TT Ads
ଆପଣ ଶ୍ମଶାନରୁ ଶବ ଚୋରି କଣା ଶୁଣି ଆଶ୍ଚର୍ଯ୍ୟ ହୋଇପାରନ୍ତି। କିନ୍ତୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳ ଥିବା ଗ୍ରାମ ଶ୍ମଶାନରୁ ଗତ ବୁଧବାର ଶବ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ଗାଁର ଶ୍ରୀମନ୍ତ ସାମଲଙ୍କ ପତ୍ନୀ ରୁକ୍ମଣୀ ସାମଲ ହ୍ୟଦଘାତରେ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତଦେହକୁ ଗାଁ ପାଖ ବୈତରଣୀ ନଦୀ କୂଳ ଶ୍ମଶାନରେ ପାରମ୍ପରିକ ରୀତି ଅନୁଯାୟୀ ଗାତ ଖୋଳି ପୋତି ଦିଆଯାଇଥିଲା।
ଦଶାହ ପାଇଁ କ୍ରିୟା ଧରିଥିବା ପୁତ୍ର ତାପସ ଶବପୋତା ହୋଇଥିବା ଶଶ୍ମାନକୁ ଆସି ଗାତ ଖୋଳାଯାଇ ଓ ଶବ ଚୋରି ହୋଇଥିବା ଦେଖିଥିଲେ। ସେଠାରେ ପାଣି ଓ ମଦ ବୋତଲ ପଡିଥିବା ପ୍ରାୟ ୨ଶହ ମିଟର ଘୋଷରା ଯାଇଥିବା ସ୍ଥାନରେ ପଚାମାଂସ ଓ ଅନ୍ତଃବସ୍ତ୍ର ପଡିଥିବା ଦେଖିଥିଲେ। ମୃତକଙ୍କ ସ୍ୱାମୀ ଶ୍ରୀମନ୍ତ ଥାନାରେ ଏଥିନେଇ ଅଭିଯୋଗ କରିଥିବା ଜଣାଯାଇଛି।
ପ୍ରକାଶ ଥାଉ କି ଗତ ଗତ ଦୁଇବର୍ଷ ତଳେ ତାରିଖ ରାତ୍ରରେ ଏକକାଳୀନ ୩ ଶବ ଗାଏବ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।
OJ Ads

Leave a Reply

Your email address will not be published. Required fields are marked *