TT Ads

କଟକ, ପୁରୀ, ଭୁବନେଶ୍ୱରବାସୀଙ୍କ ପାଇଁ ଖୁସି ଖବର।

ଆସୁଛି ୫ ଡବଲ ଡେକର୍ ବସ୍।

ଭୁବନେଶ୍ୱର, ୧/୧(ଓଡ଼ିଶା ଜାଗରଣ): ଖୁବ୍ ଶୀଘ୍ର ଓଡ଼ିଶାରେ ପହଞ୍ଚିବ ଡବଲ୍ ଡେକର୍ ବସ୍। ଆଜି ରାତି କିମ୍ବା କାଲି ସକାଳ ଭିତରେ ଦୁଇଟି ଈ ବସ୍ ପହଞ୍ଚିବାକୁ ଥିବା ବେଳେ ଦୁଇରୁ ତିନିଦିନ ଭିତରେ ୫ ଟି ବସ୍ ଆସି ଓଡ଼ିଶାରେ ପହଞ୍ଚିବ। ଗତ ୨୮ ତାରିଖରେ ଦୁଇଟି ବସ୍ ମହାରାଷ୍ଟ୍ରରୁ ବାହାରିଥିବା ବେଳେ ଗତକାଲି ଗୋଟିଏ ଓ ଆଜି ପୁଣି ଦୁଇଟି ବସ୍ ମହାରାଷ୍ଟ୍ରରୁ ବାହାରିଛି। ୨୪୦ କିଲୋ ଭୋଲ୍ଟ ବ୍ୟାଟେରୀ ଚାର୍ଜ ହୋଇପାରୁଥିବା ଏହି ବସ୍ ଥରେ ଚାର୍ଜ ହେଲେ ୧୫୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏଥିରେ ଡ୍ରାଇଭରକୁ ମିଶାଇ ୬୪ ଜଣ ଯାତ୍ରୀ ବସି ପାରିବେ। ଏହି ବସ୍ ପ୍ରଥମେ ପ୍ରବାସୀ ଭାରତୀୟଙ୍କୁ ବୁଲାଇବ। ପରେ ଭୁବନେଶ୍ୱର କଟକ, ପୁରୀ ଚଳାଚଳ କରିବ।

TT Ads

Leave a Reply

Your email address will not be published. Required fields are marked *