ଆଜି ଥିଲା ଦେଶର ସମ୍ମାନଜନକ ଦିଲ୍ଲୀ ବିଧନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ ଗଣତି। ଏଥିରେ ସାଢ଼େ ୧୨ ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରାଜିତ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପରଭେଜ୍ ବର୍ମାଙ୍କ ଠାରୁ ୪୦୨୫ ଭୋଟ ବ୍ୟବଧାନରେ ପରାଜୟବରଣ କରିଛନ୍ତି। ଅପରପକ୍ଷେ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର କରିବାକୁ ଯାଉଛି।
ସେହିଭଳି ଦିଲ୍ଲୀ ବିଧାନସଭାର ୭୦ ଆସନ ମଧ୍ୟରୁ ବିଜେପି ୪୬ ଆସନରେ ଆଗୁଆ ହୋଇଥିବା ବେଳେ ଆମ୍ ଆଦମୀ ପାର୍ଟି ୨୪ ଆସନରେ ଆଗୁଆ ଅଛି। ତେବେ କଂଗ୍ରେସ କୌଣସି ଆଗୁଆ ନାହିଁ। ବିଜେପି ଆଗୁଆ ଥିବା ୪୬ ଆସନ ମଧ୍ୟରୁ ୩୬ ଆସନରେ ବିଜୟ ଲାଭ କରି ସାରିଛି। ତେଣୁ ଏଥର ଦିଲ୍ଲୀରେ ବିଜେପି ସରକାର ଗଢ଼ିବାକୁ ଯାଉଛି। ଦୀର୍ଘ ୨୭ ବର୍ଷ ପରେ ବିଜେପି ହାତକୁ ଯିବ ଦିଲ୍ଲୀ ଦରବାର। ସେହିଭଳି ମୁଖ୍ୟମନ୍ତ୍ରୀ ଅତିଶି ମାର୍ଲିନା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ରମେଶ ବିଧୁରୀଙ୍କୁ ୩ ହଜାର ଭୋଟ ବ୍ୟବଧାନରେ ହରାଇ ବିଜୟ ଲାଭ କରିଛନ୍ତି।


