TT Ads
ବିଶେଷକରି ଫୁଲବାଣୀ ଜିଲ୍ଲାରୁ କୁଢ଼କୁଢ଼ ଗଞ୍ଜେଇ ବନାରସ ଚାଲାଣ କରାଯାଉଛି। ଏଭଳି ଏକ ଘଟଣା ଆଜି ପଦାକୁ ଆସିଛି। ଫୁଲବାଣୀରୁ ବନାରସ ଗଞ୍ଜେଇ ଚାଲାଣ ବେଳେ ସୁନ୍ଦରଗଡ଼ରେ ଧରାପଡ଼ିଛି। ଏକ ବଡ଼ ସୁଟକେଶରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ଯୁବତୀ କେଉଁଆଡେ଼ ଫେରାର୍‌ ହୋଇଯାଇଛନ୍ତି
ସେମାନେ ଫୁଲବାଣୀରୁ ସୁଟକେଶ୍‌ରେ ଗଞ୍ଜେଇ ଆଣି ସୁନ୍ଦରଗଡ଼ ଡିଆରଡିଏ ଛକରେ ନିକଟରେ ବସ୍‌ ବଦଳାଉଥିବା ବେଳେ ଭୋର୍‌ ୪ଟା ସମୟରେ ବସ୍‌ ଡ୍ରାଇଭରଙ୍କ ସନ୍ଦେହ ହୋଇଥିଲା। ଦୁଇ ଜଣ ଯୁବକ ଯୁବତୀ ସୁଟକେଶରେ କିଛି ଆପତ୍ତିଜନକ ଜିନିଷ ନେବା ନେଇ ଡ୍ରାଇଭର୍‌ ମାଲିକଙ୍କୁ ଫୋନ କରିବା ସମୟରେ ଯୁବତୀ ଜଣକ ଫେରାର୍‌ ହୋଇଯାଇଥିଲେ। ଘଟଣାସ୍ଥଳରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତରପ୍ରଦେଶ ବନାରସ ଅଞ୍ଚଳର ଯୁବକ ରିତେଶ ଓଝାକୁ ନେଇ ଅଟକ ରଖିବା ସହିତ ଗଞ୍ଜେଇକୁ ଜବତ କରିଛି। ଅନ୍ୟପଟେ ଛକରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଭିଡିଓକୁ ନେଇ ଉଭୟଙ୍କୁ ଚିହ୍ନଟ କରୁଛି ପୁଲିସ।
ପ୍ରକାଶ ଥାଉ କି ଉତ୍ତରପ୍ରଦେଶର ବନାରସ୍‌ ସହରରେ ଓଡ଼ିଶା ଗଞ୍ଜେଇର ବେଶ ଚାହିଦା ରହିଛି। ପ୍ରତିଦିନ ବିଭିନ୍ନ ମଠରେ ତଥା ଗଳିକନ୍ଦିରେ ଅନ୍ୟ ରାଜ୍ୟର ଗଞ୍ଜେଇ ଅପେକ୍ଷା ଓଡ଼ିଶା ଗଞ୍ଜେଇ ସେବନ କରିବାକୁ ଲୋକେ ପସନ୍ଦ କରୁଛନ୍ତି। ଯେଉଁଥିପାଇଁ ବିଭିନ୍ନ ଉପାୟରେ ଅସାଧୁ ବେପାରୀମାନେ ଫୁଲବାଣୀରୁ ଗଞ୍ଜେଇ ନେଇ ଉତ୍ତରପ୍ରଦେଶ ଯାଉଛନ୍ତି।
TT Ads

Leave a Reply

Your email address will not be published. Required fields are marked *