TT Ads
ସିନେମା ଜଗତରୁ ଅବସର ନେବେ ଅମୀର୍‌ ଖାନ୍‌। ଏ ନେଇ ବଲିଉଡ୍‌ ଜଗତରେ ଚର୍ଚ୍ଚା ଚାଲିଛି। ତେବେ କାହିଁକି ଅବସର ନେବେ ସେ ନେଇ ଜଣାପଡ଼ି ନ ଥିଲେ ମଧ୍ୟ ମହାଭାରତ ଉପରେ ହେବାକୁ ଥିବା ଫିଲ୍ମ ପରେ ସେ ସିନେମା ଜଗତରୁ ଅବସରେ ନେବେ ବୋଲି କୁହାଯାଉଛି।
ଆଗକୁ ଆଉ ଅଧିକ ଫିଲ୍ମ ନ କରି ଅଭିନୟରୁ ଅବ୍ୟାହତି ନେବା ବିଷୟରେ ଚିନ୍ତା କରୁଥିବା ପ୍ରକାଶ କରିଛନ୍ତି ଖୋଦ୍‌ ଆମୀର। ଆଉ ତାଙ୍କର ଶେଷ ଫିଲ୍ମ ତାଙ୍କ ସ୍ୱପ୍ନର ପ୍ରକଳ୍ପ ହେବ ଏବଂ ଯାହାପରେ ସେ ଆଉ କିଛି କରିବେ ନାହିଁ। ଆମୀର୍‌ ଖାନ୍‌ କହିଛନ୍ତି ଯେ, ‘ସୀତାରେ ଜମିନ୍‌ ପର୍‌’ ପରେ ସେ କେବଳ ତାଙ୍କ ସ୍ୱପ୍ନର ସିନେମା ଉପରେ ଧ୍ୟାନ ଦେବେ।
ନିକଟରେ ଷ୍ଟାର୍‌ ୟୁଟ୍ୟୁବର୍‌ ରାଜ୍‌ ଶମାନୀଙ୍କ ଏକ ପଡ୍କାଷ୍‌ଟ୍ରେ ଯୋଗ ଦେଇ ଆମୀର୍‌ ଖାନ୍‌ ତାଙ୍କର ଶେଷ ଫିଲ୍ମ ବିଷୟରେ ଦର୍ଶକଙ୍କୁ କହିଛନ୍ତି, ‘ମୋର ଏକ ସ୍ୱପ୍ନ ଅଛି। ତାହା ହେଉଛି ମହାଭାରତକୁ ନେଇ ଫିଲ୍ମ ତିଆରି କରିବା ଏବଂ ମୁଁ ଏହା ଉପରେ କାମ ଆରମ୍ଭ କରୁଛି।
‘ସୀତାରେ ଜମିନ୍‌ ପର୍‌’ର ରିଲିଜ୍‌ ପରେ ମୁଁ ମୋ ସ୍ୱପ୍ନର ପ୍ରୋଜେକ୍ଟ୍‌ ଉପରେ କାମ ଆରମ୍ଭ କରିବି। ଏହି ସ୍ୱପ୍ନ ପୂରଣ ହେବା ପରେ ହୁଏତ ମୋର ଅନୁଭବ ହେବ ଯେ ଏହାପରେ ମୁଁ ଆଉ ଫିଲ୍ମ କରିପାରିବି ନାହିଁ। କାରଣ ସେ ଫିଲ୍ମର ଅନୁଭବ ନିଶ୍ଚିତ ନିଆରା ହେବ। ଏ ଦୁନିଆରେ ଯାହା କିଛି ଅଛି, ତାହା ଆମେ ମହାଭାରତରୁ ପାଇବା। ସେ ଫିଲ୍ମ ଶେଷ ହେବା ପରେ ହିଁ ଜଣାପଡିବ ମୁଁ ଆଗକୁ କାମ କରିବି ନା ନାହିଁ।’
ପ୍ରକାଶ ଥାଉ କି ଅମୀର୍‌ ୧୯୭୩ ମସିହାରେ ପ୍ରଥମେ ନାସିର୍‌ ହୁସେନ୍‌ଙ୍କ ଫିଲ୍ମ ୟାଦୋଁ କି ବାରାତ୍‌ରେ କ୍ୟାରିୟର୍‌ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୭୪ ମସିହାରେ ମଦ୍‌ହୋସ୍‌ରେ ଅଭିନୟ କରିଥିବା ବେଳେ ପ୍ରାୟ ୯ ବର୍ଷ ବ୍ୟବଧାନରେ ୧୯୮୪ରେ ମଞ୍ଜିଲ୍‌ ମଞ୍ଜିଲରେ ଅଭିନୟ କରିଥିଲେ।
ଏହିଭଳି ଦୀର୍ଘ ୫୨ ବର୍ଷ ଭିତରେ ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରି ପରାକାଷ୍ଠା ପ୍ରଧର୍ଶନ କରିଛନ୍ତି। ତାଙ୍କର ଚର୍ଚ୍ଚିତ ସିନେମା ମଧ୍ୟରେ ଦିଲ୍‌, ପିକେ, ଥ୍ରି ଇଡିୟଟ୍‌, ତାରେ ଜମି୍‌ନ୍‌ ପର୍‌ ଭଳି ୩୦ରୁ ଅଧିକ ଚଳଚ୍ଚିତ୍ର ବଲିଉଡ୍‌ରେ ସୁପର୍‌ ହିଟ୍‌ ହୋଇଛି।
TT Ads

Leave a Reply

Your email address will not be published. Required fields are marked *