ନିକଟରେ ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପାଇଁ ତୁର୍କୀ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି ବାବା ରାମଦେବ। ସେ କହିଛନ୍ତି ଯେ, ବିମାନ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁର୍କୀ ନେଇଥିଲା। ତେଣୁ କୌଣସି ଏଜେଣ୍ଟକୁ ଲଗାଇ ସେ ଏଭଳି ଷଡ଼ଯନ୍ତ୍ର ରଚିନାହିଁ ତ?
ରାମଦେବ କହିଛନ୍ତି ଯେ ଭାରତକୁ ଏବେ ଏପରି ସମ୍ବେଦନଶୀଳ ମାମଲାରେ ତୁର୍କୀ ଭଳି ବିଦେଶୀ ହସ୍ତକ୍ଷେପ ହ୍ରାସ କରିବାକୁ ପଡ଼ିବ। ରାମଦେବ କହିଛନ୍ତି ଯେ ଏହି ବିମାନ ଦୁର୍ଘଟଣା ଉପରେ ମଧ୍ୟ ଦୃଷ୍ଟି ଦିଆଯିବା ଉଚିତ।
ସେ ଅହୁରି କହିଛନ୍ତି ଯେ, ଭାରତକୁ ବିମାନ ଚଳାଚଳ କ୍ଷେତ୍ର ଉପରେ ତୀକ୍ଷ୍ନ ନଜର ରଖିବା ଉଚିତ ଯେ ତୁର୍କୀ ଏଭଳି କରି ନିଜର ଶତ୍ରୁତା ଜାହିର କରିନାହିଁ ତ? କାରଣ ଏହାର କମ୍ପାନୀ ପୂର୍ବରୁ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିଲା କିମ୍ବା ଏହା କୌଣସି ଷଡ଼ଯନ୍ତ୍ର ରଚିଛି କି ନାହିଁ।
ପ୍ରକୃତରେ, ଅହମଦାବାଦ ବିମାନ ଦୁର୍ଘଟଣା ପରେ, ତୁର୍କୀକୁ ନେଇ ଆଲୋଚନା ଜୋର ଧରିଛି। ଏହାର କାରଣ ହେଉଛି ତୁର୍କୀର କମ୍ପାନୀ ଟର୍କୀସ୍‌ ଟେକ୍ନିକ୍‌ ଭାରତରେ କିଛି ଏୟାରଲାଇନ୍ସ ଯେପରିକି ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋର ମେଣ୍ଟେନାନ୍ସ କାର୍ଯ୍ୟ କରିଆସୁଥିଲା ବୋଲି ସେ କହିଛନ୍ତି।
ବିମାନ କମ୍ପାନୀ ବୋଇଂ ୭୭୭ ଫ୍ଲିଟର ରକ୍ଷଣାବେକ୍ଷଣ ପାଇଁ ଟର୍କୀସ୍‌  ଟେକ୍ନିକ୍‌କୁ ଏହାର ବିମାନ ପଠାଉଥିଲା, ଯେଉଁଥିରେ ମୌଳିକ ରକ୍ଷଣାବେକ୍ଷଣ ଏବଂ ପୁନଃନିର୍ମାଣ କାର୍ଯ୍ୟ କରାଯାଉଥିଲା।
ତଥାପି, ଏୟାର ଇଣ୍ଡିଆ ଟର୍କୀସ୍‌ କମ୍ପାନୀ ସହିତ ଭାରତର ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍‌ ଲିମିଟେଡ୍‌ ଏବଂ କିଛି ଅନ୍ୟ ଦେଶର ବିମାନର ରକ୍ଷଣାବେକ୍ଷଣ କରାଉଥିଲା। କିନ୍ତୁ ଅପରେସନ ସିନ୍ଦୁର ପରେ ତୁର୍କୀ ଯେଭଳି ଭାବରେ ପାକିସ୍ତାନକୁ ସମର୍ଥନ କଲା, ଭାରତରେ ଏହାର ବୟକଟ ଆରମ୍ଭ ହେଲା ଏବଂ ଏୟାର ଇଣ୍ଡିଆ ମଧ୍ୟ ଟର୍କୀସ୍‌ କମ୍ପାନୀ ସହିତ ଏହାର ଚୁକ୍ତିନାମା ସମାପ୍ତ କରିଛି।
ପ୍ରକାଶ ଥାଉ କି ଗତମାସରେ ଭାରତ ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ତୁର୍କୀ ପାକିସ୍ତାନକୁ ଆକ୍ରମଣକାରୀ ଡ୍ରେନ୍‌ ପଠାଇଥିଲା। ଯାହାକୁ ନେଇ ଭାରତ ତୁର୍କୀ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଏଭଳି ସ୍ଥିତିରେ ତୁର୍କୀ ସାମଗ୍ରୀ ବର୍ଜନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ବିଭିନ୍ନ ବ୍ୟବସାୟୀ ସଂଘ ଏବଂ ସାମାଜିକ ଅନୁଷ୍ଠାନ ତୁର୍କୀ ସାମଗ୍ରୀ ବର୍ଜନ ପାଇଁ ଆହ୍ୱାନ ଦେଇଥିଲେ।

ନିକଟରେ ଗୁଜରାଟ ଅହମ୍ମଦାବାଦରେ ଘଟିଥିବା ବିମାଦ ଦୁର୍ଘଟଣା ପରେ ସାଧାରଣ ବିମାନ ଯାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କିନ୍ତୁ ଆଗକୁ ଆଉ ବିମାନ ଦୁର୍ଘଟଣା ଘଟିଲେ କାହାର ମୃତ୍ୟୁ ଘଟିବ ନାହିଁ କି ଭୟ ରହିବ ନାହିଁ। ଏଭଳି ଏକ ବିମାନ ପ୍ରସ୍ତୁତ ଚାଲିଛି। ଯେଉଁ ବିମାନରେ ଦୁର୍ଘଟଣା ପୂର୍ବରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ରକ୍ଷା କରାଯାଇ ପାରିବ।

ଏଭଳି ବିମାନ ପ୍ରସ୍ତୁତରେ ଲାଗି ପଡ଼ିଛନ୍ତି ୟୁକ୍ରେନ୍ର ବୈଜ୍ଞାନିକମାନେ। ତେବେ ପ୍ରସ୍ତୁତ ଚାଲିଥିବା ବିମାନରେ କେଉଁଭଳି ବ୍ୟବସ୍ଥା ରହିବ ଆସନ୍ତୁ ଜାଣିବା। ବୈଜ୍ଞାନକଙ୍କ କହିବାନୁଯାୟୀ ୧୯୭୧ ମସିହାରୁ ବିମାନ ସେବା ଆରମ୍ଭ ହେବାଠାରୁ ଦୁର୍ଘଟଣାରେ ପ୍ରାୟ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଭଳି ସ୍ଥଳେ ବିମାନ ଦୁର୍ଘଟଣାକୁ ନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯେଉଁଥିପାଇଁ ବିଶ୍ୱର ପ୍ରାୟ ୬୦ ପ୍ରତିଶତ ଲୋକେ ବିମାନରେ ଯାତାୟତ କରିବାର ଦକ୍ଷତା ଥାଇ ମଧ୍ୟ ନିମୟିତ ବିମାନ ବ୍ୟବହାର କରୁ ନାହାନ୍ତି। ସେଭଳି କ୍ଷେତ୍ରରେ ବିମାନ ସେବାକୁ ସୁରକ୍ଷିତ କରିବା ପାଇଁ ୟୁକ୍ରେନର ବୈଜ୍ଞାନିକମାନେ ଏ ଦିଗରେ ଯୋଜନା ଚଲାଇଛନ୍ତି।

ସେମାନେ ପ୍ରସ୍ତୁତ କରିବାକୁ ଯାଉଥିବା ବିମାନଟି ଡିଟାଚେବଲ ବିମାନ ରହିବ। ଯେଉଁ ବିମାନ ଦୁର୍ଘଟଣା ଘଟିବା ପୂର୍ବରୁ କିମ୍ବା କୌଣସି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ପାଇଲଟ ଚାହିଁଲେ ଏକ ଜରୁରିକାଳୀନ ବଟନକୁ ଦବାଇ ପାରିବେ। ଯେଉଁ ବଟନ ଦବାଇବା ଦ୍ୱାରା ବିମାନର ଇଞ୍ଜିନଠାରୁ ଯାତ୍ରୀବାହୀ କ୍ୟାବିନ୍ ଅଲଗା ହୋଇଯିବ ଏବଂ ଦୁଇଟି ପାରାଚ୍ୟୁଟ୍ ଯୋଗେ ଯାତ୍ରୀବାହୀ କ୍ୟାବିନ ଅତି ସହଜ ଭାବେ ତଳକୁ ଆସିଯାଇପାରିବ। ଏହାଦ୍ୱାରା ବିମାନ ଦୁର୍ଘଟଣା ଘଟିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ଭାବେ ରକ୍ଷା ହୋଇପାରିବେ।

ଜଳିଯାଇଥିବା ବିମାନରୁ ଜଣେ ଜୀବିତ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ଘଟି ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ସୌଭାଗ୍ୟବଶତଃ ଜଣେ ଯାତ୍ରୀ ବଞ୍ଚି ଯାଇଥିବା କହିଛନ୍ତି ପୁଲିସ କମିସନର ଜିଏସ୍‌ ମଲ୍ଲିକ। ଜୀବିତ ଜଣକ ହେଲେ ରମେଶ କୁମାର।  ସିଟ୍‌ ନମ୍ବର ୧୧-ଏରେ ବସିଥିବା ଏହି ଯାତ୍ରୀ ଜଣଙ୍କୁ ଉଦ୍ଧାର କରାଯାଇ ଏବେ ଚିକିତ୍ସା କରାଯାଉଛି। ତେବେ କେଉଁ ପରିସ୍ଥିତିରେ କିଭଳି ସେ ସୁରକ୍ଷିତ ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଖବର ନେବାରୁ ଜଣାପଡ଼ିଛି ଯେ, ଗୁରୁବାର ମଧ୍ୟାହ୍ନ ଗୋଟାଏ ୧୭ ମିନିଟ୍‌ରେ ଗୁଜରାଟର ଅହମ୍ମଦାବାଦ ବିମାନ ବନ୍ଦରରୁ ଏୟାର୍‌ ଇଣ୍ଡିଆର ବିମାନ ୧୭୧ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍‌ ପରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ଏହା ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ପାଇଲଟ ଏ ନେଇ ମେ’କଲ୍‌ କରିଥିଲେ। କିନ୍ତୁ ମେ କଲ୍‌ର କିଛି କ୍ଷଣ ମଧ୍ୟରେ ବିମାନଟି ନିକଟସ୍ଥ ବିଜେ ମେଡିକାଲ ହଷ୍ଟେଲ୍‌ ଛାତ୍ର ଉପର ପଡ଼ି ଯାଇଥିଲା। ସେହି ସମୟରେ ହଷ୍ଟେଲ୍‌ର ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରୁଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ।
ପ୍ରକାଶ ଥାଉ କି ବିମାନରେ ୨ ଜଣ ପାଇଲଟ, ୧୦ ଜଣ କ୍ରୁଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଥିଲେ। ବିମାନର ଥିବା ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ଯାତ୍ରୀ ରହିଥିବା ବେଳେ ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୃଗାଲ ନାଗରିକ ଓ ଜଣେ କାନାଡିୟ ନାଗରିକ ରହିଥିଲେ।
ତେବେ ବିମାନ ଭିତରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ। ତାଙ୍କର କୌଣସି ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ଏତେବଡ଼ ଦୁର୍ଘଟଣାରେ ଜଣ ରକ୍ଷା ପାଇବା ଘଟଣା ଏବେ ଅନେକଙ୍କୁ ବିସ୍ମିତ କରିଛି।
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ପୁଲିସ ପ୍ରଶାସନ।
କୁହାଯାଏ ମୃତ୍ୟୁ କେତେବେଳେ ଆସି ପହଞ୍ଚିବ କହିବା ଅସମ୍ଭବ। ସେମିତି ଏକ ମୃତ୍ୟୁକୁ ଆଜି ସାମ୍ନା କରିଛନ୍ତି ଗୁଜରାଟ ବିଜେ ମେଡିକାଲ କଲେଜର ୫ ଛାତ୍ର। ମେଡିକାଲ ଛାତ୍ରମାନେ ହଷ୍ଟେଲ୍‌ରେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ତାଙ୍କ ଉପରେ ଖସି ପଡ଼ିଲା ବିମାନ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରେ ୪ ଜଣ ୟୁଜି ଛାତ୍ର ରହିଥିବା ବେଳେ ଜଣେ ପିଜି ଛାତ୍ର ରହିଛନ୍ତି। ମେଡିକାଲ ହଷ୍ଟେଲ୍‌ ଅନ୍ୟଛାତ୍ରମାନେ ମଧ୍ୟ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।
ଖବର ନେବାରୁ ଜଣାପଡ଼ିଛି ଯେ, ଗୁରୁବାର ମଧ୍ୟାହ୍ନ ଗୋଟାଏ ୧୭ ମିନିଟ୍‌ରେ ଗୁଜରାଟର ଅହମ୍ମଦାବାଦ ବିମାନ ବନ୍ଦରରୁ ଏୟାର୍‌ ଇଣ୍ଡିଆର ବିମାନ ୧୭୧ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍‌ ପରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ଏହା ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ପାଇଲଟ ଏ ନେଇ ମେ’କଲ୍‌ କରିଥିଲେ। କିନ୍ତୁ ମେ କଲ୍‌ର କିଛି କ୍ଷଣ ମଧ୍ୟରେ ବିମାନଟି ନିକଟସ୍ଥ ବିଜେ ମେଡିକାଲ ହଷ୍ଟେଲ୍‌ ଛାତ୍ର ଉପର ପଡ଼ି ଯାଇଥିଲା। ସେହି ସମୟରେ ହଷ୍ଟେଲ୍‌ର ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରୁଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ।
ପ୍ରକାଶ ଥାଉ କି ବିମାନରେ ୨ ଜଣ ପାଇଲଟ, ୧୦ ଜଣ କ୍ରୁଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଥିଲେ। ବିମାନର ଥିବା ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ଯାତ୍ରୀ ରହିଥିବା ବେଳେ ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୃଗାଲ ନାଗରିକ ଓ ଜଣେ କାନାଡିୟ ନାଗରିକ ରହିଥିଲେ। ତେବେ ବିମାନ ଭିତରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ। ତାଙ୍କର କୌଣସି ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରି ନାହିଁ।
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ପୁଲିସ ପ୍ରଶାସନ।

ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ବିମାନଟି ଯଦିବା କେତେ ଜଣଙ୍କ ମୃତ୍ୟୁ ହୋଇଛି ଜଣା ପଡ଼ିନାହିଁ, ତେବେ ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।

ଯାତ୍ରୀଙ୍କ ମଧ୍ୟରେ ଦୁଇଜଣ ପାଇଲଟ ଥିବା ବେଳେ ୧୦ ଜଣ କ୍ରିୟୁ ମେମ୍ବର ରହିଥିଲେ ଓ ୨୩୦ ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି। ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରୁ ବିମାନରେ ୧୬୯ ଜଣ ଭାରତୀୟ ଏବଂ ୫୩ ଜଣ ବ୍ରିଟିଶ ନାଗରିକ ଥିବା ଜଣାପଡ଼ିଛି। ଏବେ ବିମାନ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଖବର ନେବାରୁ ଜଣା ପଡିଛି ଯେ, ଏୟାର ଇଣ୍ଡିଆର ଏ ଆଇ ୭୧୭ ଅହମ୍ମଦାବାଦ ବିମାନବନ୍ଦରରୁ ଦିନ ଗୋଟାଏ ୧୭ ମିନିଟରେ ଉଡାଣ ଭରିଥିଲା। ଉଡାଣ ଆରମ୍ଭର ମାତ୍ର ୫ ମିନିଟ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ବିମାନଟି ପାଇଲଟ ମେ ଡେ କଲ କରିଥିଲେ। କିନ୍ତୁ କଲ କରିବାର କିଛି କ୍ଷଣ ମଧ୍ୟରେ ମେଘନୀ ନଗର ଠାରେ ବିମାନଟି ଖସି ପଡିଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିମାନ ଭିତରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ରହିଥିଲେ।
ସୂଚନାଯୋଗ୍ୟ,ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ କିଛିସମୟ ପାଇଁ ନିଆଁର ପିଣ୍ଡୁଳା ଦେଖିବାକୁ ମିଳିଥିଲା। ଏହି ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ଅଞ୍ଚଳକୁ ବ୍ୟାପୀ ଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। କୁହାଯାଉଛି ଏୟାର ଇଣ୍ଡିଆ ବିମାନଟି ବିମାନବନ୍ଦରର ସୀମା ନିକଟରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ସାରା ଦେଶରେ ଏବେ ବେୱଫା ସୋନମ୍‌ଙ୍କୁ ନେଇ ଚର୍ଚ୍ଚା। ହନିମୁନ୍‌ରେ ଯାଇ ସ୍ୱାମୀଙ୍କୁ ହତ୍ୟା କରିବା ଭଳି ଜଘନ୍ୟ ଘଟଣା ଏବେ ଦେଶରେ ଅନେକଙ୍କୁ ବିସ୍ମିତ କରିଥିବା ବେଳେ ସାରାଦେଶରେ ଏବେ ଏହି ମର୍ଡର ମିଷ୍ଟ୍ରୀ ଟ୍ରେଣ୍ଡ କରୁଛି।
ହନିମୁନ୍‌ରେ ଯାଇଥିବା ରାଜା ଓ ସୋନମଙ୍କୁ ଶେଷ ଥର ପାଇଁ ମେ’ ୨୩ରେ ମେଘାଳୟର ନୋଙ୍ଗ୍ରିଟ ଗାଁରେ ଥିବା ଶିପ୍ରା ହୋମଷ୍ଟେରୁ ଚେକ ଆଉଟ କରିବା ବେଳେ ଦେଖିବାକୁ ମିଳିଥିଲା।
ଗତ ଜୁନ ୨ ତାରିଖରେ ରାଜାଙ୍କ ମୃତଦେହ ମଳିଥିବା ବେଳେ ସୋନମଙ୍କୁ ଏହାର ସପ୍ତାହକ ପରେ ଉତ୍ତର ପ୍ରଦେଶର ଗାଜିପୁରରୁ ଠାବ କରାଯାଇଛି। ସୋନମ ଓ ତାଙ୍କ ପ୍ରେମିକ ରାଜ କୁଶୱା ମିଳିତ ଭାବେ ଆକାଶ, ଆନନ୍ଦ ଓ ବିକାଶଙ୍କୁ ଟଙ୍କା ଦେଇ ରାଜାଙ୍କୁ ହତ୍ୟା କରିଥିବା କୁହାଯାଉଛି।
ପୂରା ଘଟଣାକୁ ଅନୁଧ୍ୟାନ କଲେ ଯାହା ଜଣାପଡେ଼, ମେ’ ୧୧ ତାରିଖରେ ରାଜାଙ୍କୁ ବାହା ହେବାର ମାତ୍ର କିଛି ଦିନ ପରେ ସୋନମ ତାଙ୍କୁ ହତ୍ୟା କରିବା ପାଇଁ ପ୍ରେମିକ ରାଜ୍‌ ସହ ଯୋଜନା କରିଥିଲେ। ବାହାଘରର ୯ ଦିନ ପରେ ସୋନମ ଓ ରାଜା ମେଘାଳୟକୁ ହନିମୁନ ଟ୍ରିପରେ ଯାଇଥିଲେ। ଦିନକ ପରେ ସେମାନେ ମେଘାଳୟର ରାଜଧାନୀ ଶିଲଂରେ ପହଞ୍ଚିଥିଲେ।
ମେ’ ୨୧ ତାରିଖରେ ରାଜର ପିଲା ଦିନର ବନ୍ଧୁ ଆକାଶ, ଆନନ୍ଦ ଓ ବିକାଶ ଇନ୍‌ଦୋରରୁ ରାଜାଙ୍କୁ ହତ୍ୟା କରିବା ପାଇଁ ଗୌହାଟୀ ଆସିଥିଲେ। ସେଠାରୁ ସେମାନେ ଶିଲଂ ଗସ୍ତ କରିଥିଲେ। ହତ୍ୟାକାଣ୍ଡ ମେ’ ୨୩ରେ ହୋଇଥିଲା।
ଅପରାଧ ଘଟିଥିବା ସ୍ଥାନରୁ ୧୦ କିମି ଦୂରରେ ସୋନମକୁ ଦେଖିବାକୁ ମିଳିଥିଲା।
ଏହାପୂର୍ବରୁ ରାଜାଙ୍କୁ ହତ୍ୟା କରାଯାଇ ସାରିଥିଲା। ସୋନମ ନିଜେ ହିଁ ୩ ସୁପାରୀ କିଲର୍‌ଙ୍କୁ ଚିତ୍କାର କରି ରାଜାଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ହତ୍ୟାକାଣ୍ଡ ପରେ ସୋନମ ଓ ୩ ହତ୍ୟାକାରୀ ଘଟଣାସ୍ଥଳର ୧୧ କିମି ଦୂରରେ ଏକାଠି ହୋଇଥିଲେ।
ରାଜ ମେଘାଳୟ ଯାଇ ନଥିଲେ। କିନ୍ତୁ ସେ ନିୟମିତ ଭାବେ ସୋନମ ଯୋଗାଯୋଗରେ ଥିଲେ। ସୋନମ ସେଠାରୁ ଗୁହାଟୀ ଯାଇଥିଲେ। ଗୁହାଟୀରୁ ଟ୍ରେନ ଯୋଗେ ଇନ୍‌ଦୋରରେ ପହଞ୍ଚିଥିଲେ। ମେ’ ୨୫ରେ ସେ ଇନ୍‌ଦୋରରେ ପହଞ୍ଚି ରାଜଙ୍କୁ ଦେଖା ହୋଇଥିଲେ। ରାଜ ତାଙ୍କ ପାଇଁ ଭଡାରେ ରହିବାକୁ ଗୋଟିଏ ରୁମ ବ୍ୟବସ୍ଥା କରିଥିଲେ। କିନ୍ତୁ ଦୁଇ ଜଣ ଏକାଠି ରହି ନଥିଲେ। ରାଜ ନିକଟସ୍ଥ ହୋଟେଲରେ ରହିଥିଲେ।
ପରବର୍ତ୍ତୀ ଅବସ୍ଥାରେ ରାଜ ଓ ତାଙ୍କର ସହଯୋଗୀମାନେ ସୋନମଙ୍କ ପାଇଁ ଗୋଟିଏ କାରର ବ୍ୟବସ୍ଥା କରିଥିଲେ। ଉକ୍ତ କାରରେ ସେ ଉତ୍ତର ପ୍ରଦେଶ ଯାଇଥିଲେ। ଜୁନ ୮ ବିଳମ୍ବିତ ରାତିରେ ସୋନମ ବେଶ ଯୋଜନାବଦ୍ଧ ଭାବେ ନିଜେ ପୀଡିତା ବୋଲି ସମସ୍ତଙ୍କୁ ଜଣାଇବା ପାଇଁ ଗାଜିପୁର ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ। ପୁଲିସ୍‌ ନିକଟରେ ସୋନମ ନିଜକୁ ପୀଡିତା ଭାବେ ଚିତ୍ରିତ କରିଥିଲେ। ତାଙ୍କୁ ନିଶା ଦିଆଯାଇ ଏଠାକୁ ଅଣାଯାଇଥିବା ସେ ଦାବି କରିଥିଲେ।
ସୋନମ ଏକଥା ନିଜ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରିଥିଲେ। ସୋମବାର ଭୋର ପ୍ରାୟ ୩ଟା ବେଳେ ସୋନମ ନିଜ ପରିବାର ଲୋକଙ୍କୁ ଫୋନ କରି ସେ ଗାଜିପୁର-ବାରାଣସୀ ରୋଡରେ ଥିବା ଗୋଟିଏ ଢାବାରେ ରହିଥିବା ଜଣାଇଥିଲେ। ତାଙ୍କ ପରିବାର ତୁରନ୍ତ ଏସମ୍ପର୍କରେ ମଧ୍ୟପ୍ରଦେଶ ପୁଲିସକୁ ଅବଗତ କରାଇଥିଲେ। ମଧ୍ୟପ୍ରଦେଶ ପୁଲିସ୍‌ ଉତ୍ତର ପ୍ରଦେଶ ପୁଲିସ ଓ ଉତ୍ତର ପ୍ରଦେଶ ପୁଲିସ୍‌ ସ୍ଥାନୀୟ ପୁଲିସକୁ ଜଣାଇବାରୁ ସୋନମ ଗିରଫ ହୋଇଥିଲେ।
ଏବେ ରାଜ୍ୟରେ ୩୫୧ ସେକ୍ସ ନେଟୱର୍କ ଅପରେଟ୍‌ କରୁଛି। ଯାହା ମାଧ୍ୟମରେ ଲୋକେ ସେକ୍ସ କାରବାର କରୁଛନ୍ତି। ବିଶେଷକରି ୱେବ୍‌ସାଇଟ୍‌, ଆପ୍‌, ମସାଜ ସେଣ୍ଟର ଓ ଅନ୍ୟ ଯୋଗାଯୋଗ ମାଧ୍ୟମରେ ଏହି ନେଟ୍‌ୱର୍କ ଅପରେଟ କରୁଛି।
ଏହି ନେଟ୍‌ୱାର୍କ ଦୀର୍ଘଦିନ ହେଲା ଚାଲି ଆସିଥିଲେ ମଧ୍ୟ ତାହା ସରକାରଙ୍କ ନଜରକୁ ଆସିପାରି ନ ଥିଲା। ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି(ନାକୋ) ପକ୍ଷରୁ ହୋଇଥିବା ପ୍ରୋଗ୍ରାମଟିକ୍‌ ମ୍ୟାପିଂ ଏଣ୍ଡ ପପୁଲେସନ୍‌ ସାଇଜ୍‌ ଏଷ୍ଟିମେଟ୍‌(ପି-ଏମ୍ପିଏସ୍‌ଇ) ସର୍ଭେରୁ ଏହା ଜଣାପଡ଼ିଛି। ଏବେ ନାକୋ ଏବଂ ଓସାକ୍‌ସ ମାଧ୍ୟମରେ ସେସବୁ ନେଟୱର୍କଗୁଡ଼ିକୁ ସାମିଲ କରି ସଚେତନ କରାଯିବ ବୋଲି ନାକୋ ପକ୍ଷରୁ ଜଣାପଡ଼ିଛି।
ରାଜ୍ୟର ଯେଉଁ ସମ୍ବେଦନଶୀଳ ଜନଗୋଷ୍ଠୀଙ୍କ ଭିତରେ ଏଚ୍‌ଆଇଭି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ସେହି ହଟ୍‌ସ୍ପଟ୍‌ ଅଞ୍ଚଳକୁ ଚିହ୍ନଟ ଓ ସେମାନଙ୍କ ସଂଖ୍ୟା କେତେ ଜାଣିବା ଲାଗି ପି-ଏମ୍ପିଏସ୍‌ଇ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ, ପୁରୀ ଜିଲ୍ଲାରେ ସର୍ବାଧିକ ୧୨୪ଜଣ ସେକ୍ସ ଅପରେଟର ରହିଛନ୍ତି।
ପୁରୀ ପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ୬୧, କଟକ ୩୨, ଗଞ୍ଜାମ ୨୪, କନ୍ଧମାଳ ୧୪, ନୟାଗଡ଼ ୧୩, ଭଦ୍ରକ ୧୧ ଓ ସୁନ୍ଦରଗଡ଼ ଜିଲ୍ଲାରେ ୯ଟି ସେକ୍ସ ଅପରେଟର ରହିଛନ୍ତି। ୮ଟି ଜିଲ୍ଲାରେ ସେକ୍ସ ନେଟ୍ୱର୍କ ଅପରେଟର ନ ଥିବା ଜଣାପଡିଛି। ସେହିପରି ମହିଳା ଯୌନ କର୍ମୀଙ୍କ ପାଇଁ ୧୯୦, ପୁରୁଷ-ପୁରୁଷ ଯୌନକର୍ମୀ (ଏମ୍‌ଏସ୍‌ଏମ୍‌) ୨୪, ଇଞ୍ଜେକସନ୍‌ରେ ଡ୍ରଗ୍ସ ନେଉଥିବା ବ୍ୟକ୍ତି(ଆଇଡିୟୁ) ୪୬ ଓ ତୃତୀୟଲିଙ୍ଗୀଙ୍କ ପାଇଁ ୯୧ଟି ନେଟ୍‌ୱର୍କ କାମ କରୁଛି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୪ ଡିସେମ୍ବର ସୁଦ୍ଧା ଚିହ୍ନଟ ହୋଇଥିବା ୬୩ ହଜାର ୭୪୨ ଏଚ୍‌ଆଇଭି ଆକ୍ରାନ୍ତଙ୍କ ମଧ୍ୟରେ ୨୦ ହଜାର ୯୩ ୫ଜଣ ମହିଳା ରହିଛନ୍ତି।
୨୦୦୭-୦୮ ମସିହାରେ ହୋଇଥିବା ପି-ଏମ୍ପିଏସ୍‌ଇ ସର୍ଭେରେ ରାଜ୍ୟରେ ୧୬୭୦ଟି ହଟ୍‌ସ୍ପଟ୍‌ ଅଞ୍ଚଳ ରହିଥିଲା। ଅର୍ଥାତ୍‌ ଏହି ଅଞ୍ଚଳଗୁଡିକରେ ଏଚ୍‌ଆଇଭି ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି। ନୂଆ ପି-ଏମ୍ପିଏସ୍‌ଇ(୨୦୨୩) ସର୍ଭେରେ  ୩୮୫୨ଟି ହଟ୍‌ସ୍ପଟ୍‌ ଚିହ୍ନଟ ହୋଇଛି। କିଛିବର୍ଷ ଭିତରେ ହଟ୍‌ସ୍ପଟ୍‌ ଅଞ୍ଚଳ ସଂଖ୍ୟାରେ ୭୬% ବୃଦ୍ଧି ଦେଖିବାକୁ ମିଳିଛି। ଟିଆଇ(ଟାର୍ଗେଟେଡ୍‌ ଇଣ୍ଟରଭେନ୍ସନ୍‌) ମୁଖ୍ୟତଃ ସହରାଞ୍ଚଳରେ କାମ କରୁଥିବା ବେଳେ ଏହା ଜରିଆରେ ଏହି ହଟ୍‌ସ୍ପଟ୍‌ ଅଞ୍ଚଳରେ ସେବା ପ୍ରଦାନ କରାଯାଇଥାଏ। ସେହିପରି ଗ୍ରାମାଞ୍ଚଳର ହଟ୍‌ସ୍ପଟ୍‌ ଅଞ୍ଚଳରେ ଏଲ୍ଡବ୍ଲ୍ୟୁଏସ୍‌ (ଲିଙ୍କ ୱାର୍କର୍ସ ସ୍କିମ) ଜରିଆରେ ସେବା ପ୍ରଦାନ କରାଯାଇଥାଏ। ସର୍ଭେରେ ରାଜ୍ୟର ଗ୍ରାମାଞ୍ଚଳରେ ଏଭଳି ୧୦୩୪ଟି ଅଞ୍ଚଳକୁ ଚିହ୍ନଟ କରାଯାଇଛି।
ସିନେମା ଜଗତରୁ ଅବସର ନେବେ ଅମୀର୍‌ ଖାନ୍‌। ଏ ନେଇ ବଲିଉଡ୍‌ ଜଗତରେ ଚର୍ଚ୍ଚା ଚାଲିଛି। ତେବେ କାହିଁକି ଅବସର ନେବେ ସେ ନେଇ ଜଣାପଡ଼ି ନ ଥିଲେ ମଧ୍ୟ ମହାଭାରତ ଉପରେ ହେବାକୁ ଥିବା ଫିଲ୍ମ ପରେ ସେ ସିନେମା ଜଗତରୁ ଅବସରେ ନେବେ ବୋଲି କୁହାଯାଉଛି।
ଆଗକୁ ଆଉ ଅଧିକ ଫିଲ୍ମ ନ କରି ଅଭିନୟରୁ ଅବ୍ୟାହତି ନେବା ବିଷୟରେ ଚିନ୍ତା କରୁଥିବା ପ୍ରକାଶ କରିଛନ୍ତି ଖୋଦ୍‌ ଆମୀର। ଆଉ ତାଙ୍କର ଶେଷ ଫିଲ୍ମ ତାଙ୍କ ସ୍ୱପ୍ନର ପ୍ରକଳ୍ପ ହେବ ଏବଂ ଯାହାପରେ ସେ ଆଉ କିଛି କରିବେ ନାହିଁ। ଆମୀର୍‌ ଖାନ୍‌ କହିଛନ୍ତି ଯେ, ‘ସୀତାରେ ଜମିନ୍‌ ପର୍‌’ ପରେ ସେ କେବଳ ତାଙ୍କ ସ୍ୱପ୍ନର ସିନେମା ଉପରେ ଧ୍ୟାନ ଦେବେ।
ନିକଟରେ ଷ୍ଟାର୍‌ ୟୁଟ୍ୟୁବର୍‌ ରାଜ୍‌ ଶମାନୀଙ୍କ ଏକ ପଡ୍କାଷ୍‌ଟ୍ରେ ଯୋଗ ଦେଇ ଆମୀର୍‌ ଖାନ୍‌ ତାଙ୍କର ଶେଷ ଫିଲ୍ମ ବିଷୟରେ ଦର୍ଶକଙ୍କୁ କହିଛନ୍ତି, ‘ମୋର ଏକ ସ୍ୱପ୍ନ ଅଛି। ତାହା ହେଉଛି ମହାଭାରତକୁ ନେଇ ଫିଲ୍ମ ତିଆରି କରିବା ଏବଂ ମୁଁ ଏହା ଉପରେ କାମ ଆରମ୍ଭ କରୁଛି।
‘ସୀତାରେ ଜମିନ୍‌ ପର୍‌’ର ରିଲିଜ୍‌ ପରେ ମୁଁ ମୋ ସ୍ୱପ୍ନର ପ୍ରୋଜେକ୍ଟ୍‌ ଉପରେ କାମ ଆରମ୍ଭ କରିବି। ଏହି ସ୍ୱପ୍ନ ପୂରଣ ହେବା ପରେ ହୁଏତ ମୋର ଅନୁଭବ ହେବ ଯେ ଏହାପରେ ମୁଁ ଆଉ ଫିଲ୍ମ କରିପାରିବି ନାହିଁ। କାରଣ ସେ ଫିଲ୍ମର ଅନୁଭବ ନିଶ୍ଚିତ ନିଆରା ହେବ। ଏ ଦୁନିଆରେ ଯାହା କିଛି ଅଛି, ତାହା ଆମେ ମହାଭାରତରୁ ପାଇବା। ସେ ଫିଲ୍ମ ଶେଷ ହେବା ପରେ ହିଁ ଜଣାପଡିବ ମୁଁ ଆଗକୁ କାମ କରିବି ନା ନାହିଁ।’
ପ୍ରକାଶ ଥାଉ କି ଅମୀର୍‌ ୧୯୭୩ ମସିହାରେ ପ୍ରଥମେ ନାସିର୍‌ ହୁସେନ୍‌ଙ୍କ ଫିଲ୍ମ ୟାଦୋଁ କି ବାରାତ୍‌ରେ କ୍ୟାରିୟର୍‌ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୭୪ ମସିହାରେ ମଦ୍‌ହୋସ୍‌ରେ ଅଭିନୟ କରିଥିବା ବେଳେ ପ୍ରାୟ ୯ ବର୍ଷ ବ୍ୟବଧାନରେ ୧୯୮୪ରେ ମଞ୍ଜିଲ୍‌ ମଞ୍ଜିଲରେ ଅଭିନୟ କରିଥିଲେ।
ଏହିଭଳି ଦୀର୍ଘ ୫୨ ବର୍ଷ ଭିତରେ ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରି ପରାକାଷ୍ଠା ପ୍ରଧର୍ଶନ କରିଛନ୍ତି। ତାଙ୍କର ଚର୍ଚ୍ଚିତ ସିନେମା ମଧ୍ୟରେ ଦିଲ୍‌, ପିକେ, ଥ୍ରି ଇଡିୟଟ୍‌, ତାରେ ଜମି୍‌ନ୍‌ ପର୍‌ ଭଳି ୩୦ରୁ ଅଧିକ ଚଳଚ୍ଚିତ୍ର ବଲିଉଡ୍‌ରେ ସୁପର୍‌ ହିଟ୍‌ ହୋଇଛି।

ଯେଉଁମାନେ ସୁନାରେ ନିବେଶ କରିଛନ୍ତି ସେମାନଙ୍କ ପାଇଁ ଖୁସି ଖବର। ଗତ ବର୍ଷକ ଭିତରେ ସୁନା ଦର ୫୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବର୍ଷକ ଭିତରେ ଏହା ୫୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସୁନାର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁନା ଋଣ ନିୟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛି । ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ୨୦୨୨ ମସିହାରୁ କ୍ରମାଗତ ଭାବେ ସୁନା ଭଣ୍ଡାର ବୃଦ୍ଧି କରିବାରେ ଲାଗିଛନ୍ତି। ସୁନା ଇଟିଏଫରେ ନିବେଶ ମଧ୍ୟ ଆରମ୍ଭ ହୋଇଛି।

ସୁନାର ଯୋଗାଣ ତୁଳନାରେ ଚାହିଦା ଢେର ଅଧିକ ଥିବାରୁ ଦର ବୃଦ୍ଧି ପାଉଛି। ଅକ୍ଟୋବର ୨୦୨୨ରେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ୧୫୦୦ ଡଲାରରୁ ବୃଦ୍ଧି ପାଇ ଆଜି ୩୪୦୦ ଡଲାରରୁ ଅଧିକ ହୋଇଛି। ଅର୍ଥାତ୍, ଗତ ୨ ବର୍ଷ ଏବଂ ୮ ମାସରେ, ସୁନା ୧୨୫ ପ୍ରତିଶତ ପର୍ଯ୍ୟନ୍ତ ଏକ ମହାନ ରିଟର୍ଣ୍ଣ ଦେଇଛି।

ଗତ ଗୋଟିଏ ବର୍ଷରେ, ସୁନାର ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଗତ ୧୦ ବର୍ଷ ମଧ୍ୟରେ, ସୁନା ପ୍ରାୟ ୧୮୦ ପ୍ରତିଶତ ରିଟର୍ଣ୍ଣ ଦେଇଛି।

ଖଣି ରାଜସ୍ୱ ହ୍ରାସ ନେଇ ଚିନ୍ତାଜନକ ଓଡ଼ିଶା ଅର୍ଥନୀତି

ଏକଦା ଗାଁ ଗହଳିର ଯୁବଗୋଷ୍ଠୀଙ୍କ ପସନ୍ଦ ଥିଲା ଭୁବନେଶ୍ୱରକୁ ଚାଲି ଆସିବା। କିନ୍ତୁ ସମୟକ୍ରମେ ଏଥିରେ ବ୍ୟାପକ ପରିବର୍ତ୍ତନ ହୋଇଛି ରାଜଧାନୀ ଭୁବନେଶ୍ୱରର ଲୋକେ ବିଶେଷକରି ଯୁବଗୋଷ୍ଠୀ ଭୁବନେଶ୍ୱରରେ କିମ୍ବା ଓଡ଼ିଶାରେ ରହିବାକୁ ପସନ୍ଦ କରୁ ନାହାନ୍ତି। ସେମାନେ କାମ ଅନ୍ୱେଷଣ ପାଇଁ ହେଉ ଅବା ଜଗତୀକରଣ ପ୍ରଭାବରେ ଦେଶ ବାହାକୁ ନିଜର କର୍ମସ୍ଥଳୀ ଭାବେ ବାଛି ନେଉଛନ୍ତି। ଯଦିବା କିଛିମାତ୍ରା ଯୁବଗୋଷ୍ଠୀ ଭାରତ ବର୍ଷର ବେଙ୍ଗାଲୁରୁ, ମୁମ୍ବାଇ ଭଳି ସହରକୁ ବାଛି ନେଉଛନ୍ତି। ଫଳରେ ଭୁବନେଶ୍ୱର ଭଳି ବିଭିନ୍ନ ସହରରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।
ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୧ ମସିହାରେ ଓଡ଼ିଶାର ମୋଟ ଜନସଂଖ୍ୟାର ୯.୫% ବୟସ୍କ (୬୦ ବର୍ଷ ଓ ଊର୍ଦ୍ଧ୍ୱ) ଥିଲେ। ସେହିଭଳି ୨୦୨୪ ମସିହାରେ ଭୁବନେଶ୍ୱର ମହାନଗର ଅଞ୍ଚଳର ଆନୁମାନିକ ଜନସଂଖ୍ୟା ଥିଲା ୧୨ ଲକ୍ଷ ୫୭ ହଜାର। ରାଜ୍ୟର ମୋଟ ନାଗରିକଙ୍କ ମଧ୍ୟରୁ ବୟସ୍କଙ୍କ ହାର ୧୩ ପ୍ରତିଶତ ରହିଥିଲା। ଏହି ହିସାବରେ ଯଦି ବିଚାର କରାଯାଏ ତେବେ ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ୬୩ ହଜାର ୪୨୩। ଅର୍ଥାତ୍‌ ରାଜ୍ୟ ତୁଳନାରେ ରାଜଧାନୀରେ ବୟସ୍କ ନାଗରିକଙ୍କ ସଂଖ୍ୟା ରହିଛି ଅଧିକ।
ଆଜିର ଯୁବଗୋଷ୍ଠୀ ରାଜ୍ୟ ବାହାର ତଥା ଦେଶ ବାହାରେ କର୍ମସଂସ୍ଥାନ ପାଇଁ ବେଶି ପସନ୍ଦ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅର୍ଦ୍ଧ ଶିକ୍ଷିତ ଯୁବଗୋଷ୍ଠୀ ଗୁଜରାଟର ସୁରତ, ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ ଭଳି ସହରରେ ନିଜର କର୍ମ ପ୍ରତିଷ୍ଠାନକୁ ବାଛି ନେଇଥିବା ବେଳେ ଉଚ୍ଚଶିକ୍ଷିତ ବା ବୈଷୟିକ ଶିକ୍ଷା ହାସଲ କରିଥିବା ଶିକ୍ଷିତ ଯୁବଗୋଷ୍ଠୀ ବିଦେଶକୁ ପସନ୍ଦ କରୁଛନ୍ତି ବୋଲି କୁହନ୍ତି।
ପତିତା ଉଦ୍ଧାର ସମିତିିର ସମ୍ବାଦିକା ଅଭାରାଣୀ ଚୌଧୁରୀ। ଆଜିର ଯୁବଗୋଷ୍ଠୀ ରାଜ୍ୟ ବାହାର ତଥା ଦେଶ ବାହାରେ ଛୋଟମୋଟ ଉଦ୍ୟୋଗ କରି ଅନେକ ଯୁବକ ପ୍ରତିଷ୍ଠିତ ହୋଇପାରିଛନ୍ତି।
କିନ୍ତୁ ବୃଦ୍ଧ ବାପାମାଆଙ୍କୁ ଏଠାରେ ଛାଡ଼ି ଚାଲି ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଆମେରିକା, ଇଂଲଣ୍ଡ ଭଳି ଦେଶର ନାଗରିକତା ଗ୍ରହଣ କରି ସେଠାରେ ସବୁଦିନ ପାଇଁ ରହି ଯାଉଛନ୍ତି। ଫଳରେ ଏଠାରେ ବୃଦ୍ଧ ବାପାମାଆଙ୍କୁ ଛାଡ଼ି ଯାଉଥିବାରୁ ସେମାନେ ଜୀବନର ଶେଷ ପର୍ଯ୍ୟାୟ ଏକୁଟିଆ ରହୁଛନ୍ତି ବୋଲି କହିଛନ୍ତି ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ବରିଷ୍ଠ ନାଗରିକ ପ୍ରଫେସର୍‌ ଡ. ନିହାର ରଞ୍ଜନ ପଟ୍ଟନାୟକ।