ଯେଉଁମାନେ ନିୟମିତ ରାଜପଥରେ ଯାତାୟାତ କରୁଛନ୍ତି ସେମାନଙ୍କୁ ଆଉ ପ୍ରତିଥର ଦେୟ ଦେବାକୁ ପଡ଼ିବନି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ବର୍ଷିକିଆ ଟୋଲ୍ ପାସ୍। ଏହି କ୍ରମରେ ମାତ୍ର ୩ ହଜାର ଟଙ୍କା ଦେଲେ ୨ ଶହ ଥର ପର୍ଯ୍ୟନ୍ତ ଯିବା ଆସିବା କରିହେବ। ଟୋଲ ପେମେଣ୍ଟରେ ସୁଧାର ଆଣିବା ଓ ସଡକ ପଥରେ ଯାତ୍ରାକୁ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି।
ଯାହା ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଲାଗୁ କରାଯିବ। ଏହି ଫାସ୍ଟାଗ୍ ଯୋଜନା କୌଣସି ସରକାରୀ ଗାଡ଼ି ପାଇଁ ଲାଗୁ ହେବ ନାହିଁ। କେବଳ ପ୍ରାଇଭେଟ୍ ଗାଡ଼ିଗୁଡ଼ିକ ପାଇଁ ଲାଗୁ କରାଯିବ ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି।
ସରକାରଙ୍କ ଘୋଷଣା ଅନୁସାରେ, ନୂଆ ପାସ୍ ଆକ୍ଟିଭ ହେବା ତାରିଖ ଠାରୁ ଗୋଟିଏ ବର୍ଷ ଯାଏ କିମ୍ବା ୨୦୦ଟି ଟ୍ରିପ ଯାଏ ଏହା ବୈଧ ରହିବ। ୨୦୦ଟି ଟ୍ରିପ ପରେ କିମ୍ବା ଆକ୍ଟିଭ ତାରିଖର ବର୍ଷକ ପରେ ଏହି ପାସ୍ ଆଉ କାମ କରିବ ନାହିଁ। ନିୟମିତ ଜାତୀୟ ରାଜପଥରେ ଯାତାୟାତ କରୁଥିବା ସାଧାରଣ ଯାତ୍ରୀଙ୍କୁ ଫାଇଦା ଦେବାକୁ ଏହି ଯୋଜନା ଆରମ୍ଭ କରାଯାଉଛି। ସେମାନଙ୍କୁ ଏହି ଯୋଜନା ଅଧିକ ଖର୍ଚ୍ଚ ସମସ୍ୟାରୁ ମୁକ୍ତି ଦେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଗଡକରୀ ନିଜର ଏକ୍ସ ଆକାଉଣ୍ଟରେ ଏହି ଯୋଜନାର ଅପଡେଟ ସମ୍ପର୍କରେ ପୂରା ଦେଶକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ରାଜପଥରେ ସମସ୍ୟା ମୁକ୍ତ ଯାତ୍ରା ପାଇଁ ଆମେ ଫାସ୍ଟାଗ ଭିତ୍ତିକ ବାର୍ଷିକ ପାସ୍ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ବାର୍ଷିକ ୩ ହଜାର ଟଙ୍କା ଦେବାକୁ ପଡିବ। ଏହା ୨୦୨୫ ମସିହା ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଦେଶର ସମସ୍ତ ଜାତୀୟ ରାଜପଥ ଯାତ୍ରା ସମୟରେ ଫାସ୍ଟାଗ ପାସ୍ କାମ ଦେବ।
ଦେଶର ସମସ୍ତ ଜାତୀୟ ରାଜପଥ ଯାତ୍ରା ସମୟରେ ଫାସ୍ଟାଗ ପାସ୍ କାମ ଦେବ।
ବାର୍ଷିକ ପାସ୍କୁ ସକ୍ରିୟ ଓ ପୁନଃ ନବୀକରଣ କରିବା ପାଇଁ ରାଜମାର୍ଗ ଯାତ୍ରା ଆପ୍ରେ ସ୍ୱତନ୍ତ୍ର ଲିଙ୍କର ବ୍ୟବସ୍ଥା କରାଯିବ। ଏନଏଚଏଆଇ କିମ୍ବା ଫାସ ଟ୍ୟାଗ୍ ୱେବସାଇଟ ମାଧ୍ୟମରେ ଲୋକମାନେ ଉକ୍ତ ଲିଙ୍କକୁ ଯାଇ ଯୋଜନାର ଫାଇଦା ଉଠାଇ ପାରିବେ ବୋଲି ସୂଚନା ମିଳିଛି।