TT Ads

ଗତବର୍ଷ ତୁଳନାରେ ଏଥର ରାଜ୍ୟ ସରକାର ପ୍ରାୟ ୬ ହଜାର କୋଟି ଟଙ୍କାର ଖଣି ରାଜସ୍ବ ହରାଇଛି। ରାଜ୍ୟରେ ବିକାଶରେ ପ୍ରମୁଖ ଭୂମିକା ରଖୁଥିବା ଖଣି ରାଜସ୍ବ ହ୍ରାସ ଚିନ୍ତାଜନକ ହୋଇପଡିଛି।
ମିଳିଥିବା ସରକାରୀ ତଥ୍ୟ ଅନୁଯାୟୀ ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪୬ ହଜାର କୋଟି ଟଙ୍କାର ଖଣି ରାଜସ୍ବ ପାଇଥିଲା ବେଳେ ଚଳିତ ଆର୍ଥିକ ବର୍ଷରେ ୪୦ ହଜାର ୫୦୦ କୋଟି ପାଇଛନ୍ତି। ସର୍ବାଧିକ ରାଜସ୍ବ ଦେଉଥିବା କେନ୍ଦୁଝର ଜିଲ୍ଲାରେ ଖଣି ରାଜସ୍ବ ସାଙ୍ଘାତିକ ଭାବେ ହ୍ରାସ ପାଇଛି।

ଗତବର୍ଷ ଯୋଡ଼ା ଖଣିମଣ୍ଡଳରେ ୨୧ ହଜାର କୋଟି ଟଙ୍କା ଖଣି ରାଜସ୍ବ ଆଦାୟ ହୋଇଥିଲା ବେଳେ ଏବର୍ଷ ୨ ହଜାର କୋଟି ଟଙ୍କା ହ୍ରାସ ପାଇଥିବା ଜଣାପଡିଛି।
ଗତବର୍ଷ ରାଜ୍ୟରେ ମୋଟ ୪୬ ହଜାର କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିଲା। ଚଳିତବର୍ଷ ସରକାର ମାତ୍ର ୪୦ ହଜାର ୫୦୦ କୋଟି ଟଙ୍କା ଖଣି ରାଜସ୍ୱ ପାଇଛି। ଏଥର ଟାର୍ଗେଟ ଥିଲା ୭୦ ହଜାର କୋଟି। ଅର୍ଥାତ୍‌ ତୁଳନାତ୍ମକ ଭାବେ ଦେଖିଲେ ୬୦ ପ୍ରତିଶତରୁ କମ୍‌ ସଫଳତା ପାଇଛି।

ଯୋଡ଼ା ଖଣି ମଣ୍ଡଳରୁ ଗତବର୍ଷ ୨୧ ହଜାର କୋଟି ଟଙ୍କା ଖଣି ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ୧୯ ହଜାର କୋଟି ଟଙ୍କା ସଂଗ୍ରହ ହୋଇଛି। ଯୋଡ଼ା ଖଣି ମଣ୍ଡଳରେ ୧୦ଟି ଅଧିକ ପ୍ରିମିୟମ୍‌ର ଖଣି ରହିଛି। ଏଥିରୁ ଏବେ ୫ଟି ବନ୍ଦ ରହିଛି। ଜଜାଙ୍ଗ ଲୁହାପଥର ଖଣିର ପ୍ରିମିୟମ୍‌ ଦେଇ ନପାରିବାରୁ ଉକ୍ତ ଖଣିକୁ ଜେଏସ୍‌ଡବ୍ଲ୍ୟୁ କମ୍ପାନି ସରକାରଙ୍କୁ ହସ୍ତାନ୍ତର କରିଦେଇଛି।

ସେହିପରି ଚଳିତବର୍ଷ ୭ଟି ଖଣି ପ୍ରିମିୟମ୍‌ ଦାଖଲ କରି ନ ଥିବାରୁ ସରକାର ତାହାକୁ ଚଳାଇବା ପାଇଁ ଅନୁମତି ଦେଇନାହାନ୍ତି। ଚଳିତ ଆର୍ଥିକ ବର୍ଷର ଶେଷ ପର୍ଯ୍ୟାୟରେ ଯୋଡ଼ା ଖଣି ମଣ୍ଡଳର ସିରାଜୁଦ୍ଦିନ, କାସ୍‌ଭି, ନର୍ଭେରାମ ଭଳି ୭ଟି ଖଣିର ପ୍ରିମିୟମ୍‌ ଦାଖଲ ହୋଇ ନ ଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇଛି। ୪ମାସ ଧରି ଏହି ସବୁ ଖଣି ବନ୍ଦ ରହିବା ଯୋଗୁଁ ବିପୁଳ ରାଜସ୍ୱ କ୍ଷତି ହୋଇଛି। ବକେୟା ଥିବା ପ୍ରିମିୟମ୍‌ ସାଙ୍ଗକୁ ରୟାଲଟି ମଧ୍ୟ ହରାଇଛନ୍ତି ସରକାର।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଆଇବିଏମ୍‌ (ଇଣ୍ଡିଆନ୍‌ ବ୍ୟୁରୋ ଅଫ୍‌ ମାଇନ୍‌ସ) ଖଣିଜ ପଦାର୍ଥ ମୂଲ୍ୟ ସ୍ଥିର କରିଥାଏ। ଚଳିତବର୍ଷ ଖଣିଜ ପଦାର୍ଥର ମୂଲ୍ୟ କମାଇଛି ଆଇବିଏମ୍‌। ଏଥିପାଇଁ ରାଜସ୍ବ ଆଦାୟ କମିଥିବା କୁହାଯାଉଛି। ତେବେ ରାଜସ୍ବ କମିଲେ ସରକାର ଚଳିବାରେ ବାଧା ସୃଷ୍ଟି ହୋଇପାରେ।

କାଲିଠୁ ବଦଳିବ ପାଗ, ୨ରୁ ବର୍ଷା

TT Ads

Leave a Reply

Your email address will not be published. Required fields are marked *