TT Ads

ବାଲେଶ୍ଵର, (ଓଡ଼ିଶା ଜାଗରଣ): ବ୍ୟାଙ୍କ୍ ଲୁଟେରାଙ୍କ ଉଦ୍ଭଟ କାଣ୍ଡ। ଟଙ୍କା ଲୁଟି ପାରିଲିନି ବୋଲି ବ୍ୟାଙ୍କରେ ନିଆଁ ଲଗେଇଲେ ଲୁଟେରା। ଏଭଳି କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ। ଦୂର୍ବୁତ୍ତଙ୍କ ନିଆଁରେ ଜଳୁଛି ବ୍ୟାଙ୍କ୍। ୩ଟି ଦମକଳ ଗାଡ଼ି ନିଆଁ ଲିଭାରେ ଲାଗିଛନ୍ତି।

ଖବର ନେବାରୁ ଜଣା ପଡ଼ିଛି ଯେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସିମୁଲିଆଠରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ତାଲା ଭାଙ୍ଗି ପ୍ରଥମେ ବ୍ୟାଙ୍କ୍ ଭିତରକୁ ଯାଇଥିଲେ। କିନ୍ତୁ ଲକର ଭାଙ୍ଗିବା ସମ୍ଭବ ହୋଇ ନ ଥିଲା। ତେଣୁ ସେମାନେ ରାଗରେ ବ୍ୟାଙ୍କ୍ ଭିତରେ ନିଆଁ ଲଗାଇ ଦେଇଥିଲେ। ବ୍ୟାଙ୍କ୍ ଜାଳିବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ନିଆଁ ଜୋରରେ ଜାଳିବା ପରେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ତିନିଟି ଦମକଳ ଗାଡ଼ି ଦୀର୍ଘ ସମୟ ଲାଗି ନିଆଁକୁ ଆୟତ୍ତ କରିଥିଲେ। ଏ ନେଇ ବ୍ୟାଙ୍କ୍ ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ରିକଭରି କରିବାକୁ ଉଦ୍ୟମ କରୁଛି।

TT Ads

Leave a Reply

Your email address will not be published. Required fields are marked *