TT Ads
  • ଭୁବନେଶ୍ୱର, (ଓଡ଼ିଶା ଜାଗରଣ)

ଆଗାମୀ ଦିନରେ ମୋର କି ଭୂମିକା ରହିବ ସେ ନିଷ୍ପତ୍ତି ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଓଡ଼ିଶାର ବିଦାୟୀ ରାଜ୍ୟପାଳ ରଘୁବର ଦାସ। ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯିବା ପୂର୍ବରୁ ଗଣମାଧ୍ୟମକୁ ଏଭଳି କହିଛନ୍ତି ଶ୍ରୀ ଦାସ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଗକୁ ବଢ଼ି ଚାଲିଛି। ୨୦୩୬ ବେଳକୁ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବାକୁ ଯାଉଛି। ଯାହାର ସୁଫଳ ରାଜ୍ୟବାସୀ ପାଇପାରିବେ। ଅପରପକ୍ଷେ ସେ ରାଜ୍ୟବାସୀଙ୍କ ଅହେତୁକ ଭଲ ପାଇବା ଓ ସହଯୋଗ ପାଇଥିବାରୁ ଓଡିଶାବାସୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ମୁଁ ପ୍ରତ୍ୟେକ ଓଡିଶାବାସୀଙ୍କୁ ସାଲମ୍ କରୁଛି ବୋଲି କହିଛନ୍ତି ଶ୍ରୀ ଦାସ।

ପ୍ରକାଶ ଥାଉ କି ଗତକାଲି ଅଚାନକ ରାଜ୍ୟପାଳଙ୍କ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବରୁ ବିଦାୟୀ ରାଜ୍ୟପାଳ ଶ୍ରୀ ଦାସଙ୍କ ଆଉ ପୁରୀ ରାଜଭବନର ଜଣେ କର୍ମଚାରୀଙ୍କୁ ମାଡ଼ ମରିବା ନେଇ ବିବାଦୀୟ ହୋଇପଡ଼ିଥିଲେ। ଗତ ସାଧାରଣ ନିର୍ବାଚନରେ ଛତିଶଗଡ ବିଧାନସଭା ପାଇଁ ରଘୁବରଙ୍କ ବୋହୂ ନିର୍ବାଚନ ଲଢ଼ିଥିଲେ। ସେତେବେଳେ ନିଜେ ରଘୁବର ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ଥିବା କୁହାଯାଉଥିଲା। ଏମିତିକି ରାଜଭବନକୁ ରାଜନେତାଙ୍କ ଆଗମନ ନେଇ ମଧ୍ୟ ଉଠିଥିଲା ବିବାଦ।


Warning: Trying to access array offset on value of type bool in /home/ameodia1/odishajagarana.in/wp-content/themes/trendymag/inc/extras.php on line 207
TT Ads

Leave a Reply

Your email address will not be published. Required fields are marked *