ଏବେ ବିପଦ ପାଲଟିଛି ବିଜୁଳି ଘଡ଼ଘଡ଼ି। ଗୋଟିଏ ଦିନରେ ବିହାର ଓ ଉତ୍ତର ପ୍ରଦେଶ ଦୁଇଟି ରାଜ୍ୟରେ ବିଜୁଳି ମାରି ୮୧ ଜଣଙ୍କ ପ୍ରାଣ ଯାଇଛି।
ବିହାରରେ ପ୍ରବଳ ଝଡ ବର୍ଷା ଓ ବିଜୁଳି ମାରିବା ଯୋଗୁଁ ଦିନକରେ ୫୮ ଜଣଙ୍କ ମୃତ୍ୟୁ ହୋଇଛି। ବିଜୁଳି ମାରିବା ଯୋଗୁ ୨୩ ଜଣ ପ୍ରାଣ ହରାଇଥିବା ବେଳେ ଗଛ ପଡିବା ଓ କାନ୍ଥ ଭୁଶୁଡିବା ଭଳି ଦୁର୍ଘଟଣାରେ ଆଉ ୩୫ ଜଣ  ଜୀବନ ହରାଇଛନ୍ତି।
ପ୍ରବଳ ବର୍ଷା ଓ ବିଜୁଳି ମାଡ଼ ଯୋଗୁ ନାଳନ୍ଦାରେ ୨୨ ଜଣ ଲୋକ ଜୀବନ ହରାଇଛନ୍ତି। ଏହାବାଦ ଭୋଜପୁରରେ ୫ ଜଣ, ଗୟାରେ ୩ ଜଣ, ଗୋପାଲଗଞ୍ଜ, ଜେହାନାବାଦ, ପାଟନା, ଅରୱଲ ଓ ମୁଜାଫରପୁରରେ ମଧ୍ୟ ଜଣେ ଲେଖାଏ ଲୋକଙ୍କ ଜୀବନ ପ୍ରବଳ ଝଡ ତୋଫାନ ଯୋଗୁ ହୋଇଛି। କେବଳ ବିଜୁଳି ମାରିବା ଯୋଗୁଁ ସିୱାନରେ ୪ ଜଣ, ଜାମୁଇରେ ୩ ଜଣ, ସହାର୍ସା, ଅରାରିଆ ଓ ସାରନରେ ୨ ଜଣଙ୍କ ଜୀବନ ଯାଇଛି।
ପାଟନା, ଜେହାନାବାଦ, ଭୋଜପୁର, ଦରଭଙ୍ଗା, ଅରୱାଲ, ଗୋପାଲଗଞ୍ଜ, ମୁଜାଫରପୁର, ମୁଙ୍ଗେର, କତିହାର ଓ ଭାଗଲପୁରରେ ମଧ୍ୟ ବିଜୁଳି ଜଣେ ଲେଖାଏ ଲୋକଙ୍କ ଜୀବନ ନେଇଛି। ଦିନକ ପୂର୍ବରୁ ବିହାରର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରିବାରୁ ୨୫ ଜଣଙ୍କ ଜୀବନ ଯାଇଥିଲା।
ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଜୁଳି ପାଇଁ ଜାରି କରୁଥିବା ସତର୍କ ସୂଚନାକୁ ସମସ୍ତେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଦୁଇ ଦିନ ହେଲା ବିହାରର ବିଭିନ୍ନ ଜିଲ୍ଲାରେ ଝଡ ବର୍ଷା ହେଉଥିବା ବେଳେ ଆଜି ଓ ଆସନ୍ତାକାଲି ପାଇଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି।
ସେହିଭଳି ବର୍ଷା ଜନିତ ଅଘଟଣ ଯୋଗୁଁ ଉତ୍ତର ପ୍ରଦେଶର ୧୫ଟି ଜିଲ୍ଲାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଫତେପୁର ଓ ଆଜମଗଡରେ ୩ ଜଣ ଲେଖାଏ ଜୀବନ ହରାଇଥିବା ବେଳେ ଫିରୋଜାବାଦ, କାନପୁର ଦେହାତ ଓ ସୀତାପୁରରେ ୨ ଜଣ ଲେଖାଏ ପ୍ରାଣ ହରାଇଛନ୍ତି।
ଗାଜିପୁର, ଗୋଣ୍ଡା, ଆମେଠି, ସନ୍ଥ କବିର ନଗର, ସିଦ୍ଧାର୍ଥ ନଗର, ବଲ୍ଲିଆ, କନୌଜ, ବାରବାଙ୍କୀ, ଜୌନପୁର ଓ ଉନ୍ନାଓରେ ଜଣେ ଲେଖାଏ ବର୍ଷା ଜନିତ ଅଘଟଣରେ ଜୀବନ ହରାଇଛନ୍ତି। ଝାରଖଣ୍ଡରେ ଘନଘନ ବିଜୁଳି ମାରିବାରୁ ୪ ଜଣ ଆହତ ହୋଇଛନ୍ତି।

ନିକଟରେ ଅନୁଷ୍ଠିତ ହେବାକୁ ଯାଉଛି ବିହାର ବିଧାନସଭା ପାଇଁ ନିର୍ବାଚନ। ଏଠାରେ ବିଜେପି ନେତୃତ୍ଵାଧୀନ ଏନଡିଏ ଓ ନିତିଶଙ୍କ ଭୂମିକାକୁ ନେଇ ବହୁ କଳ୍ପନାକଳ୍ପନା ପ୍ରକାଶ ପାଉଥିବା ବେଳେ ଶେଷରେ ନୀତିଶଙ୍କ ନେତୃତ୍ବରେ ହିଁ ଏନଡ଼ିଏ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି

ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ ଭାବେ କହିଛନ୍ତି ଯେ, ୨୦୨୫ ମସିହାରେ ବିହାରରେ ସରକାର ଗଠନ କରିବା ଲକ୍ଷ୍ୟ ଏବଂ ନୀତିଶ କୁମାରଙ୍କ ନେତୃତ୍ୱରେ ଏହି ଲକ୍ଷ୍ୟ ହାସଲ କରିବାକୁ ପଡିବ।

କେବଳ ସୁଶାସନ ଏବଂ ବିକାଶ ପ୍ରସଙ୍ଗରେ ନିର୍ବାଚନ ଲଢ଼ିବାକୁ ପଡିବ। ବିହାରର ପ୍ରତ୍ୟେକ ଗାଁରେ ପହଞ୍ଚିବା ପାଇଁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ଶାହ। ବିଜେପି ଆସନ୍ତା ଏପ୍ରିଲ ୬ ତାରିଖରେ ଏହାର ପ୍ରତିଷ୍ଠା ଦିବସକୁ ମହାସମାରୋହ ପାଳନ କରିବ। ଏପ୍ରିଲ ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପି ରାଜ୍ୟରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ଅନ୍ତର୍ଗତ ବିଜେପି ଜରୁରିକାଳୀନ ପରିସ୍ଥିତିର ଶିକାର ହୋଇଥିବା କରସେବକମାନଙ୍କୁ ସେମାନଙ୍କ ଘରକୁ ଯାଇ ସମ୍ମାନିତ କରାଯିବ। ୧୪ ଏପ୍ରିଲରେ ଆମ୍ବେଦକର ଜୟନ୍ତୀ ମହା ଆଡମ୍ବରରେ ପାଳନ କରାଯିବ।

ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ବିହାର ଗସ୍ତରେ ଅଛନ୍ତି। ଶନିବାର ସେ ରାଜ୍ୟର ସାଂସଦ ଏବଂ ବିଧାୟକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏଥିରେ, ସମସ୍ତଙ୍କ ସହମତିରେ, ନୀତିଶ କୁମାରଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ, ଗୃହମନ୍ତ୍ରୀ ନୀତିଶ କୁମାରଙ୍କୁ ନିର୍ବାଚନୀ ନଦୀ ପାର କରାଇବା ପାଇଁ ସମ୍ପୂର୍ଣ୍ଣ ଯୋଜନା ଉପସ୍ଥାପନ କରିଥିଲେ।

ଶ୍ରୀ ଶାହ ବିହାରର ଦଳୀୟ କର୍ମୀମାନଙ୍କୁ କହିଛନ୍ତି ଯେ, ପ୍ରତ୍ୟେକ ବିଜେପି ନେତା ଏବଂ କର୍ମୀଙ୍କୁ ସହଯୋଗୀ ଦଳଗୁଡ଼ିକର ପ୍ରାର୍ଥୀଙ୍କୁ ନିଜର ପ୍ରାର୍ଥୀ ଭାବରେ ବିଚାର କରିବାକୁ ପଡିବ ଏବଂ ଦିନରାତି କଠିନ ପରିଶ୍ରମ କରିବାକୁ ପଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ପୂରଣ କରିବା ବିଜେପି ନେତା ଏବଂ କର୍ମୀମାନଙ୍କର ଲକ୍ଷ୍ୟ ହେବା ଉଚିତ୍ ବୋଲି ଶାହ କହିଛନ୍ତି।

ବଜରଙ୍ଗୀ ବାବାକୁ ନେଇ ଏମ୍ପୁରାନରେ ବିବାଦ

ଜାତୀୟ ସଙ୍ଗୀତକୁ ଅପମାନ କରିଥିବା ଅଭିଯୋଗ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ମାହାଙ୍ଗା ପଡ଼ିଛି। ଅଭିଯୋଗକୁ ଆଧାର କରି ନୀତିଶ କୁମାରଙ୍କ ବିରୋଧରେ ବେଗୁସରାଇ କୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଓକିଲ ବିକାଶ ପାସୱାନ ଜାତୀୟ ସଙ୍ଗୀତର ଅପମାନ କରିଥିବା ଅଭିଯୋଗ କରିଥିଲେ। ସେ ମାର୍ଚ୍ଚ ୨୨ ତାରିଖରେ କୋର୍ଟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ର ଧାରା ୩ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ବିକାଶ ପାସୱାନ ଅଭିଯୋଗ କରି କହିଥିଲେ, ୨୦୨୫ ମାର୍ଚ୍ଚ ୨୦ ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଏକ ଭିଡିଓ ଦେଖିବାକୁ ପାଇଥିଲି। ଏହି ଭିଡିଓଟି ଅନେକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।
ଏହି ଭିଡ଼ିଓ ଅନୁଯାୟୀ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ସମୟରେ ଜାତୀୟ ସଙ୍ଗୀତ ବାଜୁଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ପାଖରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ସହ କଥା ହୋଇ ହସୁଥିଲେ । ଏଥିସହିତ ତାଙ୍କୁ ବାରମ୍ବାର ସ୍ପର୍ଶ କରି ହଇରାଣ ମଧ୍ୟ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା।

ନିର୍ବାଚନ କମିଶନ ଏକ ନିଷ୍କ୍ରିୟ ଓ ବିଫଳ ସଂସ୍ଥା: ସିବଲ

 ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାଣି ବାଲଟିଏ ନେବାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଗୁଳିମାଡ଼ ହୋଇଛି। ଏଥିରେ ଗୋଟିଏ ଭାଇର ଜୀବନ ଚାଲିଯାଇଛି। ମୃତକ ହେଲେ ବିହାରର ନୌଗଛିଆ ଜିଲ୍ଲାର ଜଗତପୁର ଗ୍ରାମର ଜୟଜିତ୍‌ ଯାଦବ
ପାରବାଟ୍ଟା ଥାନା ଅଧୀନ ଜଗତପୁର ଗ୍ରାମରେ ଗୁରୁବାର ଭୋର୍‌ ପ୍ରାୟ ୭ଟା ୩୦ ସମୟରେ ଏହି ଘଟଣା ଘଟିଛି। ପାଣି ପାଇଁ ବିଶ୍ୱଜିତ ଯାଦବଙ୍କର ବଡଭାଇ ଜୟଜିତ ଯାଦବଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପାଟିତୁଣ୍ଡ ବଞ୍ଚିବାରୁ ବିଶ୍ୱଜିତ ଏକ ପିସ୍ତଲ ଆଣି ଜୟଜିତଙ୍କ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ବିଶ୍ୱଜିତଙ୍କ ହାତରୁ ଜୟଜିତ ପିସ୍ତଲ ଛଡାଇ ନେଇ ବିଶ୍ୱଜିତଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ।
ଏହି ସମୟରେ ସେମାନଙ୍କ ମା’ ହୀନା ଦେବୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଆହତ ହୋଇଛନ୍ତି। ମା’ ଏବେ ଚିକିତ୍ସାଧୀନ ଥିବାବେଳେ ବିଶ୍ୱଜିତଙ୍କର ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି। ମୃତକ ଜଣକ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ନେତା ନିତ୍ୟାନନ୍ଦ ରାୟଙ୍କର ସଂପର୍କୀୟ ଭଣଜା ବୋଲି ଜଣାପଡିଛି।