ଗହଣା ପ୍ରେମୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି। ଆଗାମୀ ଦିନରେ ଅନ୍ତର୍ଜାତୀୟ ବଜାରେ ସୁନା ଦର ହ୍ରାସ ପାଇବାକୁ ଯାଉଥିବା ବେଳେ ରୁପା ଦର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏ ନେଇ ଆକଳନ କରି ସୂଚନାଦେଇଛି ଖ୍ୟାତନାମା ସଂସ୍ଥା ସିଟି ଗ୍ରୁପ୍‌। ଅନ୍ତର୍ଜାତୀୟ ବଜାରରେ ଦର କମ୍‌ ହେଲେ ଭାରତରେ ମଧ୍ୟ ସୁନା ଦର ଶସ୍ତା ହେବ ବୋଲି ଆକଳନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗୁରୁବାର ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୫୦୦ ଟଙ୍କା ବଢ଼ି ୯୧,୦୫୦ ଟଙ୍କା ହୋଇଛି। ୨୪ କ୍ୟରେଟ୍‌ ଦାମ୍‌ ୯୯,୩୩୦ ଟଙ୍କାକୁ ବୃଦ୍ଧି ପାଇଛି। ରୁପା କେଜି ୧,୨୪,୦୦୦ ଟଙ୍କା ରହିଛି। ସିଟି ଗ୍ରୁପ୍‌ କହିଛି ଯେ ରୁପାର ଯୋଗାଣ କମ୍‌ ରହିବା ସହ ନିବେଶ ଚାହିଦା ବଢ଼ୁଥିବାରୁ ଏହାର ଆଉନ୍ସ ପିଛା ଦାମ୍‌ ୪୦ ଡଲାରକୁ ବୃଦ୍ଧି ପାଇବ।
ଗତବର୍ଷ ରୁପା ଦାମ୍‌ ୨୪ ପ୍ରତିଶତ ବଢ଼ିବା ପରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ମହଙ୍ଗା ହୋଇସାରିଲାଣି।
ସୁନାର ମୂଲ୍ୟ ବୃଦ୍ଧି ପାଇ ଗତ ୧୩ ବର୍ଷର ସର୍ବାଧିକ ଦରରେ ପହଞ୍ଚିଛି। ଆସନ୍ତା ୬-୧୨ ମାସ ମଧ୍ୟରେ ରୁପା ଦର ୪୩ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସିଟି ଗ୍ରୁପ୍‌ ପକ୍ଷରୁ ଆକଳନ କରାଯାଇଛି।
ସେହିଭଳି ବିଶ୍ୱ ରୁପା ବଜାରର ଆକାର ୩ ହଜାର କୋଟି ଡଲାର ରହିଛି। ଏକ୍ଷେତ୍ରରେ ଯୋଗାଣ କମ୍‌ ରହୁଥିବାରୁ ଚାହିଦାରେ ସାମାନ୍ୟ ପରିବର୍ତ୍ତନ ହେଲେ ତାହା ଦରକୁ ପ୍ରଭାବିତ କରିବ।
ଲଗାତାର ପଞ୍ଚମ ବର୍ଷ ପାଇଁ ରୁପାର ଚାହିଦା ଯୋଗାଣଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି। ସୁନା ସମ୍ପର୍କରେ ସିଟି ଗ୍ରୁପ୍‌ କହିଛି ଯେ ୨୦୨୫ରେ ଏହାର ଦାମ୍‌ ୨୭ ପ୍ରତିଶତ ବଞ୍ଚିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡିକୁ ସୁନା କିଣୁଥିବାରୁ ଦାମ୍‌ ବଢ଼ୁଛି।
କିନ୍ତୁ ଦରବୃଦ୍ଧିର ଏହି ଧାରା ଆଗାମୀ ଦିନରେ ବଦଳିବାର ଆଚଳନ କରାଯାଉଛି। ଆସନ୍ତା କିଛି ଦିନ ଭିତରେ ସୁନାର ଆଉନ୍ସ ପିଛା ଦାମ୍‌ ୩୦୦୦ ଡଲାର ତଳକୁ ଖସିବ। ୨୦୨୬ ମଧ୍ୟଭାଗ ସୁଦ୍ଧା ଏହି ଦର ୨୫୦୦-୨୭୦୦ ଡଲାରକୁ ଖସିଆସିବ ବୋଲି ଆକଳନ କରାଯାଇଛି।

ଯେଉଁମାନେ ସୁନାରେ ନିବେଶ କରିଛନ୍ତି ସେମାନଙ୍କ ପାଇଁ ଖୁସି ଖବର। ଗତ ବର୍ଷକ ଭିତରେ ସୁନା ଦର ୫୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବର୍ଷକ ଭିତରେ ଏହା ୫୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସୁନାର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁନା ଋଣ ନିୟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛି । ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ୨୦୨୨ ମସିହାରୁ କ୍ରମାଗତ ଭାବେ ସୁନା ଭଣ୍ଡାର ବୃଦ୍ଧି କରିବାରେ ଲାଗିଛନ୍ତି। ସୁନା ଇଟିଏଫରେ ନିବେଶ ମଧ୍ୟ ଆରମ୍ଭ ହୋଇଛି।

ସୁନାର ଯୋଗାଣ ତୁଳନାରେ ଚାହିଦା ଢେର ଅଧିକ ଥିବାରୁ ଦର ବୃଦ୍ଧି ପାଉଛି। ଅକ୍ଟୋବର ୨୦୨୨ରେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ୧୫୦୦ ଡଲାରରୁ ବୃଦ୍ଧି ପାଇ ଆଜି ୩୪୦୦ ଡଲାରରୁ ଅଧିକ ହୋଇଛି। ଅର୍ଥାତ୍, ଗତ ୨ ବର୍ଷ ଏବଂ ୮ ମାସରେ, ସୁନା ୧୨୫ ପ୍ରତିଶତ ପର୍ଯ୍ୟନ୍ତ ଏକ ମହାନ ରିଟର୍ଣ୍ଣ ଦେଇଛି।

ଗତ ଗୋଟିଏ ବର୍ଷରେ, ସୁନାର ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଗତ ୧୦ ବର୍ଷ ମଧ୍ୟରେ, ସୁନା ପ୍ରାୟ ୧୮୦ ପ୍ରତିଶତ ରିଟର୍ଣ୍ଣ ଦେଇଛି।

ଖଣି ରାଜସ୍ୱ ହ୍ରାସ ନେଇ ଚିନ୍ତାଜନକ ଓଡ଼ିଶା ଅର୍ଥନୀତି

ଏବେ ଭାରତରେ ସୁନାଦର ଆକାଶ ଛୁଆଁ ହେବାରେ ଲାଗିଛି। ଖୁବଶିଘ୍ର ସୁନା ଦଶଗ୍ରାମ ପ୍ରତି ଦର ଲକ୍ଷେ ଟଙ୍କା ଛୁଇଁବାକୁ ଯାଉଛି। ଏପରିସ୍ଥଳେ କେଉଁ ଦେଶରୁ ଶସ୍ତାରେ ଓ ସୁବିଧାରେ ସୁନା ଆଣିପାରିବେ ଆସନ୍ତୁ ଜାଣିବା
ଦୁବାଇ ହେଉଛି ସୁନା ସହର। ସେଠାରେ ସୁନା ଉପରେ କୌଣସି ଭାଟ୍ କିମ୍ବା ଆମଦାନୀ ଶୁଳ୍କ ନାହିଁ। ତେଣୁ, ଦୁବାଇ ସୁନା ବଜାରରେ ସୁନା ମୂଲ୍ୟ ଭାରତ ତୁଳନାରେ ଯଥେଷ୍ଟ କମ୍। ଦୁବାଇ ପରେ ସିଙ୍ଗାପୁର ସହରରେ ଶସ୍ତାରେ ସୁନା ମିଳେ। ସିଙ୍ଗାପୁର ଏକ ପ୍ରମୁଖ ସୁନା ବାଣିଜ୍ୟ କେନ୍ଦ୍ର ହୋଇଥିବା ବେଳେ ସେଠାରେ କମ୍ ଟିକସ ଏବଂ ଉଚ୍ଚମାନର ସୁନା ଉପଲବ୍ଧ ହୋଇଥାଏ।

ଭାରତ ତୁଳନାରେ ବ୍ୟାଙ୍କକର ସୁନା ବଜାର ଭଲ। ଏଠାରେ ସୁନାର ମୂଲ୍ୟ ଭାରତ ତୁଳନାରେ କମ୍ ଏବଂ ଏହାର ଶୁଦ୍ଧତା ମଧ୍ୟ ଭଲ। ସେହିଭଳି ସ୍ୱିଜରଲ୍ୟାଣ୍ଡ ସୁନା ବିଶୋଧନ ଏବଂ ସଂରକ୍ଷଣ ପାଇଁ ଜଣାଶୁଣା। ଏଠାରେ ସୁନାର ଶୁଦ୍ଧତା ଭଲ ଏବଂ ମୂଲ୍ୟ ମଧ୍ୟ ତୁଳନାତ୍ମକ ଭାବରେ କମ୍। ଏହା ବ୍ୟତୀତ, ହଂକଂରେ ଟିକସ ଛାଡ଼ ଯୋଗୁ, ସୁନାର ମୂଲ୍ୟ ବହୁତ କମ୍ ରହିଛି।

ବିଦେଶରୁ ସୁନା କିଣି ଭାରତକୁ ଆଣିବାକୁ ଚାହୁଁଥିବା ଲୋକେ ଏଥିପାଇଁ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା କିଛି ନିୟମ ପାଳନ କରିବା ଆବଶ୍ୟକ। କିନ୍ତୁ ଅନେକ ଲୋକ ବିଦେଶରୁ ସୁନା ଆଣି ନ ଥାନ୍ତି କାହିଁକି ? ଯଦି କୌଣସି ବ୍ୟକ୍ତି ବିଦେଶରୁ ସୁନା ଆଣିବାକୁ ଚାହାନ୍ତି, ତେବେ ସେ ଆମଦାନୀ ଟିକସ ବିନା ମାତ୍ର ୨୦ ଗ୍ରାମ ସୁନା ଅର୍ଥାତ୍ ଦୁଇଭରି ସୁନା ସାଙ୍ଗରେ ଆଣିପାରିବେ।

ସେହିଭଳି ମହିଳା ଯାତ୍ରୀମାନେ ବିନା ଟିକସରେ ୪୦ ଗ୍ରାମ ସୁନା ଅର୍ଥାତ୍ ୪ ଭରି ସୁନା ସାଙ୍ଗରେ ଆଣିପାରିବେ। ଭାରତକୁ କେବଳ ଅଳଙ୍କାର ଆକାରରେ ସୁନା ଅଣାଯାଇପାରିବ, ବାର୍ ଏବଂ ମୁଦ୍ରା ନିଷିଦ୍ଧ। ଏହା ସହିତ, ସୁନା କିଣିବାର ବିଲ୍ ମଧ୍ୟ ଥିବା ଆବଶ୍ୟକ ହୋଇଥାଏ, ଯେଉଁଥିପାଇଁ ବିଦେଶରୁ ସୁନା ଆଣିବାକୁ ଅନେକ ଆଗ୍ରହ ପ୍ରକାଶ କରନ୍ତି ନାହିଁ।

ଫୁଲବାଣୀ ଗଞ୍ଜେଇ ମାୟାରେ ବନାରସିଆ ବାୟା