ଅନେକ ମହିଳା ସଙ୍କୋଚ କିମ୍ବା ଲଜ୍ଜ୍ୟା ଅନୁଭବ କରନ୍ତି। ଏବେ ବି ଅନେକ ମହିଳା ଏ ନେଇ ଖୋଲାଖୋଲି ଆଲୋଚନା କରିବାକୁ କୁଣ୍ଠାବୋଧ କରନ୍ତି। ଏପରିକି ଏହାକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ କୁସଂସ୍କାର ବି ଦେଖବାକୁ ମିଳେ।

କିନ୍ତୁ ଋତୁସ୍ରାବ ହେଉଛି ମହିଳାଙ୍କ ପାଇଁ ପ୍ରକୃତିଦତ୍ତ। ଋତୁସ୍ରାବ ହିଁ ମହିଳାଙ୍କୁ ପୂର୍ଣ୍ଣାଙ୍ଗ ନାରୀର ମାନ୍ୟତା ଦେଇଥାଏ। ତେଣୁ ଋତୁସ୍ରାବକୁ ନେଇ ମହିଳାମାନେ ଲଜ୍ଜା କରିବା ଅନୁଚିତ୍। କିନ୍ତୁ ଏହି ସମୟରେ ମହିଳାଙ୍କୁ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବା ଦରକାର।

ପ୍ରାଚୀନ କାଳରେ ପିରିୟଡ୍‌କୁ ନକାରାତ୍ମକ ଦୃଷ୍ଟିରେ ଦେଖାଯାଉଥିଲା। ପିରିୟଡ୍‌ ରକ୍ତକୁ ଅଶୁଦ୍ଧ ବୋଲି କୁହାଯାଉଥିବା ବେଳେ ମାସିକ ଧର୍ମକୁ ଅଭିଶାପ ବୋଲି ବିଚାର କରାଯାଉଥିଲା । ଏପରିକି ଏହି ସମୟରେ ମହିଳାଙ୍କୁ ପରିବାରରୁ ଅଲଗା କରି ଦିଆଯାଉଥଲା। କେବଳ ସେତିକି ନୁହେଁ, ସେମାନଙ୍କ ବିଛଣା ବି ଅଲଗା କରାଯାଉଥଲା। କୌଣସି ପୁରୁଷଙ୍କ ସହ ଏ ବାବଦରେ ଆଲୋଚନା ନ କରିବା ପାଇଁ ସେମାନଙ୍କୁ ତାଗିଦା କରାଯାଉଥଲା।

ତେବେ ଋତୁସ୍ରାବ ଅଭିଶାପ ନୁହେଁ, ମହିଳାଙ୍କ ପାଇଁ ଏହା ପ୍ରକୃତିର ଏକ ବରଦାନ ବୋଲି କହିପାରିବେ। ଅନ୍ୟପଟେ ଋତୁସ୍ରାବକୁ ନେଇ ଥିବା ରୂଢ଼ିବାଦୀ ଚିନ୍ତାଧାରାରେ ଏବେ କେତେକାଂଶରେ ପରିବର୍ତ୍ତନ ଆସିଛି। ସହରାଞ୍ଚଳର ଶିକ୍ଷିତ ଓ ସଚେତନ ମହିଳାମାନେ ଏହାକୁ ନେଇ ସଙ୍କୋଚ କରୁନାହାନ୍ତି। ଖୋଲାଖୋଲି ଏ ବାବଦରେ ଥିବା ସମସ୍ୟା ସମ୍ପର୍କରେ ସମସ୍ତଙ୍କ ସହ ସେମାନେ ଆଲୋଚନା କରିପାରୁଛନ୍ତି।

ପାକିସ୍ତାନ ତୁଳନାରେ ବି ଭାରତୀୟ ଖୁସିରେ ନାହାନ୍ତି

କପଡ଼ା ବ୍ୟବହାର ଯୁଗ ଶେଷ: ପୂର୍ବରୁ ମହିଳାମାନେ ଋତୁସ୍ରାବ ହେଲେ କପଡ଼ା ବ୍ୟବହାର କରୁଥଲେ। ଊନ୍ନବିଂଶ ଶତାବ୍ଦୀର ଶେଷ ବେଳକୁ ପିରିୟଡ୍‌ ପ୍ରଡକ୍ଟ ପ୍ୟାଡ୍ ବଜାରକୁ ଆସିଲା। ଏହାର ବ୍ୟବହାର ମୁଖ୍ୟତଃ ପ୍ରଥମେ ଆମେରିକା ଓ ବ୍ରିଟେନରେ ଦେଖିବାକୁ ମିଳିଲା। ୧୯୨୦ ମସିହା ବେଳକୁ ଏହାର ଉପଯୋଗ ବଢ଼ିଲା।

ଅନ୍ୟପଟେ ଏହି ପ୍ରଡକ୍ଟ ଋତୁସ୍ରାବ ଲୁଚାଇବାରେ ମହିଳାଙ୍କୁ ସାହାଯ୍ୟ କଲା। ଯେଉଁଥ଄ପାଇଁ ଏହାର ଚାହିଦା ବୃପାଇଥିବା କୁହାଯାଏ। ଅପରପକ୍ଷେ ପ୍ୟାଡ୍‌ ଆସିବା ପରେ ଆଉ କପଡା ବ୍ୟବହାର କଲେ ନାହିଁ। କେବଳ ସେତିକି ନୁହେଁ, ମହିଳାଙ୍କୁ ଏହି ସମୟରେ ସଫାସୁତୁରା ରଖିବାରେ ବି ସହାୟକ ହେଲା ଓ ନାରୀମାନେ ଗୁପ୍ତାଙ୍ଗରେ ସଂକ୍ରମଣଜନିତ ରୋଗରୁ ମୁକ୍ତି ପାଇ ପାରିଲେ।

ସେହିପରି ପ୍ରଥମ ମେନ୍‌ଷ୍ଟ୍ରୁଆଲ୍‌ କପ୍‌ ୧୯୩୦ରେ ବିକ୍ରି ହେଲା । ୨୦୦୦ ମସିହାରେ ଏହା ବହୁଳ ଭାବେ ଉପଲବ୍ଧ ହେଲା। ଅବଶ୍ୟ ଆଜିକା ସମୟରେ ପିରିୟଡ ପ୍ରଡକ୍ଟର ଅନେକ ବିକଳ୍ପ ଅଛି । ରିୟୁଜେବଲ ପ୍ୟାଡ୍‌, ସ୍ପଞ୍ଜ ଓ ପିରିୟଡ୍‌ ଅଣ୍ଡରଓୟର ଆଦି ବଜାରରେ ଉପଲବ୍ଧ ହେଲା।

ଋତୁସ୍ରାବ ଓ ସ୍ବଚ୍ଛତା: ନାରୀଟିଏ ଋତୁସ୍ରାବ ସମୟରେ ଅନେକ ଯନ୍ତ୍ରଣା ସତ୍ତ୍ବେ ବି ସେ ତା’ ସ୍ବାସ୍ଥ୍ୟ ପ୍ରତି ସେତେ ବେଶି ଧ୍ୟାନ ନ ଦେଇ ସମସ୍ତ କର୍ତ୍ତବ୍ୟ ସମ୍ପାଦନ କରେ। ଏସବୁ ଭିତରେ ବି ମହିଳାଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ଏହି ସମୟରେ ମହିଳାଙ୍କୁ ପରିଷ୍କାର ପରିଚ୍ଛନ୍ନ ରହିବା ଆବଶ୍ୟକ। ମାତ୍ର ଏହା ଉପରେ ଅଧିକାଂଶ ମହିଳା ଗୁରୁତ୍ବ ଦେଇ ନ ଥାନ୍ତି। ତେବେ ଏହି ସମୟରେ ମହିଳାମାନେ କିଭଳି ସ୍ବଚ୍ଛତା ଉପରେ ଧ୍ୟାନ ଦେବେ, ସେନେଇ ପ୍ରତିବର୍ଷ ମେ ୨୮ ତାରିଖକୁ ଋତୁସ୍ରାବ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଏ। ଏହାର ପ୍ରାରମ୍ଭ ୨୦୧୪ରେ ଜର୍ମାନ ଏନଜିଓ ୱାଶ ୟୁନାଇଟେଡ୍‌ ଆରମ୍ଭ କରିଥିଲା। କିଭଳି ଏହି ସମୟରେ ମହିଳାମାନେ ସ୍ବଚ୍ଛତାକୁ ପ୍ରାଥମିକତା ଦେବା ଦରକାର ସେନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯାଏ।

ମୁଖ୍ୟତଃ ଗାଁ ଗହଳିରେ ମହିଳାମାନେ ଏହାକୁ ପ୍ରାଧ୍ୟାନ୍ୟ ଦିଅନ୍ତି ନାହିଁ। ଗୋଟେ ପ୍ୟାଡ୍‌କୁ କେତେ ସମୟ ବ୍ୟବହାର କରିବା ତଥା କେତେ ଘଣ୍ଟାରେ ପ୍ୟାଡ୍ ବଦଳାଇବା ଦରକାର, ସେବାବଦରେ ସେମାନଙ୍କୁ ଜାଣିବା ଦରକାର। ତେବେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମହିଳାଙ୍କୁ ପ୍ରତି ୪-୬ ଘଣ୍ଟାରେ ସାନିଟାରି ନାପକିନ୍‌ ବଦଳାଇବାକୁ ପରାମର୍ଶ ଦିଆଯାଏ। ତା’ସହ ଅନ୍ତବସ୍ତ୍ରକୁ ସଫା ରଖିବାକୁ କୁହାଯାଏ।

ଏବେ ବି ସଙ୍କୋଚ:
ଏବେ ଋତୁସ୍ରାବକୁ ନେଇ ସମାଜ ସଚେତନ ହେଲାଣି। ଫିଲ୍ମ ମାଧ୍ୟମରେ ସଚେତନ କରାଯାଉଥ଄ବା ବେଳେ ପ୍ୟାଡ୍ ବ୍ୟବହାର କରିବା ପାଇଁ ସରକାର ତଥା ବିଭିନ୍ନ ସଂଗଠନ ପକ୍ଷରୁ ମାଗଣାରେ ପ୍ୟାଡ୍ ବଣ୍ଟନ କରାଯାଉଛି। ସେହିପରି ଟିଭି, ଇଣ୍ଟରନେଟ୍‌ରେ ବିଭିନ୍ନ ପ୍ରକାର ପିରିୟଡ୍ ପ୍ରଡକ୍ଟ ଦେଖାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି। ଅନ୍ୟପଟେ ପୁରୁଷମାନେ ମଧ୍ୟ ଏହି ସଚେତନତାରେ ନିଜକୁ ସାମିଲ କଲେଣି।

କେବଳ ଏତିକି ନୁହେଁ, ପୂର୍ବରୁ ପ୍ୟାଡ୍ ବିଜ୍ଞାପନରେ ନୀଳ ରଙ୍ଗକୁ ବ୍ୟବହାରା କରାଯାଉଥିବା ବେେଳ ଏବେ ନାଲି ରଙ୍ଗକୁ ଦେଖାଯାଉଛି। ଯଦିଓ ଚିନ୍ତାଧାରାରେ ଉନ୍ନତି ପରିଲକ୍ଷିତ ହେଉଛି, ତଥାପି କୋଉଠା ନା କୋଉଠି ଏହାକୁ ନେଇ ଲୋକେ ସଙ୍କୋଚ କରୁଥିବା ବି ଦେଖିବାକୁ ମିଳୁଛି।

ଆମେରିକାରୁ ଦେଶାନ୍ତର ହେବେ ଆଉ ୫ ଲକ୍ଷ ପ୍ରବାସୀ

  • ଭୁବନେଶ୍ୱର, (ଓଡ଼ିଶା ଜାଗରଣ)

ଆଗାମୀ ଦିନରେ ମୋର କି ଭୂମିକା ରହିବ ସେ ନିଷ୍ପତ୍ତି ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଓଡ଼ିଶାର ବିଦାୟୀ ରାଜ୍ୟପାଳ ରଘୁବର ଦାସ। ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯିବା ପୂର୍ବରୁ ଗଣମାଧ୍ୟମକୁ ଏଭଳି କହିଛନ୍ତି ଶ୍ରୀ ଦାସ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଗକୁ ବଢ଼ି ଚାଲିଛି। ୨୦୩୬ ବେଳକୁ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବାକୁ ଯାଉଛି। ଯାହାର ସୁଫଳ ରାଜ୍ୟବାସୀ ପାଇପାରିବେ। ଅପରପକ୍ଷେ ସେ ରାଜ୍ୟବାସୀଙ୍କ ଅହେତୁକ ଭଲ ପାଇବା ଓ ସହଯୋଗ ପାଇଥିବାରୁ ଓଡିଶାବାସୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ମୁଁ ପ୍ରତ୍ୟେକ ଓଡିଶାବାସୀଙ୍କୁ ସାଲମ୍ କରୁଛି ବୋଲି କହିଛନ୍ତି ଶ୍ରୀ ଦାସ।

ପ୍ରକାଶ ଥାଉ କି ଗତକାଲି ଅଚାନକ ରାଜ୍ୟପାଳଙ୍କ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବରୁ ବିଦାୟୀ ରାଜ୍ୟପାଳ ଶ୍ରୀ ଦାସଙ୍କ ଆଉ ପୁରୀ ରାଜଭବନର ଜଣେ କର୍ମଚାରୀଙ୍କୁ ମାଡ଼ ମରିବା ନେଇ ବିବାଦୀୟ ହୋଇପଡ଼ିଥିଲେ। ଗତ ସାଧାରଣ ନିର୍ବାଚନରେ ଛତିଶଗଡ ବିଧାନସଭା ପାଇଁ ରଘୁବରଙ୍କ ବୋହୂ ନିର୍ବାଚନ ଲଢ଼ିଥିଲେ। ସେତେବେଳେ ନିଜେ ରଘୁବର ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ଥିବା କୁହାଯାଉଥିଲା। ଏମିତିକି ରାଜଭବନକୁ ରାଜନେତାଙ୍କ ଆଗମନ ନେଇ ମଧ୍ୟ ଉଠିଥିଲା ବିବାଦ।

ସଞ୍ଜୟ ଶତପଥୀ ଆଉ ନାହାନ୍ତି

ଭୁବନେଶ୍ୱର, (ଓଡ଼ିଶା ଜାଗରଣ): ଦୂରଦର୍ଶନ ଓ ମଞ୍ଚ ଉପସ୍ଥାପକ ତଥା
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ ହୋଇଯାଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ଶତପଥୀଙ୍କ ପରଲୋକ ହୋଇଛି। ସେ ଗତ ଅକ୍ଟୋବର ୮ ତାରିଖରୁ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ମଧ୍ୟ ହୋଇଥିବା ଜଣାପଡିଥିଲା। ଅସୁସ୍ଥ କାରଣରୁ ସେ ବିଶ୍ବବିଦ୍ୟାଳୟରୁ ଛୁଟି ନେଇଥିଲେ। ତାଙ୍କ ପରଲୋକ ଖବର ଶୁଣି ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତ୍, ସାହିତ୍ୟିକ ତଥା କଳାକାର ମାନେ ଶୋକ ବ୍ୟକ୍ତ କରିଛନ୍ତି। ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ କର୍ତ୍ତୃପକ୍ଷ, ଭାରପ୍ରାପ୍ତ କୁଳପତି ନିବେଦିତା ନାଥ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ଏପ୍ରିଲରେ ସେ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ଯୋଗଦାନ କରିଥିଲେ।
ସେ ଏକାଧାରାରେ ଜଣେ ଶିକ୍ଷାବିତ୍‌, ପ୍ରବଚକ, ସାହିତ୍ୟିକ ଓ ପ୍ରାବନ୍ଧିକ। ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ସହ ସେ ଦୀର୍ଘବର୍ଷ ହେଲା ଜଡ଼ିତ ରହିଥିଲେ। ତାଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ବାଲେଶ୍ଵର, (ଓଡ଼ିଶା ଜାଗରଣ): ବ୍ୟାଙ୍କ୍ ଲୁଟେରାଙ୍କ ଉଦ୍ଭଟ କାଣ୍ଡ। ଟଙ୍କା ଲୁଟି ପାରିଲିନି ବୋଲି ବ୍ୟାଙ୍କରେ ନିଆଁ ଲଗେଇଲେ ଲୁଟେରା। ଏଭଳି କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ। ଦୂର୍ବୁତ୍ତଙ୍କ ନିଆଁରେ ଜଳୁଛି ବ୍ୟାଙ୍କ୍। ୩ଟି ଦମକଳ ଗାଡ଼ି ନିଆଁ ଲିଭାରେ ଲାଗିଛନ୍ତି।

ଖବର ନେବାରୁ ଜଣା ପଡ଼ିଛି ଯେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସିମୁଲିଆଠରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ତାଲା ଭାଙ୍ଗି ପ୍ରଥମେ ବ୍ୟାଙ୍କ୍ ଭିତରକୁ ଯାଇଥିଲେ। କିନ୍ତୁ ଲକର ଭାଙ୍ଗିବା ସମ୍ଭବ ହୋଇ ନ ଥିଲା। ତେଣୁ ସେମାନେ ରାଗରେ ବ୍ୟାଙ୍କ୍ ଭିତରେ ନିଆଁ ଲଗାଇ ଦେଇଥିଲେ। ବ୍ୟାଙ୍କ୍ ଜାଳିବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ନିଆଁ ଜୋରରେ ଜାଳିବା ପରେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ତିନିଟି ଦମକଳ ଗାଡ଼ି ଦୀର୍ଘ ସମୟ ଲାଗି ନିଆଁକୁ ଆୟତ୍ତ କରିଥିଲେ। ଏ ନେଇ ବ୍ୟାଙ୍କ୍ ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ରିକଭରି କରିବାକୁ ଉଦ୍ୟମ କରୁଛି।

ସ୍ବାସ୍ଥ୍ୟ ହିଁ ସମ୍ପଦ। ତେବେ ସୁସ୍ଥ ରହିବାର ଗୋଟିଏ ପ୍ରମୁଖ ଉପାୟ ହେଉଛି ଖାଦ୍ୟପେୟରେ ଓ ଜୀବନ ଶୈଳୀକୁ ବ୍ୟବସ୍ଥିତ କରିବା। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଖାଇବା, ପିଇବା ଓ ଶୋଇବା ଠିକ୍ ଭବେ ହେବା ଉଚିତ୍।

ଖାଦ୍ୟ : ପ୍ରଥମ ଓ ପ୍ରମୁଖ କଥା ହେଲା ଆମେ ଦୈନନ୍ଦିନ ଖାଉଥିବା ଖାଦ୍ୟ ସତେଜ ବା ତାଜା ହେବା ଦରକାର। ବିଶେଷକରି ରୋଷେଇ କରି ଖାଦ୍ୟକୁ ଅନେକ ଫ୍ରିଜରେ ରଖି ବାରମ୍ବାର ଗରମ କରି ଖାଇଥାନ୍ତି। ଯାହା ସ୍ବାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇଥାଏ। ଅନେକ ଲୋକ ଫ୍ରିଜରେ ନ ରଖି ମଧ୍ୟ ତାକୁ ବାହାରେ ରଖି ଭୋଜନ କରିଥାନ୍ତି। କେବେ କେବେ ତାହା ସାମାନ୍ୟ ଆମ୍ବିଳା ବା ଖରାପ ହୋଇ ଆସିବା ବେଳେ ଆମେ ଭୋଜନ କରିଥାଉ। ଯାହା ପେଟ ଖରାପ କରିଥାଏ। ସେହିଭଳି ବିଭିନ୍ନ ଖାଇବା ବେଳେ ପଚାସଢା ଫଳ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। ଏଥି ସହିତ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଉପଯୁକ୍ତ ପରିମାଣର ସ୍ନେହସାର, ପୁଷ୍ଟିସାର, ଶ୍ୱେତସାର, ତନ୍ତୁ ଜାତୀୟ ଖାଦ୍ୟ ଖାଇବା ଉଚିତ୍।

ପାନୀୟ:ଖାଦ୍ୟ ଭଳି ପାନୀୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯିବା ଉଚିତ୍। ପ୍ରଥମ କଥା ହେଉଛି ବିଶୁଦ୍ଧ ଜଳ ହେଉଛି ନିହାତି ଉପାଦେୟ। ହଇଜା ଓ ଅମାଶୟ ଭଳି ପ୍ରାଣ ଘାତକ ରୋଗର କାରଣ ଦୂଷିତ ଜଳ ହୋଇଥାଏ।

ତେଣୁ ଫିଲଟରରେ ଜଳକୁ ବିଶୋଧନ କରି ହେଉ କିମ୍ବା ପାଣିକୁ ଫୁଟାଇ ପିଇବା ନିହାତି ଦରକାର। ତାହା ପୁଣି ଯଥେଷ୍ଟ ପରିମାଣର ହେବା ଦରକାର। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଜଣେ ପରିପକ୍ଵ ବ୍ୟକ୍ତି ଦିନକୁ ଅତି କମରେ ୫ରୁ ୮ ଲିଟର ପାଣି ପିଇବା ଆବଶ୍ୟକ। ଶିଶୁମାନେ ଦୈନିକ ୩ ରୁ ୫ ଲିଟର ପାଣି ପିଇବା ଆବଶ୍ୟକ।

ନିଦ୍ରା:

ସେହିଭଳି ସୁଖ ନିଦ୍ରା ହେଉଛି ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ଶିଶୁ ଓ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଦୈନିକ ଅତି କମରେ ୮ରୁ ୯ ଘଣ୍ଟା ଶୋଇବା ଆବଶ୍ୟକ। ସେହିଭଳି ଯୁବକ ଓ ୫୦ ରୁ କମ ବୟସର ବ୍ୟକ୍ତି ଦୈନିକ ୭ ଘଣ୍ଟା ଶୋଇବା ଆବଶ୍ୟକ।

ସୁଖ ନିଦ୍ରା ପାଇଁ ଶାରିରୀକ ପରିଶ୍ରମ ନିହାତି ଆବଶ୍ୟକ। ଯେଉଁମାନେ କମ ଶାରିରୀକ ପରିଶ୍ରମ କରୁଛନ୍ତି ସେମାନେ ନିହାତି ବ୍ୟାୟାମ କରିବା ଆବଶ୍ୟକ। କିଛି ନ ହେଲେ ଅତିକମରେ ୩୦ ମିନିଟ ଚାଲିବା ଆବଶ୍ୟକ।

ଡିସେମ୍ବର ଦ୍ଵିତୀୟାର୍ଦ୍ଧରେ ଗ୍ରହ ସମାବେଶ

ଭୁବନେଶ୍ୱର, (ଓଡ଼ିଶା ଜାଗରଣ) ୨୦୨୪ ମସିହା, ଡିସେମ୍ବରର ଦ୍ୱିତୀୟାର୍ଦ୍ଧ ଏବଂ ଜାନୁୟାରୀ ୨୦୨୫ର ପ୍ରଥମାର୍ଦ୍ଧ ଆକାଶରେ ଥିବା ୫ଟି ଗ୍ରହକୁ ଖାଲି ଆଖିରେ ଦେଖିବା ପାଇଁ ଉତ୍କୃଷ୍ଟ ସୁଯୋଗ ଆସିବ।
ଆମେ ଏହାକୁ ଗ୍ରହ ସମାବେଶ ବା ଇଂରାଜୀରେ ଏହାକୁ ଏକ ‘ପ୍ଲାନେଟ୍‌ ପରେଡ’ କୁହାଯାଏ। ଯଦିଓ ଏହି ଶବ୍ଦର କୌଣସି ବୈଜ୍ଞାନିକ ସଂଜ୍ଞା ନାହିଁ କିନ୍ତୁ ଜ୍ୟୋତିର୍ବିଜ୍ଞାନରେ ଏହା ବହୁଳ ଭାବରେ ବ୍ୟବହୃତ ହେଉଛି, ଯାହା ଏକ ବିରଳ ମହାକାଶୀୟ ଘଟଣାକୁ ସୂଚାଇଥାଏ। ଆମେ ଜାଣିଛେ ଯେ ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ବୁଲୁଛନ୍ତି । ଏହି ୮ଟି ଗ୍ରହ ଭିତରୁ ପୃଥିବୀକୁ ଛାଡି ଆମେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିପାରୁ।
ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗବଳୟର କିଛି ଉପରେ ଦେଖାଯିବ ଉଜ୍ଜଳ ଶୁକ୍ର ଗ୍ରହ, ତାର କିଛ ଉପରକୁ ଥିବ ଇସତ୍ ହଳଦି ରଙ୍ଗର ଶନି ଗ୍ରହ ଓ ପୂର୍ବ ଦିଗବଳୟର କିଛି ଉପରେ ଥିବ ଉଜ୍ବଳ ବୃହଷ୍ପତି ଗ୍ରହ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି କ୍ରମାନ୍ବୟରେ ଅସ୍ତ ହେବେ। ରାତି ୯ଟା ବେଳକୁ ପ୍ରଥମେ ଶୁକ୍ର ଗ୍ରହ ଅସ୍ତ ହେବ ଓ ପ୍ରାୟ ସେତିକି ବେଳକୁ ଲାଲ ରଙ୍ଗର ମଙ୍ଗଳ ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହେବ। ସେହି କ୍ରମରେ ବୁଧ ଗ୍ରହ ପୂର୍ବ ଦିଗବଳୟରେ ଭୋର ସମୟରେ ଉଦୟ ହେବ। ସାଧାରଣତଃ ବୁଧ ଗ୍ରହ, ଖାଲି ଆଖିରେ ଦେଖାଯିବା ଅତ୍ୟନ୍ତ ବିରଳ। ଡିସେମ୍ବର ମାସ ୨୦ ତାରିଖରୁ ୩୦ ତାରିଖ ଯାଏଁ ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟର ଠିକ୍ ପୂର୍ବରୁ ଦିଗବଳୟର ପ୍ରାୟ ୩୦ ଡିଗ୍ରୀ ମଧ୍ୟରେ ଦେଖାଯିବ

 

ଏହା ଛଡା ୟୁରାନସ୍ ଓ ନେପଚୁନ୍ ଗ୍ରହକୁ ମଧ୍ୟ ଛୋଟ ଦୂରବୀକ୍ଷଣରେ ଦେଖି ହେବ।
ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀ ମାନେ ନିଜର ଦୂରବୀକ୍ଷଣ ଧରି ଏହି ମହାକାଶୀୟ ଉତ୍ସବ ଦେଖିବା ପାଇଁ ଓ ଜନସାଧାରଣଙ୍କୁ ଦେଖାଇବା ପାଇଁ ପ୍ରସ୍ତୁତ ହେଲେଣି। ଏଭଳି ଏକ ଉତ୍କୃଷ୍ଟ ସୁଯୋଗ ହାତଛଡା ନ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରୀୟମ୍ ପୂର୍ବତନ ନିର୍ଦ୍ଦେଶକ ଡ: ଶୁଭେନ୍ଦୁ ପଟ୍ଟନାୟକ।

ଆଜିର ଯୁଗ କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟର ଯୁଗ। ଗୋଟିଏ ମୁହୂର୍ତ୍ତ ହାତରୁ ମୋବାଇଲ ଚାଲିଗଲେ ନିଜକୁ ଦୁନିଆରୁ ବିଚ୍ଛିନ୍ନ ହୋଇଗଲା ଭଳି ଅନୁଭବ ହେଉଛି। ଛାଡ଼ନ୍ତୁ ଆମ ଭଳି ବୟସ୍କ ଓ ପରିପକ୍ଵ ନାଗରିକଙ୍କ କଥା। ପିଲାଏ ବି କମ୍ପ୍ୟୁଟର, ମୋବାଇଲ୍ ଓ ଇଣ୍ଟରନେଟ ସହ ଏତେ ଅଭ୍ୟସ୍ତ ହୋଇଗଲାଣି ପାଠ ବହି କଥା ଭୁଲି ଗଲେଣି। ଆମେ ବି ସେମିତି କରିଛେ ଜନ୍ମ ହେବାର କିଛି ମାସ ମଧ୍ୟରେ ପିଲାଙ୍କ କାନ୍ଦ ବନ୍ଦ୍ କରିବାକୁ ଯାଇ ମୋବାଇଲର ଗୀତ ଶୁଣେଇ ଦେଉଛେ। ପିଲା ଖାଇବା ନ ଖାଇଲେ ତାକୁ ମୋବାଇଲ୍ ଧରେଇ ଖାଇବାକୁ ଦେଉଛେ।

ବିଶେଷକରି କରୋନା ପରବର୍ତ୍ତୀ ସମୟରେ ଆମେ ପିଲାଙ୍କୁ ଅଧିକ ମୋବାଇଲ୍ ଅଭ୍ୟସ୍ତ କରାଇ ଦେଉଛେ। କାରଣ କରୋନା ସଂକ୍ରମଣ ଦୂରେଇବା ପାଇଁ ଆମେ ସାମାଜିକ ଦୂରତାକୁ ଗୁରୁତ୍ଵ ଦେଲେ। ପିଲା ସ୍କୁଲ ଗଲେନି। ଘରେ ବସି ଭର୍ଚୁଆଲ ଶିକ୍ଷା ଗ୍ରହଣ କଲେ। ଯେଉଁଥିପାଇଁ କି ଧନୀ, କି ଗରିବ, କି ମଧ୍ୟବିତ୍ତ; ସମସ୍ତ ବାପା ମାଆ ପିଲାଙ୍କୁ ମୋବାଇଲ୍ ଧରେଇ ଦେଲେ। ଅନେକ ଗରିବ ପିଲାଙ୍କୁ ମୋବାଇଲ୍ ଦେବା ପାଇଁ ଗରିବ ବାପା ମାଆ ଜମି ବିକିଲେ, ଗାଈଗୋରୁ ବିକିବା ଭଳି ଖବର ଗଣମାଧ୍ୟମରେ ଆମେ ଦେଖିବାକୁ ପାଇଲେ। ଘରେ ଅଟା କଥା ଭୁଲି ବାପ ମାଆ ପିଲାଙ୍କ ମୋବାଇଲରେ ଡାଟା ଭର୍ତ୍ତି କଲେ।
ଏବେ ପ୍ରତ୍ୟେକ ଘରେ ବାପା, ମାଆଙ୍କ ସହ ପ୍ରତି ପିଲାଙ୍କ ପାଇଁ ବି ମୋବାଇଲ୍ କିଣିବା ଘରୋଇ ବଜେଟ୍ ର ଏକ ଅଂଶ ପାଲଟି ଗଲାଣି । ପ୍ରଭାବରେ ମୋବାଇଲ୍ ନ ଥିଲେ ପିଲା ନିଜକୁ ପଛୁଆ ମାନେ କରୁଛନ୍ତି। ପାଞ୍ଚ ଜଣଙ୍କ ଭିତରେ ନିଜକୁ ସମାନ ବୋଲି ଭାବିପାରୁ ନାହାନ୍ତି ତେବେ ମୋବାଇଲ୍ ଏବେ ଗୁରୁତର ସମସ୍ୟା ସୃଷ୍ଟି କରିବାରେ ଲାଗିଲାଣି ।ଯାହାର ପରିଣାମ ପୂରା ସମାଜ ଭୋଗୁଛି। ଘରେ ଘରେ ବାପା, ମାଆ, ବୁଢ଼ୀ ମାଆ, ବୁଢ଼ା ବାପାଠାରୁ ଆରମ୍ଭ କରି ପିଲାମାନେ ମୋବାଇଲ୍ ଧରି ବସି ପଡ଼ୁଛନ୍ତି। ଘରେ ଘରେ ବାପ, ମାଆଙ୍କ ସହ କଥା ହେବାକୁ ପିଲାଙ୍କ ପାଖରେ ସମୟ ମିଳୁନି। ସମସ୍ତେ ମୋବାଇଲରେ ନିଜନିଜ ପସନ୍ଦର ରିଲ୍ସ ଦେଖିବାରେ ବ୍ୟସ୍ତ। ଦିନେ କରୋନା ସମୟରେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମୋବାଇଲର ପ୍ରସାର ଘଟିଥିବା ବେଳେ ସତକୁ ସତ ଏବେ ସାମାଜିକ ସମ୍ପର୍କରେ ଦୂରତା ସୃଷ୍ଟି ହୋଇଛି। ପାରିବାରିକ ସମ୍ପର୍କରେ ଦୂରତା ସୃଷ୍ଟି ହୋଇଛି। ପିଲା ଅନ୍-ଲାଇନ୍ ଖେଳ ଖେଳି ଭୁଲ ବାଟରେ ଯାଉଛି। କେଉଁଠି ପିଲା ସେହି ଖେଳ ପ୍ରଭାବରେ ପଡ଼ି ଆତ୍ମହତ୍ୟା କରୁଛି ତ ଯୁବକମାନେ ଅନଲାଇନରେ ଅର୍ଥ ନିବେଶ କରି ସର୍ବସ୍ବ ହରାଇବା ପରେ ମାରଣକୁ ବରଣ କରୁଛି।

ଏସବୁ ଦିଗଠାରୁ ସାଙ୍ଘାତିକ କଥାଟି ହେଉଛି ଆଗାମୀ କାଲିର ବିସ୍ଫୋରଣ ବା ବିଘଟନ ବିଡ଼ମ୍ବନା। ଯଦି ଆମେ ଡାରଉଇନଙ୍କ ବିବର୍ତ୍ତନବାଦ (evolution)କୁ ଅନୁଶୀଳନ କରିବା ତେବେ ଗୋଟିଏ ପୋକରୁ କ୍ରମ ବିବର୍ତ୍ତନ ହୋଇ ଏ ମଣିଷ ପୂର୍ଣ୍ଣାଙ୍ଗ ଅବସ୍ଥାରେ ପହଞ୍ଚିଛି ବୋଲି କୁହାଯାଏ। ଏଇ ମଣିଷର ଠିକ୍ ପୂର୍ବ ସ୍ଥିତିକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଯେଉଁ ଅଂଶ ବା ଅଙ୍ଗ ଆମ କାମରେ ଲାଗେ ନାହିଁ ତାହା ଧୀରେ ଧୀରେ ଲୋପ ପାଇଯାଇଛି। ଯେଉଁ ଜିନିଷର ଆବଶ୍ୟକତା ବଢ଼ିଛି ତାହା ବିସ୍ତୃତ ଭାବେ ପରିଲକ୍ଷିତ ହୋଇଛି। ପ୍ରଥମ ଉଦାହରଣ ଭାବେ ଆମେ ଲାଙ୍ଗୁଡ଼କୁ ନେଇ ପାରିବା। ମଣିଷର ଠିକ୍ ପୂର୍ବବସ୍ଥା ଲଙ୍ଗୁଡ ଥିଲା ବୋଲି ବୈଜ୍ଞାନିକମାନେ ଦାବି କରନ୍ତି। ଏବେ ବି ଲାଙ୍ଗୁଡ ଥିବା ସ୍ଥାନରେ ଛୋଟ ଅଂଶଟି ଅନୁଭବ କରିହୁଏ। କିନ୍ତୁ ସମୟ କ୍ରମେ ଅନାବଶ୍ୟକ ଯୋଗୁଁ ତାହା ବିଲୋପ ହୋଇଗଲା। ଏହା ହେବା ପଛରେ evolution ବା କ୍ରମ ବିବର୍ତ୍ତନ ହିଁ କାରଣ। ଏବେ ଆମେ ମୋବାଇଲ୍ ବ୍ୟବହାର ଏତେ ମାତ୍ରାରେ କରୁଛେ ଯେ ଆମ ମସ୍ତିଷ୍କର ସ୍ମରଣଶକ୍ତି ଅନାବଶ୍ୟକ ହୋଇପଡିଛି। ଏହି କ୍ରମବିବର୍ତ୍ତନ ବ୍ୟବସ୍ଥା ଭିତରେ ଆମ ଶରୀରର ମୁଖ୍ୟାଳୟ ବା ମୁଖ୍ୟ ଅଂଶ କୁହା ଯାଉଥିବା ମସ୍ତିଷ୍କଟି ମଧ୍ୟ ଲୋପ ପାଇଯିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏମିତିକି ମୋବାଇଲ୍ ବ୍ୟବହାର ପାଇଁ ଆଖି ଦୁଇଟି ବଡ ବଡ ହୋଇପାରେ। ମୁଣ୍ଡ ଛୋଟ ହେବା ସାଙ୍ଗକୁ ବଡ଼ ଆଖି ଆପଣଙ୍କ ପରପିଢ଼ି ପାଇଁ କିଭଳି ଦୃଶ୍ୟମାନ ହେବ ତାହା ଅନୁମେୟ। ଆଜିର ଦିନରେ ସୁନ୍ଦର ଦୃଶ୍ୟମାନ ହେଉଥିବା ମଣିଷର ମୁଣ୍ଡରେ ବି ପରିବର୍ତ୍ତନ ହୋଇ ଅତି ବିକୃତ ହୋଇପାରେ।

ସମ୍ପାଦକ, ଓଡ଼ିଶା ଜାଗରଣ

ଚନ୍ଦାପଣ ପାଇଁ ଆତ୍ମହତ୍ୟା
ଗତ ୨୦୨୨ ମସିହା ନଭେମ୍ବର ମାସରେ କେରଳର ପ୍ରଶାନ୍ତ ନାମକ ଜଣେ ୨୯ ବର୍ଷୀୟ ଯୁବକ ପ୍ରଶାନ୍ତଙ୍କ ସୁଇସାଇଡାଲ୍‌ ନୋଟ୍‌ ଦେଖି ବିଶ୍ୱାସ କରିପାରୁ ନ ଥିଲେ ପରିବାର ଲୋକେ। ନିଜର ଆତ୍ମହତ୍ୟାର କାରଣ ଭାବେ ପ୍ରଶାନ୍ତ ଚନ୍ଦାପଣକୁ ଦର୍ଶାଇଥିଲେ। ୨୦୧୪ ମସିହାରୁ ପ୍ରଶାନ୍ତଙ୍କର କେଶ ଝଡ଼ିବା ପରେ ସେ ସ୍ଥାନୀୟ କୋଢ଼ିକୋଡ଼ରେ ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ସହାୟତା ନେଇଥିଲେ। ୬-୭ ବର୍ଷ ଧରି ଚିକିତ୍ସା ଚାଲିଥିଲେ ହେଁ କୌଣସି ସୁଫଳ ପାଇପାରିଲେ ନାହିଁ। ଅପରପକ୍ଷେ ଚନ୍ଦାପଣ ଯୋଗୁଁ ପ୍ରଶାନ୍ତଙ୍କ ପାଇଁ ଆସୁଥିବା ବିବାହ ପ୍ରସ୍ତାବଗୁଡ଼ିକ ଭାଙ୍ଗି ଯାଉଥିଲା। ଫଳରେ ଅନ୍ୟ ଉପାୟ ନ ପାଇ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଆଉ ମୃତ୍ୟୁ ପୂର୍ବରୁ ସୁଇସାଇଡାଲ୍‌ ନୋଟ୍‌ ଛାଡ଼ି ଯାଇଥିଲେ, ଯେଉଁଥିରେ ମୃତ୍ୟୁର କାରଣ ତାଙ୍କ ଚନ୍ଦାପଣ ବୋଲି ଉଲ୍ଲେଖ କରିଥିଲେ। ଏବେ ଆମେ କର୍ଣ୍ଣାଟକ ମଦୁରାଇ ସଫ୍ଟୱେର ଇଞ୍ଜିନିୟର ଆର. ମିଥୁନ୍‌ ରାଜଙ୍କ ବିଷୟରେ ଜାଣିବା। ୨୭ ବର୍ଷ ବୟସରେ ଚନ୍ଦାପଣ ଯୋଗୁଁ ସେ ମଧ୍ୟ ଆତ୍ମହତ୍ୟା କରିଥିଲେ। ବାଳକୁ ଆପଣ ‘ବାଳ’ ବୋଲି ଧରି ପାରନ୍ତି କିନ୍ତୁ ସେଇ ବାଳ ଜୀବନ-ମରଣରେ କାରଣ ପାଲଟିଥାଏ, ଏହା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ।

ମେଜର ଓ ବାନ୍ଧବୀଙ୍କୁ ଅସଦ ବ୍ୟବହାର ନେଇ କମିଶନଙ୍କ ଶୁଣାଣି ଆରମ୍ଭ

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ଅସଦ ବ୍ୟବହାର ନେଇ କମିଶନଙ୍କ ପ୍ରରମ୍ଭିକ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିପାଇଁ ତଦନ୍ତ କମିସନ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି। ଆସନ୍ତା ୧୧ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଲେ କମିସନ। ୧୮ ତାରିଖରେ ଉଭୟ ପକ୍ଷର ସାକ୍ଷୀମାନଙ୍କୁ ଡକାଯିବ ବୋଲି କହିଛନ୍ତି ତଦନ୍ତ କମିଶନ୍ ସଚିବ ଶୁଭେନ୍ଦ୍ର ମହାନ୍ତି। ଏହାପରେ ତଦନ୍ତ କମିସନର ଜେରା ପାଇଁ ସମୟ ଧାର୍ଯ୍ୟ କରିବେ। ୫୨୫ଟି ଆପିଡେବିଟ ଆସିଥିଲା ୪୫ଟି ଆପିଡେବିଟକୁ ସିଲେକ୍ସନ କରିଛନ୍ତି ତଦନ୍ତ କମିସନ।