ଯୁବକଙ୍କୁ ହତ୍ୟା କରିବା ପରେ ତାଙ୍କ ମୁହଁରେ ଲଙ୍କାଗୁଣ୍ଡ ବୋଳି ଫିଙ୍ଗି ଦେଇଛନ୍ତି ଦୁବୃର୍ତ୍ତ। ସ୍ଥାନୀୟ ଲୋକେ ମୃତ ଯୁବକଙ୍କୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି

ଖବର ନେବାରୁ ଜଣାପଡ଼ିଛି ଯେ ଶନିବାର ସକାଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମଡର୍ଣ୍ଣ ସ୍କୂଲ ସମ୍ମୁଖରେ ଥିବା ଏକ ଇଟାଭାଟି ନିକଟରେ ଏକ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସି ମୃତଦେହକୁ ଚିହ୍ନଟ କରିଥିଲା। ଯୁବକ ଜଣକ ଗଞ୍ଜାପାରା ପଂଚାୟତ ମାଡ଼ଗାଁର ପବିତ୍ର ହରିଜନ (୩୨) ବୋଲି ଜଣାପଡ଼ିଛି। ମୃତ ଯୁବକଙ୍କ ମୁହଁରେ ଲଙ୍କାଗୁଣ୍ଡ ବୋଳା ଯାଇଥିବା ବେଳେ ପାର୍ଶ୍ଵ ପରିସ୍ଥିତିକୁ ଅନୁଧ୍ୟାନ କରି ପୁଲିସ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି।
ମୃତ ବ୍ୟକ୍ତିଙ୍କ ନିକଟରେ ଏକ ମଦ ବୋତଲ ସହ ଲଙ୍କା ଗୁଣ୍ଡ ପ୍ୟାକେଟ ପଡ଼ିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପରେ ବୋଲି ପୁଲିସ ଅନୁମାନ କରିଛି। ଏଥିସହ ନବରଙ୍ଗପୁର ସାଇଣ୍ଟିଫିକ ଟିମକୁ ମଧ୍ୟ ଡକାଯାଇଛି।

ଏମିତି ଏକ ଲୁଟେରା ଯାହା ନାଁରେ ଦେଶର ବିଭିନ୍ନ ଥାନାରେ ୭୦ଟି ମାମଲା ରହିଛି। ସେ କେବଳ ଓଡ଼ିଶା କି ଛତିଶଗଡ଼ ନୁହେଁ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଲୁଟ୍‌ପାଟ କରୁଥିଲା। ସେଭଳି ଜଣେ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ
କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାର ଅନୁସନ୍ଧାନ କରିବାକୁ ଯାଇ ପୁଲିସ ସତୀଶ ରେଡ୍ଡୀ ଓରଫ୍‌ ସ୍ପାଇଡର୍‌ ସତୀଶକୁ ଗିରଫ କରିଛି ପୁଲିସ। ତା’ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ସହ ମୂଲ୍ୟବାନ ହୀରା ଅଳଙ୍କାର ମଧ୍ୟ ଜବତ କରିଛି ପୁଲିସ।
ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ କହିବାନୁଯାୟୀ ସେ ବଡ଼ବଡ଼ ଲୋକଙ୍କୁ ଟାର୍ଗେଟ କରୁଥିଲା। ପ୍ରଥମେ ଇଣ୍ଟରନେଟ୍‌ରେ ଧନୀ ଲୋକଙ୍କ ନାଁ ବାହାର କରୁଥିଲା। ସେମାନଙ୍କୁ ଟାର୍ଗେଟ୍‌ କରି ଏକ ତାଲିକା ପ୍ରସ୍ତୁତ କରୁଥିଲା। ସେଥିପାଇଁ ସ୍ୱତନ୍ତ୍ର ଯୋଜନା କରି ଲୁଟ୍‌ କରୁଥିଲା। ଗତ ୨୬ ଜାନୁୟାରୀ ପୂର୍ବଦିନ ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ ଟାର୍ଗେଟ୍‌ କରିଥିଲା ସତୀଶ। ସେ ଏକୁଟିଆ ହିଁ ଲୁଟ୍‌ପାଟ୍‌ କରିଥିଲା। ସେ ଯେଉଁଠାରୁ ଲୁଟ୍‌ପାଟ୍‌ କରୁଥିଲା ସେହି ଅଞ୍ଚଳ ଛାଡ଼ି ଚାଲି ଯାଉଥିଲା। ପରେ ଅନ୍ୟ ରାଜ୍ୟରେ ରହି ପୁଣି ଆଉଜଣେ ଧନୀ ଲୋକଙ୍କୁ ଟାର୍ଗେଟ୍‌ କରୁଥିଲା ଓ ଲୁଟ୍‌ ପାଇଁ ଯେଜନା କରୁଥିଲା।
ଏଭଳି ଲୁଟ୍‌ ଘଟଣା କମିଶନରେଟ୍‌ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଥିଲା ୪ ଶହ ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ସତୀଶକୁ ଚିହ୍ନଟ କରିଥିଲା ପୁଲିସ। ପରେ ସେହି ରାତିରେ ବ୍ୟବହାର ହୋଇଥିଶ ୧୦ ହଜାର ମୋବାଇଲ୍‌ ନମ୍ବରକୁ ଯାଞ୍ଚ ପରେ ସତୀଶକୁ ଠାବ କରାଯାଇଥିଲା। ଭିନ୍ନ ଭିନ୍ନ ଟିମ୍‌ କୌଶଳକ୍ରମେ ସତୀଶକୁ ଠାବ କରି ବିଜୟୱାଡ଼ାରୁ ଗିରଫ କରିବାରେ ସଫଳ ହୋଇଛନ୍ତି ବୋଲି ପୁଲିସ କମିଶନର କହିଛନ୍ତି।

ଚାଲିଥିଲା ନିଝୁମ ରାତିରେ ଚାଲିଥିଲା ସେକ୍ସ୍ ରାକେଟ। ଟଙ୍କା ଦେଇ ମେଣ୍ଟାଉଥିଲେ ଦେହର ସୁଖ। ତେବେ ସବୁ ବିଗଡିଦେଲା ପୁଲିସ। ହୋଟେଲ ଭିତରୁ ୩ ଯୁବକଙ୍କୁ ଗିରଫ କଲା ବଲାଙ୍ଗୀର ଟାଉନ ଥାନା ପୁଲିସ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ସହରରୁ

ବଲାଙ୍ଗୀର ସହରର ରାଜେନ୍ଦ୍ର ପାର୍କ ଅଞ୍ଚଳରେ ଥିବା ତିରୁପତି ଗେଷ୍ଟ ହାଉସରେ ନିୟମିତ ଦେହ କାରବାର ନେଇ ପୂର୍ବରୁ ଅଭିଯୋଗ ହେଉଥିଲା। କିନ୍ତୁ ପୁଲିସ ପାଖରେ କୌଣସି ପ୍ରମାଣ ନ ଥିଲା। ଗତକାଲି ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ପୁଲିସ ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଅଞ୍ଚଳରେ ଥିବା ତିରୁପତି ଗେଷ୍ଟ ହାଉସ ଉପରେ ଚଢ଼ାଉ କରିଥିଲା। ଚଢ଼ଉ ସମୟରେ ଗେଷ୍ଟ ହାଉସର ଗୋଟିଏ କୋଠରୀରେ ଜଣେ ଦେହଜୀବୀ ମହିଳାଙ୍କୁ ଉଦ୍ଧାର କରିଥିଲା ପୁଲିସ। ଏଥିସହିତ ୩ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ଯୁବକଙ୍କ ଘର କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ଗେଷ୍ଟ ହାଉସ୍ ଭିତରୁ କିଛି ଆପତ୍ତିଜନକ ଜିନିଷ ଜବତ କରିଛି ପୁଲିସ।

ରାଜଧାନୀର ବରଗଡ଼ ଥାନା ଅନ୍ତର୍ଗତ ସାଇ ମନ୍ଦିର ନିକଟରେ ଏକ ବାଇକକୁ କାର ଧକ୍କା ଦେବା ଫଳରେ ବାଇକରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଛି।

ଖବର ନେବାରୁ ଜଣାପଡ଼ିଛି ଯେ, ରାତି ପ୍ରାୟ ୨ଟା ବେଳେ ଏକ ହରୀୟର କାରଟି ଦ୍ରୁତ ବେଗରେ ଜଗତସିଂହପୁରରୁ ପୁରୀ ଅଭିମୁଖେ ଆସୁଥିଲା। ରଙ୍ଗ ରୁଟରେ ଯାଉଥିବା ବାଇକକୁ ଧକ୍କା ଦେବା ଫଳରେ ୩ ଜଣ ବାଇକ୍ ଚାଳକ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ମେଡ଼ିକାଲ ନେବା ବାଟରେ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ କାର ଚାଳକଙ୍କୁ ପୁଲିସ ଜିମା ଦେଇଛନ୍ତି। ପୁଲିସ ଚଳକଙ୍କୁ ଅଟକ ରଖି ପଚରାଉଚରା କରୁଥିବା କହିଛନ୍ତି ଥାନା ଅଧିକାରୀ ତୃପ୍ତି ନାୟକ। ସିସିଟିଭି ଯାଞ୍ଚ ସହ ପୁରା ଘଟଣାର ତଦନ୍ତ କରୁଛି ବଡଗଡ଼ ଥାନା ପୁଲିସ।

ରବିବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରୁ ୨ ଟି ରକ୍ତଭିଜା ମୃତଦେହ ଉଦ୍ଧାର କରିଛି ପୁଲିସ। ଯାଜପୁର ସୋବରା ଓ ଅନ୍ୟଟି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଘଟିଛି

ଷ୍ଟୁଡିଓ ମାଲିକଙ୍କୁ ଵୀଭତ୍ସ ହତ୍ୟା
ଯାଜପୁର ଜିଲ୍ଲା ସୋବରା ଛକରେ ଜଣେ ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଦୀପକ କୁମାର ସାହୁ। ଦୀପକଙ୍କ ଥିବା ଓମ୍ ଡିଜିଟାଲ ଫିଲ୍ମ ଷ୍ଟୁଡିଓ ଭିତରେ ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପଞ୍ଚନମା କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷେ ଦୀପକଙ୍କୁ ହତ୍ୟା କରାଯାଇଥିବା ଯାଜପୁର ରୋଡ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୁଲିସ ଏ ନେଇ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ କରୁଛି।
ଛେଣ୍ଡିପଦା ଟଙ୍କା ପାଇଁ ହତ୍ୟା

ସେହିଭଳି ୯୦ ହଜାର ଟଙ୍କା ପାଇଁ ସମ୍ବଲପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ମୃତଦେହ ଅନୁଗୁଳ ଜିଲ୍ଲା କଙ୍କରେଇ ନାଳ ନିକଟରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ଲୋକନାଥ ମେହେର। ଲୋକନାଥଙ୍କ ଘର ସମ୍ବଲପୁର ଜିଲ୍ଲା କଙ୍କରା ବଗାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଗତ ୫ଦିନ ହେଲା ନିଖୋଜ ଠିକ୍। ଟଙ୍କା ପାଇଁ ଚାକିରି ଦେବାକୁ କହି ତାଙ୍କୁ ଡାକି ଆଣି ଅନୁଗୁଳରେ ହତ୍ୟା କରା ଯାଇଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମାମଲାର ତଦନ୍ତ କରୁଛି।