ବାପା ମୁସ୍ଲିମ୍ ଆଉ ମାଆ ହି୍ଦୁ ହୋଇଥିଲେ ପୁଅ କେଉଁଧର୍ମର? ପରମ୍ପାରିକ ଭାବେ ସନ୍ତାନ ଇସ୍ଲାମ୍ ଧର୍ମ ଗ୍ରହଣ କରିବା କଥା। କିନ୍ତୁ ପୁଅ ମୁସ୍ଲିମ୍ ହେବାକୁ ମନା କରିବାକୁ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଏବେ କେରଳ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ଅଦାଲତ୍ ମଧ୍ୟ ମାମଲାର ଶୁଣାଣି କରି ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଅଦାଲତ କହିଛନ୍ତି ଯେ, ସ୍ୱେଚ୍ଛାକୃତ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କର ସମ୍ବିଧାନର ଧାରା ୨୫ ଅନୁଯାୟୀ ସରକାରୀ ସ୍କୁଲ ଡକ୍ୟୁମେଣ୍ଟରେ ତାଙ୍କର ଧର୍ମ ପରିବର୍ତ୍ତନ ରେକର୍ଡ କରାଯିବାର ମୌଳିକ ଅଧିକାର ଅଛି।
ଜଷ୍ଟିସ୍ ଡିକେ ସିଂହ ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ଧାରା ୨୫ ଅନୁଯାୟୀ ସ୍ୱାଧୀନ ଧର୍ମ ଅଧିକାରରେ ସ୍ୱେଚ୍ଛାକୃତ ଭାବରେ ଧର୍ମ ପରିବର୍ତ୍ତନ କରିବାର ଅଧିକାର ଅନ୍ତର୍ଭୁକ୍ତ, ଏହାର ଅର୍ଥ ହେଉଛି ନାଗରିକମାନଙ୍କର ମଧ୍ୟ ସରକାରୀ ରେକର୍ଡରେ ଏପରି ପରିବର୍ତ୍ତନ ରେକର୍ଡ କରିବାର ଅଧିକାର ଅଛି।
ଜଣେ ଯୁବକ କେରଳ ହାଇକୋର୍ଟରେ ଏ ନେଇ ଆବେଦନ କରି କହିଛନ୍ତି ଯେ, ତାଙ୍କ ବାପା ମୁସଲମାନ ଏବଂ ମାଆ ହିନ୍ଦୁ। କିନ୍ତୁ ତାଙ୍କ ମାଆ ତାଙ୍କୁ କେରଳର ପାଲକ୍କଡ ଜିଲ୍ଲାରେ ହିନ୍ଦୁ ରୀତିନୀତି ଅନୁସାରେ ଲାଳନପାଳନ କରିଥିଲେ।
ଜଣେ ଯୁବକ କେରଳ ହାଇକୋର୍ଟରେ ଏ ନେଇ ଆବେଦନ କରି କହିଛନ୍ତି ଯେ, ତାଙ୍କ ବାପା ମୁସଲମାନ ଏବଂ ମାଆ ହିନ୍ଦୁ। କିନ୍ତୁ ତାଙ୍କ ମାଆ ତାଙ୍କୁ କେରଳର ପାଲକ୍କଡ ଜିଲ୍ଲାରେ ହିନ୍ଦୁ ରୀତିନୀତି ଅନୁସାରେ ଲାଳନପାଳନ କରିଥିଲେ।
ତାଙ୍କ ନାମ ସ୍କୁଲରେ ‘ମହମ୍ମଦ ରିଆଜୁଦ୍ଦିନ ସିଏସ୍’ ଭାବରେ ପଞ୍ଜିକୃତ ହୋଇଥିଲା ଏବଂ ତାଙ୍କ ଧର୍ମ ଇସଲାମ ଥିଲା। କିନ୍ତୁ ବଡ଼ହେବା ପରେ ଇସ୍ଲାମ୍ ଧର୍ମ ଉପରେ ବିଶ୍ୱାସ କରୁ ନ ଥିଲେ। ଏମିତି କି ଆର୍ଯ୍ୟ ସମାଜ ମାଧ୍ୟମରେ ଆନୁଷ୍ଠାନିକ ଭାବରେ ସେ ଧର୍ମ ପରିବର୍ତ୍ତନ କରିଥିଲେ ଏବଂ ତାଙ୍କର ନୂତନ ନାମ ‘ସୁଧୀନ କୃଷ୍ଣ ସିଏସ୍’ ଏବଂ ଧର୍ମ ‘ହିନ୍ଦୁ’ ଭାବରେ ଦର୍ଶାଇ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ।
ଅଦାଲତରେ ଦାଖଲ କରିଥିବା ଦଲିଲ୍ରେ ସେ ଉଲ୍ଲେଖ କରିଥିଲେ ଯେ ସେ ତାଙ୍କର ମାଧ୍ୟମିକ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ରେକର୍ଡ ଦଲିଲକୁ ଅପଡେଟ୍ କରିବାକୁ ଚାହୁଁଥିଲେ। କିନ୍ତୁ କର୍ତ୍ତୃପକ୍ଷ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।
ଅଦାଲତରେ ଦାଖଲ କରିଥିବା ଦଲିଲ୍ରେ ସେ ଉଲ୍ଲେଖ କରିଥିଲେ ଯେ ସେ ତାଙ୍କର ମାଧ୍ୟମିକ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ରେକର୍ଡ ଦଲିଲକୁ ଅପଡେଟ୍ କରିବାକୁ ଚାହୁଁଥିଲେ। କିନ୍ତୁ କର୍ତ୍ତୃପକ୍ଷ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।
ସ୍କୁଲ ଯୁକ୍ତି ଦେଇଥିଲା ଯେ, କେରଳ ଶିକ୍ଷା ଆଇନ ଏବଂ ନିୟମରେ ସ୍କୁଲ ରେକର୍ଡରେ ଜାତି ଏବଂ ଧର୍ମ ପରିବର୍ତ୍ତନ କରିବାର କୌଣସି ବ୍ୟବସ୍ଥା ନାହିଁ। ତା’ପରେ ସେ କୋର୍ଟକୁ ଯାଇ ଯୁକ୍ତି ଦେଇଥିଲେ ଯେ, ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା କେରଳ ଶିକ୍ଷା ଆଇନ ଏବଂ ନିୟମ ୧୯୫୯ର ନିୟମ ୩(୧) ର ଉଲ୍ଲଂଘନ, ଯାହା ଏପରି ପରିବର୍ତ୍ତନକୁ ଅନୁମତି ଦେଇଥାଏ।