କେନ୍ଦ୍ର ସରକାରଙ୍କ ବଜେଟ୍ ଘୋଷଣା ପରେ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା, ମେକ୍ସିକୋ ଓ ଚୀନ୍ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦର ବୃଦ୍ଧି ପରେ ବଢ଼ିଚାଲିଛି ସୁନା ଦର। ବିଶେଷକରି ଭାରତ ଭଳି ଦେଶ ଏଥିରେ ଅଧିକ ପ୍ରଭାବିତ ହୋଇଛି।
ବୁଧବାର ମିଳିଥିବା ରିପୋର୍ଟ ମୁତାବକ ଭୁବନେଶ୍ୱରରେ ୨୪ କ୍ୟାରେଟର ୧୦ ଗ୍ରାମ୍ ସୁନା ପିଛା ଦାମ୍ ୮୬ ହଜାର ୨୪୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦାମ୍ ରହିଛି ୭୯,୦୫୦ ଟଙ୍କା। ଗତ ୧୦ ଦିନର ଦରକୁ ଦେଖିଲେ ୨୨ କ୍ୟାରେଟ୍ ସୁନା ୩୬୫୦ ଟଙ୍କା ମହଙ୍ଗା ହୋଇଛି। ପ୍ରକାଶ ଥାଉ କି ଜାନୁଆରି ୨୭ ତାରିଖରେ ୨୨ କ୍ୟାରେଟ୍ ସୁନାର ଦାମ୍ ୭୫ ହଜାର ୪ ଶହ ଟଙ୍କା ରହିଥିଲା। ସେହିପରି ଏହି ସମୟ ଭିତରେ ୨୪ କ୍ୟାରେଟ୍ ସୁନା ୩୩୯୦ ଟଙ୍କା ବୃଦ୍ଧି ପାଇଛି। ସୁନା ଭଳି ଅନ୍ୟତମ ମୂଲ୍ୟବାନ ଧାତବ ପଦାର୍ଥ ରୁପା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଭୁବନେଶ୍ୱରରେ ରୁପା କେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୭ ହଜାର ଟଙ୍କାରେ ପହଞ୍ଚିଛି। ଗତ ୧୦ ଦିନରେ ରୁପା ଦାମ୍ ୩ ହଜାର ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି।


