TT Ads
ବାପାର କଥା ମାନିଲାନି ଝିଅ। କ୍ରୋଧରେ ବଶବର୍ତ୍ତୀ ହୋଇ ନିଜ ଝିଅର ଗଳାକାଟି ହତ୍ୟା କଲା ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସୀତାପୁରରେ। ପାଞ୍ଚ ବର୍ଷର ଝିଅକୁ ଗଳା କାଟି ହତ୍ୟା କରିବା ଏବଂ ତାଙ୍କ ଶରୀରକୁ ୪ ଖଣ୍ଡ କରି କାଟିବା ଅଭିଯୋଗରେ ଗିରଫ ହୋଇଛି ନୃସଂଶ ବାପା ମୋହିତ
ମୋହିତଙ୍କ କହିବାନୁଯାୟୀ ବାରମ୍ବାର ମନା କରିବା ସତ୍ତ୍ୱେ ତାଙ୍କର ୪ ବର୍ଷର ଝିଅଟି ପଡ଼ିଶା ଘରକୁ ଚାଲିଯିବାକୁ ନେଇ ସେ ହତ୍ୟା କରିଥିଲ। ପୁଲିସ ଅଧିକାରୀଙ୍କ କହିବାନୁଯାୟୀ ଫେବ୍ରୁଆରି ୨୫ ତାରିଖରେ ଏକ ଶିଶୁଟି ତାଙ୍କ ଘର ନିକଟରୁ କେଉଁଆଡେ଼ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଶିଶୁଟିକୁ ଖୋଜିବା ପାଇଁ ୪ଟି ଟିମ୍‌ ଗଠନ କରିଥିଲା ପୁଲିସ। ପୁଲିସ୍‌ କହିବା ମୁତାବକ, ଖୋଜାଖୋଜି ସମୟରେ ତାଙ୍କ ଦଳ ପ୍ରଥମେ ଶିଶୁଟିର ଶରୀରର ଏକ ଖଣ୍ଡ ପାଇଲା। ପରଦିନ ଅନ୍ୟ ଏକ ଖଣ୍ଡ ମିଳିଲା। ତା’ପରେ ପୁଲିସ୍‌ ନିଶ୍ଚିତ ହୋଇ ଯାଇଥିଲା ଯେ ଶିଶୁଟିର ହତ୍ୟା କରାଯାଇଛି। ତେବେ କିଏ ହତ୍ୟା କଲା ତାକୁ ନେଇ ପୁଲିସ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିଥିଲା।
ସେ ଆହୁରି କହିଛନ୍ତି ଯେ ଝିଅର ବାପା ଝିଅଟି ନିଖୋଜ ହେବା ପରେ ସେମାନେ ତଦନ୍ତର ଅଂଶ ଭାବରେ ଲୋକଙ୍କୁ ବାରମ୍ବାର ପଚରାଉଚରା କରୁଥିଲେ। ମାତ୍ର ପୁଲିସ୍‌ ଘଟଣାର ତଦନ୍ତ କରି ଜେରା କରିବା ବେଳେ ସେ ଶେଷରେ ନିଜ ଝିଅଟିକୁ ହତ୍ୟା କରି ମୃତଦେହକୁ ଫିଙ୍ଗି ଦେଇଥିବା କଥା ସ୍ୱୀକାର କରିଥିଲା। ମୋହିତ ପୁଲିସକୁ କହିଛନ୍ତି ଯେ ତାଙ୍କ ପରିବାର ଏବଂ ପଡେ଼ାଶୀ ରାମୁର ପରିବାର ମଧ୍ୟରେ କିଛିଦିନ ପୂର୍ବରୁ ଝଗଡ଼ା ହୋଇଥିଲା। କିନ୍ତୁ ଝିଅ ତାଙ୍କ ଘରକୁ ଯାଇଥିବାରୁ ସେ ଏଭଳି କରିଛନ୍ତି।
TT Ads

Leave a Reply

Your email address will not be published. Required fields are marked *