ଓଡ଼ିଶା ରାଜନୀତିରେ ବିଭିନ୍ନ ସମୟରେ ଭିନ୍ନ ଏଵଂ ରୋଚକ ଘଟଣା ଘଟିଛି। କଂଗ୍ରେସ ସରକାର ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ବସନ୍ତ ବିଶ୍ଵାଳ ଥିଲେ ସୁପର୍ ସିଏମ୍।
୧୯୮୦ ମସିହାରେ ରାଜ୍ୟ ରାଜନୀତିରେ କଂଗ୍ରେସର ସ୍ଥିତି ବେଶ୍ ସୁଦୃଢ ହୋଇଗଲା । ଓଡ଼ିଶାରେ ଗଠିତ ସରକାରରେ ମୁଖ୍ୟମନ୍ତ୍ରୀ ହେଲେ ଜାନକୀ ବଲ୍ଲଭପଟ୍ଟନାୟକ । କାରଣ ସେତେବେଳକୁ ନନ୍ଦିନୀ ଶତପଥୀ କଂଗ୍ରେସରୁ ବିଦାୟ ନେଇ ସାରିଥାନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସେପରି ପ୍ରତିବାଦୀ ଆଉ ବି କେହି ନଥିଲେ।
ମନ୍ତ୍ରୀମଣ୍ଡଳ କରେ ଯୋଗ ଦେଇଥିବା ଏକ ନବୀନତମ ପ୍ରତିଭା ବସନ୍ତ କୁମାର ବିଶ୍ଵାଳଙ୍କୁ ପାହ୍ୟା ମିଳିଥିଲେ ସୁଦ୍ଧା ସେ ଓଡ଼ିଶାରେ ଏକ ନିର୍ମାଣ ଯୁଗର ଆରମ୍ଭ କରିଦେଲେ। ରାଷ୍ଟ୍ରମନ୍ତ୍ରୀ ପା ସହସ୍ର ବର୍ଷର ବର୍ଷର ସହର ମର୍କତନଗରୀ କଟକକୁ ସୁରମ୍ୟ ରୂପ ଦେବା ସହ ରାଜଧାନୀ ଭୁବନେଶ୍ଵର ଏପରିକି ଓଡ଼ିଶାର ଗ୍ରାମାଞ୍ଚଳରେ ମଧ୍ଯ ନବନିର୍ମାଣର କାଉଁରୀ ସ୍ପର୍ଶ ଦେଇ ରାଜ୍ୟର ସର୍ବତ୍ର ଲୋକପ୍ରିୟ ହୋଇଗଲେ। ଲୋକେ ତାଙ୍କୁ ‘ସୁପର୍ ଚିଫ୍ ମିନିଷ୍ଟର’ ଆଖ୍ୟା ଦେଇଥିଲେ।
ସୁପର ଚିଫ ମିନିଷ୍ଟର ଆଖ୍ୟା ଓ ବନ୍ଧିତ ଲୋକପ୍ରିୟତା ତାଙ୍କୁ ମହଙ୍ଗା ପଡ଼ିଲା । ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭବଲ୍ଲଭ ପଟ୍ଟନାୟକ ପରବର୍ତ୍ତୀ ସମୟରେ ସୁପର ଚିଫମିନିଷ୍ଟରଙ୍କୁ ନିଜ ଚିଫମିନିଷ୍ଟର ସିପ ପାଇଁ ଏକ କଣ୍ଟକିତ କାକ୍ଟସ୍ ମନେକରି ତାଙ୍କୁ ମୂଳରୁ ଓପାଡି ଦେବାର ଯୋଜନା କରିଥିଲେ।
– ସ୍ୱରଲିପିର ସ୍ୱର, ଭାଗବତ ପ୍ରସାଦ ମହାନ୍ତି


