ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ; କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ନୂଆ ଅବକାରୀ ନୀତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଇଛନ୍ତି ଯେ, ରାଜ୍ୟରେ ଭଲ ମାନର ମଦ ପ୍ରସ୍ତୁତିକୁ ରାଜ୍ୟ ସରକାର ପ୍ରୋତ୍ସିତ କରିବେ। ବିଶେଷକରି ଆଦିବାସୀ ଅଞ୍ଚଳରେ ମାଣ୍ଡିଆ ଓ ମହୁଲରୁ ମଦ ପ୍ରସ୍ତୁତ କରିବା ନେଇ ସରକାର ପ୍ରୋତ୍ସାହନ କରିବେ। ଏଥିପାଇଁ ରାଜ୍ୟ ସରକାର ସବ୍ସିଡ୍ ରାଶି ପ୍ରଦାନ କରିବେ। ଆଗ୍ରହୀ କମ୍ପାନୀକୁ ସବ୍ସିଡ୍ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବୈଠକରେ ଆଲୋଚନା ହୋଇଛି।
ସେହିଭଳି ରାଜ୍ୟ ସରକାର ଏବେ ଉନ୍ନତମାନର ମଦକୁ ପ୍ରୋତ୍ସାହିତ କରିବେ। ଏଥିପାଇଁ ଉଚ୍ଚସ୍ତରୀୟ ଅବକାରୀ ବୈଠକରେ ଆଲୋଚନା ହୋଇଛି। ଏଥର ବିଭାଗର ସ୍ଲୋଗାନ ରହିଛି କମ୍ ପିଅ, ଭଲ ପିଅ। ଏଭଳି ସ୍ଲୋଗାନ ନେଇ ସୂଚନା ଦେଇଛନ୍ତି ଅବକାରୀ କମିସନର ନରସିଂହ ଭୋଳ।


