UP Situation After Waqfbill

ପାର୍ଲ୍ୟାମେଣ୍ଟରେ ୱାକଫ୍ ବିଲ୍ ପାସ୍ ପରେ ଉତ୍ତରପ୍ରଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା କରି ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ନମାଜ ପୂର୍ବରୁ ସହରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଲକ୍ଷ୍ନୌ ଏବଂ ସମ୍ଭଲରେ ପୁଲିସ ପକ୍ଷରୁ କଡା ନଜର ରଖାଯାଇଛି। ଶୁକ୍ରବାର ପ୍ରାର୍ଥନା ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଆଗୁଆ ଫ୍ଲାଗ ମାର୍ଚ୍ଚ କରାଯାଇଛି।
ତେବେ ୱାକଅଫ୍ ବିଲକୁ ନେଇ ବିରୋଧ ହେଉଥିବା ବେଳେ କାଳେ କୌଣସି ଅସାମାଜିକ ବ୍ୟକ୍ତି ଅପପ୍ରଚାର କରିପାରନ୍ତି କିମ୍ବା ଗଣଗୋଳ-ଦଙ୍ଗା ପାଇଁ ଉସୁକାଇ ପାରନ୍ତି। ତେଣୁ ପୁଲିସ ସହରର ଗଳିକନ୍ଦିରେ ପଇଁତରା ମାରୁଛି। ଲୋକଙ୍କୁ ବିଲ ବାବଦରେ ବୁଝାଯାଉଛି।
ଅପରପକ୍ଷେ ସୋସିଆଲ ମିଡିଆ ଉପରେ ମଧ୍ଯ ନଜର ରଖିଛି ପୋଲିସ। ଯଦି କେହି ସୋସିଆଲ ମିଡିଆରେ ଅପ୍ରୀତିକର ପୋଷ୍ଟ କରି ଦଙ୍ଗା ପାଇଁ ଉସୁକାଏ ତେବେ ଉକ୍ତ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରିବା ସହ କାର୍ଯ୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଛି। ଆଗକୁ ରାମନବମୀ, ହନୁମାନ ଜୟନ୍ତୀ ଏବଂ ଆମ୍ବେଦକର ଜୟନ୍ତୀ ଥିବାରୁ ଗଣ୍ଡଗୋଳ ଆଶଙ୍କାରେ ପୁଲିସ ଏବେଠୁ ସଜାଗ ରହିଛି।

UP Situation After Waqfbill

ବାପାର କଥା ମାନିଲାନି ଝିଅ। କ୍ରୋଧରେ ବଶବର୍ତ୍ତୀ ହୋଇ ନିଜ ଝିଅର ଗଳାକାଟି ହତ୍ୟା କଲା ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସୀତାପୁରରେ। ପାଞ୍ଚ ବର୍ଷର ଝିଅକୁ ଗଳା କାଟି ହତ୍ୟା କରିବା ଏବଂ ତାଙ୍କ ଶରୀରକୁ ୪ ଖଣ୍ଡ କରି କାଟିବା ଅଭିଯୋଗରେ ଗିରଫ ହୋଇଛି ନୃସଂଶ ବାପା ମୋହିତ
ମୋହିତଙ୍କ କହିବାନୁଯାୟୀ ବାରମ୍ବାର ମନା କରିବା ସତ୍ତ୍ୱେ ତାଙ୍କର ୪ ବର୍ଷର ଝିଅଟି ପଡ଼ିଶା ଘରକୁ ଚାଲିଯିବାକୁ ନେଇ ସେ ହତ୍ୟା କରିଥିଲ। ପୁଲିସ ଅଧିକାରୀଙ୍କ କହିବାନୁଯାୟୀ ଫେବ୍ରୁଆରି ୨୫ ତାରିଖରେ ଏକ ଶିଶୁଟି ତାଙ୍କ ଘର ନିକଟରୁ କେଉଁଆଡେ଼ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଶିଶୁଟିକୁ ଖୋଜିବା ପାଇଁ ୪ଟି ଟିମ୍‌ ଗଠନ କରିଥିଲା ପୁଲିସ। ପୁଲିସ୍‌ କହିବା ମୁତାବକ, ଖୋଜାଖୋଜି ସମୟରେ ତାଙ୍କ ଦଳ ପ୍ରଥମେ ଶିଶୁଟିର ଶରୀରର ଏକ ଖଣ୍ଡ ପାଇଲା। ପରଦିନ ଅନ୍ୟ ଏକ ଖଣ୍ଡ ମିଳିଲା। ତା’ପରେ ପୁଲିସ୍‌ ନିଶ୍ଚିତ ହୋଇ ଯାଇଥିଲା ଯେ ଶିଶୁଟିର ହତ୍ୟା କରାଯାଇଛି। ତେବେ କିଏ ହତ୍ୟା କଲା ତାକୁ ନେଇ ପୁଲିସ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିଥିଲା।
ସେ ଆହୁରି କହିଛନ୍ତି ଯେ ଝିଅର ବାପା ଝିଅଟି ନିଖୋଜ ହେବା ପରେ ସେମାନେ ତଦନ୍ତର ଅଂଶ ଭାବରେ ଲୋକଙ୍କୁ ବାରମ୍ବାର ପଚରାଉଚରା କରୁଥିଲେ। ମାତ୍ର ପୁଲିସ୍‌ ଘଟଣାର ତଦନ୍ତ କରି ଜେରା କରିବା ବେଳେ ସେ ଶେଷରେ ନିଜ ଝିଅଟିକୁ ହତ୍ୟା କରି ମୃତଦେହକୁ ଫିଙ୍ଗି ଦେଇଥିବା କଥା ସ୍ୱୀକାର କରିଥିଲା। ମୋହିତ ପୁଲିସକୁ କହିଛନ୍ତି ଯେ ତାଙ୍କ ପରିବାର ଏବଂ ପଡେ଼ାଶୀ ରାମୁର ପରିବାର ମଧ୍ୟରେ କିଛିଦିନ ପୂର୍ବରୁ ଝଗଡ଼ା ହୋଇଥିଲା। କିନ୍ତୁ ଝିଅ ତାଙ୍କ ଘରକୁ ଯାଇଥିବାରୁ ସେ ଏଭଳି କରିଛନ୍ତି।

ଜଣେ ମହିଳାଙ୍କ ମୃତ୍ୟୁର କାରଣ ନେଇ ପୋଲିସ ପ୍ରଶାସନ ଓ ଆଇନ ଦରବାର ଯାଏଁ ସମସ୍ତେ ଚିନ୍ତାରେ ଥିବା ବେଳେ ୪ ବର୍ଷର ଝିଅ କିନ୍ତୁ ଖୋଲି ଦେଇଛି ମୃତ୍ୟୁର ରହସ୍ୟ। କଥା କହି ପରୁ ନଥିଲେ ମଧ୍ୟ ଚିତ୍ର ମାଧ୍ୟମରେ ସେ ପ୍ରକାଶ କରିଛି ମାଆଙ୍କ ମୃତ୍ୟୁର ପୂରା ରହସ୍ୟ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଝାନସିରେ।
କୋଟୱାଲି ଏକ ଶିବ ମନ୍ଦିର ନିକଟରେ ରହୁଥିବା ଏକ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ହେଲେ ଉତ୍ତର ପ୍ରଦେଶ ଲକ୍ଷ୍ନୌ ରେ ରହୁଥିବା ଜଣେ ମେଡ଼ିସିନ ରିପ୍ରେଜେଣ୍ଟେଟିଭ ସନ୍ଦୀପ ବୁଧୋଲିଆଙ୍କ ପତ୍ନୀ ସୋନାଲି। ସୋନାଲିଙ୍କ ମୃତ୍ୟୁର କାରଣ ହତ୍ୟା ନା ଆତ୍ମାହତ୍ୟା ତାକୁ ନେଇ ପୁଲିସ ଦ୍ୱନ୍ଦ୍ୱରେ ଥିଲା। ବାପା କିଭଳି ମାଆଙ୍କ ମୁଣ୍ଡଙ୍କୁ ପଥରରେ ଛେଚି ହତ୍ୟା କଲେ ସବୁକିଛି ଚିତ୍ରରେ ବଖାଣିଛି ଚାରି ବର୍ଷର ଝିଅ। ଛୋଟ ଝିଅର ଚିତ୍ର ମାଧ୍ୟମରେ ବୟାନକୁ ଆଧାର କରି ପୁଲିସ ତଦନ୍ତ କରୁଛି।
ପ୍ରକାଶ ଥାଉ କି ବିବାହ ସମୟରେ ଝିଅକୁ ୨୦ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ ସୋନାଲିଙ୍କ ସ୍ବାମୀ। ଏମିତିକି ଝିଅ ଜନ୍ମହେବା ପରେ ପତ୍ନୀଙ୍କୁ ସ୍ଵାମୀ ସନ୍ଦୀପ ଏକୁଟିଆ ମେଡିକାଲରେ ଛାଡ଼ି ଆସିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସୋନାଲିଙ୍କ ବାପ ଘର ଲୋକେ।

କିଛିଦିନର ବ୍ୟବଧାନ ପରେ ମହାକୁମ୍ଭରେ ପୁଣି ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ସହରର ସବୁ ଗଳିକନ୍ଦିରେ ଗହଳି, ଭିଡର ଭୟଙ୍କର ସ୍ଥିତି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି

କୁମ୍ଭ ମେଳରେ ଯିଏ ଯୁଆଡେ ପାରୁଛି ପଳାଉଛି, ଗାଡି ପୂରାଇ ଦେଉଛି। ସଙ୍ଗମସ୍ଥଳ ପାଇଁ ଅଲଗା ରାସ୍ତା କରାଯାଇଥିଲେ ବି କେହି ନିୟମ ମାନୁନାହାନ୍ତି। ଫଳରେ ପ୍ରୟାଗରାଜରେ ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୧୨ ଘଣ୍ଟା ଲାଗିଯାଉଛି।
ଲୋକେ କିଭଳି ଜଲଦି ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ସେଥିପାଇଁ ଯିଏ ଯୁଆଡେ ପାଇଲା ପଳାଇଛନ୍ତି।
ମହାକୁମ୍ଭରେ ମହାଜାମ୍ ଦେଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରକ୍ତି ଭାବ ପୋଷଣ କରିଛନ୍ତି। ଭିଡର ଭୟାବହତା ଏବଂ ଭିଡ ପାଇଁ ରାଜ୍ୟ ଉପରେ ଏକ ଖରାପ ବାର୍ତ୍ତା ଯାଉଥିବାରୁ ବିରକ୍ତି ହୋଇ ଦାୟିତ୍ୱରେ ଥିବା ଦୁଇ ଆଇପିଏସ୍ ଅଫିସରଙ୍କୁ ଡାକି ଭୀଷଣ ଉଦବେଗ ପ୍ରକାଶ କରିଛନ୍ତି। ଯୋଗୀ ସେମାନଙ୍କୁ କହିଛନ୍ତି ଆପଣମାନଙ୍କ କାନ୍ଧରେ ପୂରା ପ୍ରୟାଗରାଜର ଦାୟିତ୍ବ ଥିଲା କିନ୍ତୁ ଦଳାଚକଟା ଦିନ ହେଉ କି ଅନ୍ୟ ଦିନମାନଙ୍କରେ ଆପଣ ଦାୟିତ୍ବହୀନ ଭାବେ କାମ କରିଛନ୍ତି ଯାହାର ପରିଣାମ ଭୋଗିବାକୁ ପଡିବ। ତାସହ ମହାକୁମ୍ଭର ବଡବଡ ସ୍ନାନ ବେଳେ କେମିତି ଉଚ୍ଚପଦସ୍ଥ ଅଧିକାରୀମାନେ ଅନୁପସ୍ଥିତ ରହୁଛନ୍ତି ସେନେଇ ସେମାନଙ୍କ ବିରୋଧରେ ନିଲମ୍ବନ ପରି ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ।