TT Ads

ଶ୍ରୀରାଧା’ର କବି ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ପଦ୍ମଭୂଷଣ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ରମାକାନ୍ତ ରଥଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଶ୍ରୀ ରଥଙ୍କ ମରଶରୀର ନିକଟରେ ବିଶିଷ୍ଟ କବି ତଥା ସାହିତ୍ୟିକମାନେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଆସନ୍ତା କାଲି ତାଙ୍କ ପୁଅ ବିଦେଶରୁ ଫେରିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ

୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକଠାରେ ଜନ୍ମିତ ଶ୍ରୀ ରଥ ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ୧୯୯୨ ମସିହାରେ ଚାକିରିରୁ ଅବସର ଗ୍ରହଣ ପୂର୍ବରୁ ସେ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ଏହି ସମୟରେ ତାଙ୍କର କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ଆଦି କବିତା ସଂକଳନ ପ୍ରକାଶ ପାଇଥିଲା

ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ‘ସପ୍ତମ ରତୁ’ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାରେ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ । ଏହା ସହିତ ୨୦୦୬ରେ ସେ ‘ପଦ୍ମ ବିଭୂଷଣ’ ସମ୍ମାନରେ ସମ୍ମାନିତ ହୋଇଥିଲେ।

୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ଦିଲ୍ଲୀର ସଭାପତି ଭାବରେ କାମ ତୁଲାଇଥିଲେ। ତାଙ୍କ ଲିଖିତ ଅନ୍ୟ ଗ୍ରନ୍ଥଗୁଡ଼ିକ ମଧ୍ୟରେ ରହିଛି ‘କେତେ ଦିନର’ (୧୯୬୨) ‘ଅନେକ କୋଠରୀ’ (୧୯୬୭) ‘ସନ୍ଧିଗ୍ଧ ମୃଗୟା” (୧୯୭୧) “ସପ୍ତମ ଋତୁ” (୧୯୭୭) ‘ସଚିତ୍ର ଅନ୍ଧାର” (୧୯୮୨) ‘ସୀମାନ୍ତ ବାସ” “ଫେରି ଚାହିଁଲେ” “ସବୁଦିନେ ସେପାଖେ” “ସରଳ ହୃଦଗଣିତ” ‘ଜାହାଜ ଆସିବ ଓ ଆଉ କେତୋଟି” ଧର୍ମପଦର ଆତ୍ମହତ୍ୟା (କବିତା)। ଦୀର୍ଘ କବିତାଗୁଡ଼ିକ ହେଲା ଶ୍ରୀରାଧା (୧୯୮୪), ଶ୍ରୀ ପଳାତକ (୧୯୯୭)।

ସେ ପାଇଥିବା ସମ୍ମାନ ଓ ପୁରସ୍କାର ଗୁଡ଼ିକ ହେଉଛି ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ (୨୦୧୮), ସରସ୍ୱତୀ ସମ୍ମାନ- ଶ୍ରୀରାଧା (୧୯୯୨), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର – ସପ୍ତମ ଋତୁ (୧୯୭୮), ବିଷୁବ ସମ୍ମାନ – ୧୯୯୦, ଶାରଳା ପୁରସ୍କାର, (୧୯୮୪), ସାରଳା ସମ୍ମାନ, ୨୦୧୧, ସାହିତ୍ୟ ଭାରତୀ ସମ୍ମାନ (୨୦୦୬)।

ଆଘାତ ଆମକୁ ମଜଭୁତ କରିଥାଏ କି

TT Ads

Leave a Reply

Your email address will not be published. Required fields are marked *