ଅଧିକାଂଶ କର୍ପୋରେଟ୍‌ କର୍ମଚାରୀଙ୍କ ଭିତରେ ଏକ ପ୍ରକାର ଭିଟାମିନ୍‌ର ଅଭାବ ଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ ଦେଶର ୫୭% କର୍ପୋରେଟ ଚାକିରିଆ ଭିଟାମିନ ବି-୧୨ର ଅଭାବର ସମ୍ମୁଖୀନ ହେଉଛନ୍ତି। ଭିଟାମିନ ବି-୧୨ ଆମ ଶରୀରରେ ଶକ୍ତି ଓ ମସ୍ତିଷ୍କକୁ ସକ୍ରିୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ
ମୋଟ ୪,୪୦୦ ଜଣଙ୍କ ମତାମତକୁ ଭିତ୍ତି କରି ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।  ୩,୩୩୮ ଜଣ ପୁରୁଷ ଓ ୧୦୫୯ ଜଣ ମହିଳାଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଏମାନେ ସମସ୍ତେ ସହରାଞ୍ଚଳରେ ଥିବା ବିଭିନ୍ନ କର୍ପୋରେଟ ଜଗତ ସହ ଜଡିତ। ସେମାନଙ୍କ ମତାମତକୁ ଆଧାର କରି ମେଡିବଡୀ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି।
ଆଜିର ଦିନରେ ଆମେ ଅଧିକାଂଶ କର୍ପୋରେଟ୍‌ ସେକ୍ଟରରେ କାମ କରିଥାଉ। ଚାହିଦା ଅନୁସାରେ କାମର ସୂଚୀ, ଖାଇବାର ବଦ ଅଭ୍ୟାସ ଓ ଅଧିକ ମାତ୍ରାର ଚିନ୍ତା ଯୋଗୁ କର୍ପୋରେଟ ଜଗତ ସହ ଜଡିତ କର୍ମଚାରୀମାନେ ଜରୁରୀ ପୋଷଣ ନେବାକୁ ଭୁଲି ଯାଆନ୍ତି। ପୋଷଣ ଅଭାବର ଲକ୍ଷଣ ଦେଖା ନ ଯିବା ଯାଏ ସେମାନେ ନିଜ ଶରୀର କଥା ଚିନ୍ତା କରନ୍ତି ନାହିଁ। କର୍ପୋରେଟ କର୍ମଚାରୀମାନେ ନିଜର ଡାଏଟକୁ ଖୁବକମ ଧ୍ୟାନ ଦେବା ହିଁ ଭିଟାମିନ ୧୨ର ଅଭାବର ପ୍ରମୁଖ କାରଣ।
ଏହା ବ୍ୟତୀତ ଡାଏଟିସିଆନଙ୍କ କହିବା କଥା ଯେ ଭିଟାମିନ-୧୨ ସାଧାଣତଃ ପ୍ରାଣୀଜ ଉତ୍ପାଦରୁ ମିଳିଥାଏ। ନିରାମିଷ ଖାଇବା ଦ୍ୱାରା ଭିଟାମିନ ବି-୧୨ ଅଭାବର ଆଶଙ୍କା ଅଧିକ ରହିଛି। ନିୟମିତ ଭାବେ ପିଜା, ବର୍ଗର ଭଳି ଅତ୍ୟଧିକ ଓଭର ପ୍ରୋସେସଡ ଖାଦ୍ୟ, ମଦ ଓ ଅତ୍ୟଧିକ ଚା’ ଏବଂ କଫି ପ୍ରଭାବଶାଳୀ ଢଙ୍ଗରେ ବି-୧୨କୁ ଶରୀରରେ ବୃଦ୍ଧି କରିବାକୁ ଦେଉ ନାହିଁ।
କର୍ପୋରେଟ ଜଗତ ସହ ଜଡିତ କର୍ମଚାରୀମାନେ ଅତ୍ୟଧିକ ଚିନ୍ତାରେ ରହୁଥିବାରୁ ଏହା କୋଲେଷ୍ଟରଲ ସ୍ତରରୁ ଶରୀରରେ ବୃଦ୍ଧି କରିଥାଏ। ଫଳସ୍ୱରୂପ ଶରୀରରେ ବି-୧୨ ସ୍ତରକୁ ହ୍ରାସ ହୋଇଥାଏ।
ଟାମିନ ବି-୧୨ ଅଭାବର ପ୍ରାରମ୍ଭିକ ସଙ୍କେତ
୧- ଶରୀର ବିନ୍ଧିବା ଓ ମାଂସପେଶୀ ଦୁର୍ବଳ ଲାଗିବା, ୨- ହାତ ଓ ପାଦରେ ଝିମଝିମ ଅନୁଭବ ହେବା, ୩- ସ୍ମରଣ ଶକ୍ତିରେ ସମସ୍ୟା ଓ ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା ଭୋଗିବା, ୪- ବିଚଳିତ, ବିରକ୍ତ ଲାଗିବା ଓ ହତାଶା ଭାବ ଅନୁଭବ କରିବା, ୫- ହାଲିଆ ଲାଗିବା ଓ ଶ୍ୱାସକ୍ରିୟାରେ ସମସ୍ୟା ହେବା, ୬- ଥକ୍କା, ଦୁର୍ବଳତା, ବାନ୍ତି, ଝାଡ଼ା ରୋଗରେ ପୀଡିତ ହେବା, ୭- ଜିଭରେ ଥିବା ଲାଲ୍‌ ଫୁଲା ମଧ୍ୟ ଭିଟାମିନ୍‌ ବି-୧୨ ଅଭାବର ଲକ୍ଷଣ। ଏହି ସବୁ ଲକ୍ଷଣକୁ ଆମେ ସାଧାରଣତଃ କାମ ଜନିତ ଚାପ ବା ପରିଶ୍ରମ ପାଇଁ ହେଉଥିବା କହି ଅଣଦେଖା କରିଥାଉ। କିନ୍ତୁ ବାରମ୍ବାର ଘୋଳାବିନ୍ଧା କିମ୍ବା ଅନ୍ୟ ଯେକୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ଏବେ ଖରାଦିନ ଚାଲିଛି। ଆମେ ସମସ୍ତେ ଅନ୍ୟଦିନ ଅପେକ୍ଷା ଏହିଦିନେ ପଇଡ଼ ପାଣି ପିଇବାକୁ ଅଧିକ ପସନ୍ଦ କରିଥାଏ। ବିଶେଷକରି ଖରାଦିନେ ଗ୍ରୀଷ୍ମପ୍ରବାହ ଯୋଗୁଁ ଆମ ଦେହରେ ଜଳିୟ ଅଂଶ କମିଯାଇଥାଏ। ତାକୁ ଦୂର କରିବା ପାଇଁ ପଇଡ଼ ପାଇଁ ଏକ ରାମବାଣ ଭଳି ହୋଇଥାଏ
ତେବେ କେବଳ ଖରାଦିନେ ନୁହେଁ ଶୀତଦିନେ ମଧ୍ୟ ଆପଣ ପଇଡ଼ା ପାଣି ପିଇ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ। ପ୍ରମୁଖ ଅନେକ ରୋଗରୁ ନିଜକୁ ମୁକ୍ତ ରଖିପାରିବେ। ଆସନ୍ତୁ ଜାଣିବା ପଇଡ଼ ପାଣି ପିଇଲେ ଆମ ସ୍ୱାସ୍ଥ୍ୟ ପ୍ରତି କି କି ଫାଇଦା ସବୁ ମିଳିଥାଏ। ପଇଡ଼ ପାଣି ଶରୀରକୁ କେବଳ ଭିତରୁ ଶକ୍ତିଶାଳୀ କରେ ନାହିଁ, ବରଂ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଖରାଦିନ ଅପେକ୍ଷା ଶୀତଦିନେ ଅନେକ ରୋଗ ଶୀଘ୍ର ଆକ୍ରମଣ କରେ। ଏହାର ମୁଖ୍ୟ କାରଣ ପ୍ରତିରୋଧ ଶକ୍ତିର ଅଭାବ। ତେଣୁ, ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ପ୍ରତିଦିନ ହେଉ କିମ୍ବା ନିୟମିତ ବ୍ୟବଧାନରେ ପଇଡ଼ ପାଣି ପିଇବା ବେଶ ଲାଭପ୍ରଦ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ପଇଡ଼ ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ। ସେହିଭଳି ଶୁଷ୍କ ଚର୍ମକୁ ସଚେତ ଓ ଜୀବନ୍ତ କରିଥାଏ ପଇଡ଼ ପାଣି। ପଇଡ଼ ପାଣି ଚର୍ମକୁ ଭିତରରୁ ହାଇଡ୍‌ରେଟ୍‌ ରଖେ। ଏହା ଚର୍ମର ପ୍ରାକୃତିକ ଚମକକୁ ବଜାୟ ରଖିବା ସହ ଶୁଷ୍କ ହେବାକୁ ଦିଏନାହିଁ। ଯଦି ଆପଣଙ୍କର ଉକ୍ତ ରକ୍ତଚାପ ରହିଥାଏ ତେବେ ପଇଡ଼ ପାଣି ବେଶ ଲାଭଦାୟକ ହୋଇପାରେ। ବାସ୍ତବରେ, ପଇଡ଼ ପାଣିରେ ପୋଟାସିୟମ୍‌ ଭରପୂର ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ଶୋଇବା, ଉଠିବାରେ ବିଳମ୍ବ ହେବା ସହ କାମ କରିବାକୁ ମନଲାଗି ନ ଥାଏ। ଫଳରେ ହଜମ ପ୍ରକ୍ରିୟା ବିଳମ୍ବ ହୁଏ। ହଜମ ଠିକ୍‌ ନ ହେଲେ ନାନା ସମସ୍ୟା ଦେଖାଯାଏ। ତେଣୁ ହଜମ ପ୍ରକ୍ରିୟା ବଜାୟ ରଖିବା ପାଇଁ ଶୀତଦିନେ ପଇଡ଼ ପାଣି ଉତ୍ତମ ବିକଳ୍ପ ହୋଇପାରେ। ଏହା ପେଟକୁ ସଫା ରଖିବା ସହ ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ। ଯଦି ଶୀତଦିନେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ପଇଡ଼ ପାଣି ସାହାଯ୍ୟ କରିପାରିବ। କାରଣ ଏଥିରେ କମ୍‌ କ୍ୟାଲୋରୀ ଥାଏ। ଏହା ଭୋକକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ।
ଆପଣ ଔଷଧ ବ୍ୟବହାର କରୁଛନ୍ତି କି, ତେବେ ସତର୍କ ହୋଇଯାଆନ୍ତୁ। ଯେଉଁ ଔଷଧ କୁଣୁଛନ୍ତି ତାର ମାନ ଓ ଅସଲି ଗୁଣବତ୍ତାକୁ ପରୀକ୍ଷା କରି ନିଅନ୍ତୁ। କାରଣ ଓଡ଼ିଶାରେ ବିକ୍ରି ହେଉଛି ନକଲି ଔଷଧ। ବିଶେଷକରି  ରାଜ୍ୟ ବାହାରୁ ଓଡି଼ଶାକୁ ଆସୁଛି ପୁଳାପୁଳା ନକଲି ଔଷଧ
କେବଳ ନକଲି ଔଷଧ ନୁହେଁ ଓଡ଼ିଶା ବଜାରେ ବିକ୍ରି ହେଉଥିବା ଜିଙ୍କ୍‌ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନମାନର ବୋଲି ବିଧାନସଭାରୁ ମିଳିଛି ଏହି ତଥ୍ୟରୁ ଜଣାପଡ଼ିଛି।  ବିଧାନସଭାରେ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ ଉତ୍ତରରେ କହିଛନ୍ତି ଯେ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗର କୋଲକାତା, ହାଇଦ୍ରାବାଦରୁ ଓଡ଼ିଶାକୁ ଆସୁଥିଲା ନକଲି ଔଷଧ। ୩ ବର୍ଷରେ ୧୦୩ଟି ମେଡିସିନ ନିମ୍ନମାନର ବୋଲି ସରକାରୀ ଭାବେ ଜଣାପଡ଼ିଛି। ଏଥିପାଇଁ ୪ ସପ୍ଲାୟରଙ୍କ ସମେତ ସେହି ସବୁ କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଇଛି।
ମିଳିଥିବା ସରକାରୀ ତଥ୍ୟ ନଅୁଯାୟୀ ୨୦୨୨-୨୩ ମସିହାରେ ୪୫ ପ୍ରକାର ଔଷଧକୁ ନିମ୍ନମାନର ବୋଲି ଦର୍ଶାଯାଇଥିବା ବେଳେ ୨୦୨୩-୨୪ରେ ୩୨ ପ୍ରକାର, ୨୦୨୪-୨୫ ମସିହାରେ ୨୬ ପ୍ରକାର ଔଷଧ ନିମ୍ନମାନର ଥିବା ଜଣାପଡ଼ିଛି।

ଅନେକ ମହିଳା ସଙ୍କୋଚ କିମ୍ବା ଲଜ୍ଜ୍ୟା ଅନୁଭବ କରନ୍ତି। ଏବେ ବି ଅନେକ ମହିଳା ଏ ନେଇ ଖୋଲାଖୋଲି ଆଲୋଚନା କରିବାକୁ କୁଣ୍ଠାବୋଧ କରନ୍ତି। ଏପରିକି ଏହାକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ କୁସଂସ୍କାର ବି ଦେଖବାକୁ ମିଳେ।

କିନ୍ତୁ ଋତୁସ୍ରାବ ହେଉଛି ମହିଳାଙ୍କ ପାଇଁ ପ୍ରକୃତିଦତ୍ତ। ଋତୁସ୍ରାବ ହିଁ ମହିଳାଙ୍କୁ ପୂର୍ଣ୍ଣାଙ୍ଗ ନାରୀର ମାନ୍ୟତା ଦେଇଥାଏ। ତେଣୁ ଋତୁସ୍ରାବକୁ ନେଇ ମହିଳାମାନେ ଲଜ୍ଜା କରିବା ଅନୁଚିତ୍। କିନ୍ତୁ ଏହି ସମୟରେ ମହିଳାଙ୍କୁ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବା ଦରକାର।

ପ୍ରାଚୀନ କାଳରେ ପିରିୟଡ୍‌କୁ ନକାରାତ୍ମକ ଦୃଷ୍ଟିରେ ଦେଖାଯାଉଥିଲା। ପିରିୟଡ୍‌ ରକ୍ତକୁ ଅଶୁଦ୍ଧ ବୋଲି କୁହାଯାଉଥିବା ବେଳେ ମାସିକ ଧର୍ମକୁ ଅଭିଶାପ ବୋଲି ବିଚାର କରାଯାଉଥିଲା । ଏପରିକି ଏହି ସମୟରେ ମହିଳାଙ୍କୁ ପରିବାରରୁ ଅଲଗା କରି ଦିଆଯାଉଥଲା। କେବଳ ସେତିକି ନୁହେଁ, ସେମାନଙ୍କ ବିଛଣା ବି ଅଲଗା କରାଯାଉଥଲା। କୌଣସି ପୁରୁଷଙ୍କ ସହ ଏ ବାବଦରେ ଆଲୋଚନା ନ କରିବା ପାଇଁ ସେମାନଙ୍କୁ ତାଗିଦା କରାଯାଉଥଲା।

ତେବେ ଋତୁସ୍ରାବ ଅଭିଶାପ ନୁହେଁ, ମହିଳାଙ୍କ ପାଇଁ ଏହା ପ୍ରକୃତିର ଏକ ବରଦାନ ବୋଲି କହିପାରିବେ। ଅନ୍ୟପଟେ ଋତୁସ୍ରାବକୁ ନେଇ ଥିବା ରୂଢ଼ିବାଦୀ ଚିନ୍ତାଧାରାରେ ଏବେ କେତେକାଂଶରେ ପରିବର୍ତ୍ତନ ଆସିଛି। ସହରାଞ୍ଚଳର ଶିକ୍ଷିତ ଓ ସଚେତନ ମହିଳାମାନେ ଏହାକୁ ନେଇ ସଙ୍କୋଚ କରୁନାହାନ୍ତି। ଖୋଲାଖୋଲି ଏ ବାବଦରେ ଥିବା ସମସ୍ୟା ସମ୍ପର୍କରେ ସମସ୍ତଙ୍କ ସହ ସେମାନେ ଆଲୋଚନା କରିପାରୁଛନ୍ତି।

ପାକିସ୍ତାନ ତୁଳନାରେ ବି ଭାରତୀୟ ଖୁସିରେ ନାହାନ୍ତି

କପଡ଼ା ବ୍ୟବହାର ଯୁଗ ଶେଷ: ପୂର୍ବରୁ ମହିଳାମାନେ ଋତୁସ୍ରାବ ହେଲେ କପଡ଼ା ବ୍ୟବହାର କରୁଥଲେ। ଊନ୍ନବିଂଶ ଶତାବ୍ଦୀର ଶେଷ ବେଳକୁ ପିରିୟଡ୍‌ ପ୍ରଡକ୍ଟ ପ୍ୟାଡ୍ ବଜାରକୁ ଆସିଲା। ଏହାର ବ୍ୟବହାର ମୁଖ୍ୟତଃ ପ୍ରଥମେ ଆମେରିକା ଓ ବ୍ରିଟେନରେ ଦେଖିବାକୁ ମିଳିଲା। ୧୯୨୦ ମସିହା ବେଳକୁ ଏହାର ଉପଯୋଗ ବଢ଼ିଲା।

ଅନ୍ୟପଟେ ଏହି ପ୍ରଡକ୍ଟ ଋତୁସ୍ରାବ ଲୁଚାଇବାରେ ମହିଳାଙ୍କୁ ସାହାଯ୍ୟ କଲା। ଯେଉଁଥ଄ପାଇଁ ଏହାର ଚାହିଦା ବୃପାଇଥିବା କୁହାଯାଏ। ଅପରପକ୍ଷେ ପ୍ୟାଡ୍‌ ଆସିବା ପରେ ଆଉ କପଡା ବ୍ୟବହାର କଲେ ନାହିଁ। କେବଳ ସେତିକି ନୁହେଁ, ମହିଳାଙ୍କୁ ଏହି ସମୟରେ ସଫାସୁତୁରା ରଖିବାରେ ବି ସହାୟକ ହେଲା ଓ ନାରୀମାନେ ଗୁପ୍ତାଙ୍ଗରେ ସଂକ୍ରମଣଜନିତ ରୋଗରୁ ମୁକ୍ତି ପାଇ ପାରିଲେ।

ସେହିପରି ପ୍ରଥମ ମେନ୍‌ଷ୍ଟ୍ରୁଆଲ୍‌ କପ୍‌ ୧୯୩୦ରେ ବିକ୍ରି ହେଲା । ୨୦୦୦ ମସିହାରେ ଏହା ବହୁଳ ଭାବେ ଉପଲବ୍ଧ ହେଲା। ଅବଶ୍ୟ ଆଜିକା ସମୟରେ ପିରିୟଡ ପ୍ରଡକ୍ଟର ଅନେକ ବିକଳ୍ପ ଅଛି । ରିୟୁଜେବଲ ପ୍ୟାଡ୍‌, ସ୍ପଞ୍ଜ ଓ ପିରିୟଡ୍‌ ଅଣ୍ଡରଓୟର ଆଦି ବଜାରରେ ଉପଲବ୍ଧ ହେଲା।

ଋତୁସ୍ରାବ ଓ ସ୍ବଚ୍ଛତା: ନାରୀଟିଏ ଋତୁସ୍ରାବ ସମୟରେ ଅନେକ ଯନ୍ତ୍ରଣା ସତ୍ତ୍ବେ ବି ସେ ତା’ ସ୍ବାସ୍ଥ୍ୟ ପ୍ରତି ସେତେ ବେଶି ଧ୍ୟାନ ନ ଦେଇ ସମସ୍ତ କର୍ତ୍ତବ୍ୟ ସମ୍ପାଦନ କରେ। ଏସବୁ ଭିତରେ ବି ମହିଳାଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ଏହି ସମୟରେ ମହିଳାଙ୍କୁ ପରିଷ୍କାର ପରିଚ୍ଛନ୍ନ ରହିବା ଆବଶ୍ୟକ। ମାତ୍ର ଏହା ଉପରେ ଅଧିକାଂଶ ମହିଳା ଗୁରୁତ୍ବ ଦେଇ ନ ଥାନ୍ତି। ତେବେ ଏହି ସମୟରେ ମହିଳାମାନେ କିଭଳି ସ୍ବଚ୍ଛତା ଉପରେ ଧ୍ୟାନ ଦେବେ, ସେନେଇ ପ୍ରତିବର୍ଷ ମେ ୨୮ ତାରିଖକୁ ଋତୁସ୍ରାବ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଏ। ଏହାର ପ୍ରାରମ୍ଭ ୨୦୧୪ରେ ଜର୍ମାନ ଏନଜିଓ ୱାଶ ୟୁନାଇଟେଡ୍‌ ଆରମ୍ଭ କରିଥିଲା। କିଭଳି ଏହି ସମୟରେ ମହିଳାମାନେ ସ୍ବଚ୍ଛତାକୁ ପ୍ରାଥମିକତା ଦେବା ଦରକାର ସେନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯାଏ।

ମୁଖ୍ୟତଃ ଗାଁ ଗହଳିରେ ମହିଳାମାନେ ଏହାକୁ ପ୍ରାଧ୍ୟାନ୍ୟ ଦିଅନ୍ତି ନାହିଁ। ଗୋଟେ ପ୍ୟାଡ୍‌କୁ କେତେ ସମୟ ବ୍ୟବହାର କରିବା ତଥା କେତେ ଘଣ୍ଟାରେ ପ୍ୟାଡ୍ ବଦଳାଇବା ଦରକାର, ସେବାବଦରେ ସେମାନଙ୍କୁ ଜାଣିବା ଦରକାର। ତେବେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମହିଳାଙ୍କୁ ପ୍ରତି ୪-୬ ଘଣ୍ଟାରେ ସାନିଟାରି ନାପକିନ୍‌ ବଦଳାଇବାକୁ ପରାମର୍ଶ ଦିଆଯାଏ। ତା’ସହ ଅନ୍ତବସ୍ତ୍ରକୁ ସଫା ରଖିବାକୁ କୁହାଯାଏ।

ଏବେ ବି ସଙ୍କୋଚ:
ଏବେ ଋତୁସ୍ରାବକୁ ନେଇ ସମାଜ ସଚେତନ ହେଲାଣି। ଫିଲ୍ମ ମାଧ୍ୟମରେ ସଚେତନ କରାଯାଉଥ଄ବା ବେଳେ ପ୍ୟାଡ୍ ବ୍ୟବହାର କରିବା ପାଇଁ ସରକାର ତଥା ବିଭିନ୍ନ ସଂଗଠନ ପକ୍ଷରୁ ମାଗଣାରେ ପ୍ୟାଡ୍ ବଣ୍ଟନ କରାଯାଉଛି। ସେହିପରି ଟିଭି, ଇଣ୍ଟରନେଟ୍‌ରେ ବିଭିନ୍ନ ପ୍ରକାର ପିରିୟଡ୍ ପ୍ରଡକ୍ଟ ଦେଖାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି। ଅନ୍ୟପଟେ ପୁରୁଷମାନେ ମଧ୍ୟ ଏହି ସଚେତନତାରେ ନିଜକୁ ସାମିଲ କଲେଣି।

କେବଳ ଏତିକି ନୁହେଁ, ପୂର୍ବରୁ ପ୍ୟାଡ୍ ବିଜ୍ଞାପନରେ ନୀଳ ରଙ୍ଗକୁ ବ୍ୟବହାରା କରାଯାଉଥିବା ବେେଳ ଏବେ ନାଲି ରଙ୍ଗକୁ ଦେଖାଯାଉଛି। ଯଦିଓ ଚିନ୍ତାଧାରାରେ ଉନ୍ନତି ପରିଲକ୍ଷିତ ହେଉଛି, ତଥାପି କୋଉଠା ନା କୋଉଠି ଏହାକୁ ନେଇ ଲୋକେ ସଙ୍କୋଚ କରୁଥିବା ବି ଦେଖିବାକୁ ମିଳୁଛି।

ଆମେରିକାରୁ ଦେଶାନ୍ତର ହେବେ ଆଉ ୫ ଲକ୍ଷ ପ୍ରବାସୀ