UP Situation After Waqfbill
ପାର୍ଲ୍ୟାମେଣ୍ଟରେ ୱାକଫ୍ ବିଲ୍ ପାସ୍ ପରେ ଉତ୍ତରପ୍ରଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା କରି ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ନମାଜ ପୂର୍ବରୁ ସହରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଲକ୍ଷ୍ନୌ ଏବଂ ସମ୍ଭଲରେ ପୁଲିସ ପକ୍ଷରୁ କଡା ନଜର ରଖାଯାଇଛି। ଶୁକ୍ରବାର ପ୍ରାର୍ଥନା ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଆଗୁଆ ଫ୍ଲାଗ ମାର୍ଚ୍ଚ କରାଯାଇଛି।
ତେବେ ୱାକଅଫ୍ ବିଲକୁ ନେଇ ବିରୋଧ ହେଉଥିବା ବେଳେ କାଳେ କୌଣସି ଅସାମାଜିକ ବ୍ୟକ୍ତି ଅପପ୍ରଚାର କରିପାରନ୍ତି କିମ୍ବା ଗଣଗୋଳ-ଦଙ୍ଗା ପାଇଁ ଉସୁକାଇ ପାରନ୍ତି। ତେଣୁ ପୁଲିସ ସହରର ଗଳିକନ୍ଦିରେ ପଇଁତରା ମାରୁଛି। ଲୋକଙ୍କୁ ବିଲ ବାବଦରେ ବୁଝାଯାଉଛି।
ଅପରପକ୍ଷେ ସୋସିଆଲ ମିଡିଆ ଉପରେ ମଧ୍ଯ ନଜର ରଖିଛି ପୋଲିସ। ଯଦି କେହି ସୋସିଆଲ ମିଡିଆରେ ଅପ୍ରୀତିକର ପୋଷ୍ଟ କରି ଦଙ୍ଗା ପାଇଁ ଉସୁକାଏ ତେବେ ଉକ୍ତ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରିବା ସହ କାର୍ଯ୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଛି। ଆଗକୁ ରାମନବମୀ, ହନୁମାନ ଜୟନ୍ତୀ ଏବଂ ଆମ୍ବେଦକର ଜୟନ୍ତୀ ଥିବାରୁ ଗଣ୍ଡଗୋଳ ଆଶଙ୍କାରେ ପୁଲିସ ଏବେଠୁ ସଜାଗ ରହିଛି।
UP Situation After Waqfbill


