।
ପିକେ ଆହୁରି କହିଛନ୍ତି ଯେ, ଭାରତ ସଂଘର୍ଷରେ ଏକ ଦୃଢ଼ ସ୍ଥିତିରେ ଥିଲା ଏବଂ ପାକିସ୍ତାନ ଏହାକୁ ବନ୍ଦ କରିବାକୁ ଚାହୁଁଥିଲା। ସେ ଏହା ମଧ୍ୟ କହିଛନ୍ତି, ଭାରତ ଏତେ ଶୀଘ୍ର ଅସ୍ତ୍ରବିରତି ପାଇଁ ରାଜି ହେବା ପରିବର୍ତ୍ତେ ପାକିସ୍ତାନ ବିରୁଦ୍ଧରେ ଆଉ ଦୁଇ ଦିନ ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରଖିପାରିଥାନ୍ତା।
ବିହାରର ପୂର୍ବ ଚମ୍ପାରଣରେ ଭାଷଣ ଦେଇ ସେ ଆହୁରି କହିଛନ୍ତି, ଦେଶର ବୈଦେଶିକ ମନ୍ତ୍ରୀ ଜଣେ ବହୁତ ଶିକ୍ଷିତ ଏବଂ ବୁଦ୍ଧିମାନ ବ୍ୟକ୍ତି। ମୁଁ ତାଙ୍କର ଏକ ବିବୃତି ପଢ଼ିଲି ଯେ, ପାକିସ୍ତାନର ଉଦ୍ୟମରେ ଅସ୍ତ୍ରବିରତି କରାଯାଇଥିଲା। ତେଣୁ, ଯଦି ପାକିସ୍ତାନ ଅସ୍ତ୍ରବିରତି ଚାହୁଁଥିଲା, ତେବେ ଏହାର ଅର୍ଥ ହେଉଛି ଯେ, ସେନା ଠିକ୍‌ କହୁଥିଲା  ଆମେ ସେମାନଙ୍କୁ ପରାସ୍ତ କରୁଛୁ। ତେବେ ଭାରତ ଏଥିରେ କାହିଁକି ରାଜି ହେଲେ ବୋଲି ପ୍ରଶ୍ନ କରିଛନ୍ତି ପିକେ।
ସେ ଆହୁରି କରିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଭୟଙ୍କ ମଧ୍ୟରେ ଯୁଦ୍ଧବିରତି ପାଇଁ ଶ୍ରେୟ ନେଉଛନ୍ତି ଏବଂ ହୁଏତ ସେ ଶାନ୍ତି ପୁରସ୍କାର ଆଶା କରୁଛନ୍ତି। ତେବେ ଆମେ ଆମର ବୈଦେଶିକ ମନ୍ତ୍ରୀଙ୍କୁ ବିଶ୍ୱାସ କରିପାରୁ। ଟ୍ରମ୍ପ୍‌ଙ୍କୁ କାହିଁକି ବିଶ୍ୱାସ କରିବୁ ବୋଲି କହିଛନ୍ତି ସେ। ଏପରି ପରିସ୍ଥିତିରେ ଭାରତୀୟ ସେନାକୁ ନିଜର ଅପରେସନ୍‌ ଜାରି ରଖିବାକୁ ଏବଂ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବାକୁ ଅନୁମତି ଦିଆଯିବା ଉଚିତ୍‌ ଥିଲା।
ଅଭିଯୋଗ କରି କହିଛନ୍ତି, ସରକାର ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଏବେ ସିନ୍ଦୂର ଫରୁଆ ବାଣ୍ଟିବା ଦ୍ୱାରା ଆଉ କୌଣସି ଫରକ ପଡ଼ିବ ନାହିଁ। ଏପରିସ୍ଥଳେ ଆଉ କାହିଁକି ଲୋକମାନଙ୍କୁ ବୋକା ବନାଉଛ। ସରକାର ଯାହା କହୁଛନ୍ତି ତାହା ଭୁଲ୍‌ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
କିଛିଦିନ ତଳେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତିକୁ ନେଇ ଉଭୟ ପକ୍ଷରୁ କ୍ଷତିକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି। ଏହାକୁ ନେଇ ସରକାର ବିଭିନ୍ନ ରାଜନୈତିକଳ ଦଳ ଭିନ୍ନ ଭିନ୍ନ ରାଜନୈତିକ ଦଳ ଭିନ୍ନ ମତ ପ୍ରକାଶ କରୁଥିବା ବେଳେ ଏବେ ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି
ବରିଷ୍ଠ ଭାରତୀୟ ସେନା ଅଧିକାରୀ ଜଣଙ୍କ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବରେ ସ୍ୱୀକାର କରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ଭାରତୀୟ ଜେଟ୍‌ ଖସାଇ ଦିଆଯାଇଛି। ତଥାପି, ସେ କେତେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ସ୍ପଷ୍ଟ କରିନାହାନ୍ତି।
ଭାରତୀୟ ସେନା ମୁଖ୍ୟ ସିଡିଏସ୍‌ ଜେନେରାଲ ଅନିଲ ଚୌହାନ ସିଙ୍ଗାପୁରରେ ବ୍ଲୁମବର୍ଗକୁ ଦେିଥିବା ସାକ୍ଷାତକାରରେ କହିଛନ୍ତି ପ୍ରକୃତ ପ୍ରସଙ୍ଗ ଏହା ନୁହେଁ ଯେ, ବିମାନଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ବରଂ ପ୍ରଶ୍ନ ହେଉଛି, ସେଗୁଡିକ କାହିଁକି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଆମେ ଏଥିରୁ କ’ଣ ଶିଖିଲୁ ବୋଲି କହିଛନ୍ତି।
ସିଡିଏସ୍‌ ଶ୍ରୀ ଚୌହାନ କହିଛନ୍ତି ଯେ, ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆମେ ଆମର ଭୁଲ୍‌କୁ ସ୍ୱୀକାର କରିଥିଲୁ ଏବଂ ବହୁତ କିଛି ଶିଖିଥିଲୁ। ତାଙ୍କ ଉତ୍ତର ଶୁଣି ଏପରି ଲାଗିଥିଲା ଯେପରି ଭାରତୀୟ ଜେଟ୍‌ ବିମାନଗୁଡ଼ିକ ଏୟାରଷ୍ଟ୍ରାଇକ୍‌ ସମୟରେ ହିଁ ଖସି ପଡ଼ିଛି। କାରଣ ସେ କହିଥିଲେ ଯେ, ଆମେ ଆମର ଭୁଲ୍‌ ସଂଶୋଧନ କରିଥିଲୁ ଏବଂ ଦୁଇ ଦିନ ମଧ୍ୟରେ ଉପଯୁକ୍ତ ଉତ୍ତର ଦେଇଥିଲୁ। ଦୂର ଦୂରାନ୍ତ ଶତ୍ରୁ ସ୍ଥାନଗୁଡ଼ିକୁ ଟାର୍ଗେଟ କରି ଏକ ପ୍ରଭାବଶାଳୀ ଜବାବ ଦିଆଯାଇଥିଲା।
ଉଲ୍ଲେଖନୀୟ ଯେ, ଭାରତ ପାକିସ୍ତାନର ଅନେକ ବଡ଼ ସହରରେ ଅବସ୍ଥିତ ସାମରିକ ଘାଟିକୁ ଟାର୍ଗେଟ କରି ବିପୁଳ କ୍ଷତି କରିଥିଲା। ପାକିସ୍ତାନ ଦ୍ୱାରା ୬ଟି ଭାରତୀୟ ବିମାନ ଖସାଇ ଦେବାକୁ ନେଇ ଉଠିଥିବା ପ୍ରଶ୍ନକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ। ଜେନେରାଲ ଚୌହାନ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଏହି ଯୁଦ୍ଧରେ କେବେ ବି ପରମାଣୁ ଅସ୍ତ୍ର ବ୍ୟବହାରର ଆବଶ୍ୟକତା ନ ଥିଲା।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦାବି କରିଥିଲେ ଯେ, ପାକିସ୍ତାନ ଭାରତର ୬ଟି ଲଢ଼ୁଆ ବିମାନକୁ ଖସାଇ ଦେଇଛି। ଯାହାକୁ ସିଡିଏସ୍‌ ଅସ୍ୱୀକାର କରିଥିଲେ। ପ୍ରଥମଥର ପାଇଁ ଜଣେ ଉଚ୍ଚ ସେନା ଅଧିକାରୀ ଜେଟ୍‌ ଖସି ପଡ଼ିଥିବା ନେଇ ସ୍ୱୀକାର କରିଛନ୍ତି।
ବର ଟଙ୍କା ଗଣିପାରିଲାନି ବୋଲି ବାହାଘର ଭାଙ୍ଗିଦେଲା କନ୍ୟା।