ଗତ କିଛିଦିନ ଧରି ବିଶ୍ଵ ବଜାରରେ ସୁନାଦର ବଢି ଚାଲିଥିବା ବେଳେ ମଙ୍ଗଳବାର ଏହା ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ୨୨ କ୍ୟାରେଟ୍ ସୁନା ଦର ୮୦ ହଜାର ପାର କରିଛି।
ମଙ୍ଗଳବାର ପୂର୍ବାହ୍ନରେ ଏହାର ଦାମ୍ ୨୨ ହଜାର ୬୦୦ ଟଙ୍କା ଛୁଇଁଛି। ସେହିଭଳି ୨୪ କ୍ୟାରେଟ ସୁନା ଦର ୮୭ ହଜାର ୯୩୦ ଟଙ୍କା ରହିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି।
ସୁନାଦର ବୃଦ୍ଧି ସାଙ୍ଗକୁ ରୁପା ଦର ମଧ୍ୟ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଯଦିବା ଗତ ୫ ଦିନରେ ରୁପା ଦରରେ ପରିବର୍ତ୍ତନ ହୋଇନାହିଁ ଭୁବନେଶ୍ବରରେ ରୁପା କିଲୋ ପ୍ରତି ଦର ରହିଛି ୧ ଲକ୍ଷ ୭ ହଜାର ଟଙ୍କା।
ପ୍ରକାଶ ଥାଉ କି କେନ୍ଦ୍ର ସରକାରଙ୍କ ବଜେଟ୍ ଘୋଷଣା ପରେ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା, ମେକ୍ସିକୋ ଓ ଚୀନ୍ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦର ବୃଦ୍ଧି ପରେ ବଢ଼ିଚାଲିଛି ସୁନାଦର। ବିଶେଷକରି ଭାରତ ଭଳି ଦେଶ ଏଥିରେ ଅଧିକ ପ୍ରଭାବିତ ହୋଇଛି। ତେବେ ଵିଵାହ ଋତୁ ଥିବାରୁ ଭାରତରେ ଏହା ଅଧିକ ପ୍ରଭାବିତ କରିଛି।


