ଗହଣା ପ୍ରେମୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି। ଆଗାମୀ ଦିନରେ ଅନ୍ତର୍ଜାତୀୟ ବଜାରେ ସୁନା ଦର ହ୍ରାସ ପାଇବାକୁ ଯାଉଥିବା ବେଳେ ରୁପା ଦର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏ ନେଇ ଆକଳନ କରି ସୂଚନାଦେଇଛି ଖ୍ୟାତନାମା ସଂସ୍ଥା ସିଟି ଗ୍ରୁପ୍‌। ଅନ୍ତର୍ଜାତୀୟ ବଜାରରେ ଦର କମ୍‌ ହେଲେ ଭାରତରେ ମଧ୍ୟ ସୁନା ଦର ଶସ୍ତା ହେବ ବୋଲି ଆକଳନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗୁରୁବାର ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୫୦୦ ଟଙ୍କା ବଢ଼ି ୯୧,୦୫୦ ଟଙ୍କା ହୋଇଛି। ୨୪ କ୍ୟରେଟ୍‌ ଦାମ୍‌ ୯୯,୩୩୦ ଟଙ୍କାକୁ ବୃଦ୍ଧି ପାଇଛି। ରୁପା କେଜି ୧,୨୪,୦୦୦ ଟଙ୍କା ରହିଛି। ସିଟି ଗ୍ରୁପ୍‌ କହିଛି ଯେ ରୁପାର ଯୋଗାଣ କମ୍‌ ରହିବା ସହ ନିବେଶ ଚାହିଦା ବଢ଼ୁଥିବାରୁ ଏହାର ଆଉନ୍ସ ପିଛା ଦାମ୍‌ ୪୦ ଡଲାରକୁ ବୃଦ୍ଧି ପାଇବ।
ଗତବର୍ଷ ରୁପା ଦାମ୍‌ ୨୪ ପ୍ରତିଶତ ବଢ଼ିବା ପରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ମହଙ୍ଗା ହୋଇସାରିଲାଣି।
ସୁନାର ମୂଲ୍ୟ ବୃଦ୍ଧି ପାଇ ଗତ ୧୩ ବର୍ଷର ସର୍ବାଧିକ ଦରରେ ପହଞ୍ଚିଛି। ଆସନ୍ତା ୬-୧୨ ମାସ ମଧ୍ୟରେ ରୁପା ଦର ୪୩ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସିଟି ଗ୍ରୁପ୍‌ ପକ୍ଷରୁ ଆକଳନ କରାଯାଇଛି।
ସେହିଭଳି ବିଶ୍ୱ ରୁପା ବଜାରର ଆକାର ୩ ହଜାର କୋଟି ଡଲାର ରହିଛି। ଏକ୍ଷେତ୍ରରେ ଯୋଗାଣ କମ୍‌ ରହୁଥିବାରୁ ଚାହିଦାରେ ସାମାନ୍ୟ ପରିବର୍ତ୍ତନ ହେଲେ ତାହା ଦରକୁ ପ୍ରଭାବିତ କରିବ।
ଲଗାତାର ପଞ୍ଚମ ବର୍ଷ ପାଇଁ ରୁପାର ଚାହିଦା ଯୋଗାଣଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି। ସୁନା ସମ୍ପର୍କରେ ସିଟି ଗ୍ରୁପ୍‌ କହିଛି ଯେ ୨୦୨୫ରେ ଏହାର ଦାମ୍‌ ୨୭ ପ୍ରତିଶତ ବଞ୍ଚିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡିକୁ ସୁନା କିଣୁଥିବାରୁ ଦାମ୍‌ ବଢ଼ୁଛି।
କିନ୍ତୁ ଦରବୃଦ୍ଧିର ଏହି ଧାରା ଆଗାମୀ ଦିନରେ ବଦଳିବାର ଆଚଳନ କରାଯାଉଛି। ଆସନ୍ତା କିଛି ଦିନ ଭିତରେ ସୁନାର ଆଉନ୍ସ ପିଛା ଦାମ୍‌ ୩୦୦୦ ଡଲାର ତଳକୁ ଖସିବ। ୨୦୨୬ ମଧ୍ୟଭାଗ ସୁଦ୍ଧା ଏହି ଦର ୨୫୦୦-୨୭୦୦ ଡଲାରକୁ ଖସିଆସିବ ବୋଲି ଆକଳନ କରାଯାଇଛି।

ଗତ କିଛିଦିନ ଧରି ବିଶ୍ଵ ବଜାରରେ ସୁନାଦର ବଢି ଚାଲିଥିବା ବେଳେ ମଙ୍ଗଳବାର ଏହା ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ୨୨ କ୍ୟାରେଟ୍ ସୁନା ଦର ୮୦ ହଜାର ପାର କରିଛି

ମଙ୍ଗଳବାର ପୂର୍ବାହ୍ନରେ ଏହାର ଦାମ୍ ୨୨ ହଜାର ୬୦୦ ଟଙ୍କା ଛୁଇଁଛି। ସେହିଭଳି ୨୪ କ୍ୟାରେଟ ସୁନା ଦର ୮୭ ହଜାର ୯୩୦ ଟଙ୍କା ରହିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି।
ସୁନାଦର ବୃଦ୍ଧି ସାଙ୍ଗକୁ ରୁପା ଦର ମଧ୍ୟ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଯଦିବା ଗତ ୫ ଦିନରେ ରୁପା ଦରରେ ପରିବର୍ତ୍ତନ ହୋଇନାହିଁ ଭୁବନେଶ୍ବରରେ ରୁପା କିଲୋ ପ୍ରତି ଦର ରହିଛି ୧ ଲକ୍ଷ ୭ ହଜାର ଟଙ୍କା।
ପ୍ରକାଶ ଥାଉ କି କେନ୍ଦ୍ର ସରକାରଙ୍କ ବଜେଟ୍‌ ଘୋଷଣା ପରେ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା, ମେକ୍ସିକୋ ଓ ଚୀନ୍‌ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦର ବୃଦ୍ଧି ପରେ ବଢ଼ିଚାଲିଛି ସୁନାଦର। ବିଶେଷକରି ଭାରତ ଭଳି ଦେଶ ଏଥିରେ ଅଧିକ ପ୍ରଭାବିତ ହୋଇଛି। ତେବେ ଵିଵାହ ଋତୁ ଥିବାରୁ ଭାରତରେ ଏହା ଅଧିକ ପ୍ରଭାବିତ କରିଛି।

କେନ୍ଦ୍ର ସରକାରଙ୍କ ବଜେଟ୍‌ ଘୋଷଣା ପରେ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା, ମେକ୍ସିକୋ ଓ ଚୀନ୍‌ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦର ବୃଦ୍ଧି ପରେ ବଢ଼ିଚାଲିଛି ସୁନା ଦର। ବିଶେଷକରି ଭାରତ ଭଳି ଦେଶ ଏଥିରେ ଅଧିକ ପ୍ରଭାବିତ ହୋଇଛି।
ବୁଧବାର ମିଳିଥିବା ରିପୋର୍ଟ ମୁତାବକ ଭୁବନେଶ୍ୱରରେ ୨୪ କ୍ୟାରେଟର ୧୦ ଗ୍ରାମ୍‌ ସୁନା ପିଛା ଦାମ୍‌ ୮୬ ହଜାର ୨୪୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ରହିଛି ୭୯,୦୫୦ ଟଙ୍କା। ଗତ ୧୦ ଦିନର ଦରକୁ ଦେଖିଲେ ୨୨ କ୍ୟାରେଟ୍‌ ସୁନା ୩୬୫୦ ଟଙ୍କା ମହଙ୍ଗା ହୋଇଛି। ପ୍ରକାଶ ଥାଉ କି ଜାନୁଆରି ୨୭ ତାରିଖରେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୭୫ ହଜାର ୪ ଶହ ଟଙ୍କା ରହିଥିଲା। ସେହିପରି ଏହି ସମୟ ଭିତରେ ୨୪ କ୍ୟାରେଟ୍‌ ସୁନା ୩୩୯୦ ଟଙ୍କା ବୃଦ୍ଧି ପାଇଛି। ସୁନା ଭଳି ଅନ୍ୟତମ ମୂଲ୍ୟବାନ ଧାତବ ପଦାର୍ଥ ରୁପା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଭୁବନେଶ୍ୱରରେ ରୁପା କେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୭ ହଜାର ଟଙ୍କାରେ ପହଞ୍ଚିଛି। ଗତ ୧୦ ଦିନରେ ରୁପା ଦାମ୍‌ ୩ ହଜାର ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି।