TT Ads

ଋଣ ବୋଝରେ ପଡ଼ି ଗୋଟିଏ ପରିବାରର ୭ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ଏଭଳି ଦୁଃଖଦ ଖବର ଅଭିଯୋଗ ଆସିଛି ହରିଆଣାର ପଞ୍ଚକୁଳରୁ। ସେମାନେ କାର୍ ଭିତରେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି

ଖବର ନେବାରୁ ଜଣା ପଡ଼ିଛି ଯେ ଡେରାଡୁନର ୪୨ ବର୍ଷୀୟ ପ୍ରବୀଣ ମିତ୍ତଲ, ତାଙ୍କ ପତ୍ନୀ, ଦୁଇ ଝିଅ, ଗୋଟିଏ ପୁଅ ସମେତ ତାଙ୍କ ବାପା ମାଆ ଏକ ଗାଡ଼ିରେ ପଞ୍ଚକୁଳରେ ଚାଲିଥିବା ବାବା ବାଗେଶ୍ୱରଙ୍କ ପ୍ରବଚନ ଶୁଣିବାକୁ ଆସିଥିଲେ। କିନ୍ତୁ ମାନସିକ ଚାପରେ ସପରିବାର କାର ଭିତରେ ଆତ୍ମହତ୍ୟା କରିଛନ୍ତି।

ପୋଲିସର କହିବାନୁଯାୟୀ ପଞ୍ଚକୁଳରେ ୫ ଦିନିଆ ହନୁମାନ କଥା ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା। ପ୍ରବଚନ ଶୁଣିବା ପାଇଁ ଗତ ରବିବାର ସେମାନେ ସପରିବାର ଆସିଥିଲେ। କିନ୍ତୁ ଦୁଇଦିନ ଧରି ପାର୍କିଂ ସ୍ଥଳରେ କାର ଟି ରଖାଯାଇଥିବା ଦେଖି ଲୋକେ ପୋଲିସକୁ ଫୋନ୍ କରିଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ପରେ ଭିତରୁ ମୃତଦେହ ଉଦ୍ଧାର କରିଥିବା। ପୁଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ ପଠାଇଛି।

ଜ୍ୟୋତିଙ୍କୁ ପାକିସ୍ତାନର ଏତେ ସୁରକ୍ଷା କାହିଁକି

TT Ads

Leave a Reply

Your email address will not be published. Required fields are marked *