TT Ads

ନିକଟରେ ଗୁଜରାଟ ଅହମ୍ମଦାବାଦରେ ଘଟିଥିବା ବିମାଦ ଦୁର୍ଘଟଣା ପରେ ସାଧାରଣ ବିମାନ ଯାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କିନ୍ତୁ ଆଗକୁ ଆଉ ବିମାନ ଦୁର୍ଘଟଣା ଘଟିଲେ କାହାର ମୃତ୍ୟୁ ଘଟିବ ନାହିଁ କି ଭୟ ରହିବ ନାହିଁ। ଏଭଳି ଏକ ବିମାନ ପ୍ରସ୍ତୁତ ଚାଲିଛି। ଯେଉଁ ବିମାନରେ ଦୁର୍ଘଟଣା ପୂର୍ବରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ରକ୍ଷା କରାଯାଇ ପାରିବ।

ଏଭଳି ବିମାନ ପ୍ରସ୍ତୁତରେ ଲାଗି ପଡ଼ିଛନ୍ତି ୟୁକ୍ରେନ୍ର ବୈଜ୍ଞାନିକମାନେ। ତେବେ ପ୍ରସ୍ତୁତ ଚାଲିଥିବା ବିମାନରେ କେଉଁଭଳି ବ୍ୟବସ୍ଥା ରହିବ ଆସନ୍ତୁ ଜାଣିବା। ବୈଜ୍ଞାନକଙ୍କ କହିବାନୁଯାୟୀ ୧୯୭୧ ମସିହାରୁ ବିମାନ ସେବା ଆରମ୍ଭ ହେବାଠାରୁ ଦୁର୍ଘଟଣାରେ ପ୍ରାୟ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଭଳି ସ୍ଥଳେ ବିମାନ ଦୁର୍ଘଟଣାକୁ ନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯେଉଁଥିପାଇଁ ବିଶ୍ୱର ପ୍ରାୟ ୬୦ ପ୍ରତିଶତ ଲୋକେ ବିମାନରେ ଯାତାୟତ କରିବାର ଦକ୍ଷତା ଥାଇ ମଧ୍ୟ ନିମୟିତ ବିମାନ ବ୍ୟବହାର କରୁ ନାହାନ୍ତି। ସେଭଳି କ୍ଷେତ୍ରରେ ବିମାନ ସେବାକୁ ସୁରକ୍ଷିତ କରିବା ପାଇଁ ୟୁକ୍ରେନର ବୈଜ୍ଞାନିକମାନେ ଏ ଦିଗରେ ଯୋଜନା ଚଲାଇଛନ୍ତି।

ସେମାନେ ପ୍ରସ୍ତୁତ କରିବାକୁ ଯାଉଥିବା ବିମାନଟି ଡିଟାଚେବଲ ବିମାନ ରହିବ। ଯେଉଁ ବିମାନ ଦୁର୍ଘଟଣା ଘଟିବା ପୂର୍ବରୁ କିମ୍ବା କୌଣସି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ପାଇଲଟ ଚାହିଁଲେ ଏକ ଜରୁରିକାଳୀନ ବଟନକୁ ଦବାଇ ପାରିବେ। ଯେଉଁ ବଟନ ଦବାଇବା ଦ୍ୱାରା ବିମାନର ଇଞ୍ଜିନଠାରୁ ଯାତ୍ରୀବାହୀ କ୍ୟାବିନ୍ ଅଲଗା ହୋଇଯିବ ଏବଂ ଦୁଇଟି ପାରାଚ୍ୟୁଟ୍ ଯୋଗେ ଯାତ୍ରୀବାହୀ କ୍ୟାବିନ ଅତି ସହଜ ଭାବେ ତଳକୁ ଆସିଯାଇପାରିବ। ଏହାଦ୍ୱାରା ବିମାନ ଦୁର୍ଘଟଣା ଘଟିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ଭାବେ ରକ୍ଷା ହୋଇପାରିବେ।

ଜଳିଯାଇଥିବା ବିମାନରୁ ଜଣେ ଜୀବିତ

OJ Ads

Leave a Reply

Your email address will not be published. Required fields are marked *