TT Ads

ପୁଅ ବାବୁଶାନଙ୍କ ଫିଲ୍ମ ବ୍ୟନରରେ ଚାଲିଥିଲା ନୂଆ ଫିଲ୍ମର ସୁଟିଂ। ସେଠାରେ ଅସୁସ୍ଥ ହୋଇ ପଡିଲେ ବାବୁଶାନଙ୍କ ବାପା ତଥା ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୁଟିଂ ସେଟରୁ ଆଣି ହସ୍ପିଟାଲରେ ଚିକିତ୍ସା କରା ଯାଉଛି

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ସେ ଏବେ ହସ୍ପିଟାଲର ଆଇସିୟୁରେ ଥିବା କୁହାଯାଉଛି। ତେବେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇ ପାରି ନ ଥିବାରୁ ସବିଶେଷ ସୂଚନା ମିଳି ପାରିନାହିଁ।

ପ୍ରକାଶ ଥାଉ କି, ବୁଧବାର ବାବୁସାନ୍ ଫିଲ୍ମସର ନୂଆ ସିନେମା ‘ବୋଉ ବୁଟୁ ଭୂତ’ର ସୁଟିଂ ଚାଲିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଉତ୍ତମ। ତିନିଦିନ ହେଲା ଉତ୍ତମ ମହାନ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ଡାକ୍ତରଖାନାରେ ଭେଣ୍ଟିଲେଣ୍ଟରେ ରହିଛନ୍ତି |
ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଉତ୍ତମ ମହାନ୍ତି ପତ୍ନୀ ଅପରାଜିତା ଓ ପୁଅ ବାବୁସାନ ଅଭିନୟ କରିଛନ୍ତି। ଏଥିରେ ବାବୁଶାନଙ୍କ ବିପକ୍ଷରେ ଅର୍ଚ୍ଚିତାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଊତ୍ତମ୍ ୧୫୦ରୁ ଅଧିକ ସିନେମାରେ ଅଭିନୟ କରିଥିବା ବେଳେ ୧୩୦ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି ଓ ୩୦ ରୁ ଅଧିକ ବଙ୍ଗାଳୀ ସହ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

TT Ads

Leave a Reply

Your email address will not be published. Required fields are marked *