TT Ads

ଗତ କିଛିଦିନ ଧରି ବିହାରରେ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରେ ଜେଏନୟୁର ଫାୟର ବୟ କୁହାଯାଉଥିବା କାହ୍ନେୟା କୁମାରଙ୍କୁ ଦେଖିବାକୁ ମିଳୁଛି। ଏହା ପୁଣି ଖୋଦ୍ ରାହୁଲ ଗାନ୍ଧୀଙ୍କ ପାଖରେ। ଏହା ପଛରେ ଆଗାମୀ ନିର୍ବାଚନରେ କହ୍ନେୟାଙ୍କୁ କଂଗ୍ରେସ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି

ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଯାଉଛି ବିହାର ନିର୍ବାଚନ। ନିର୍ବାଚନ ପାଇଁ ଏବେଠାରୁ ଅଣ୍ଟା ଭିଡ଼ିବାରେ ଲାଗିଲେଣି ବିଭିନ୍ନ ରାଜନୈତିକ ଦଳ। ବିଶେଷକରି ନିତିଶକୁମାରଙ୍କ ଜେଡିୟୁ ବିଜେପି ସହ ମିଶି ନିର୍ବାଚନ ଲଢ଼ିବା ପାଇଁ ଗୃହମନ୍ତ୍ରୀ ଘୋଷଣା କରିବା ପରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛି। ସେପଟେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ମଧ୍ୟ କ୍ଷମତା ହାସଲ କରିବାକୁ ଜୋର୍‌ ଲଗାଇବ। ବିଗତ ନିର୍ବାଚନଗୁଡ଼ିକରେ ଜେଡିୟୁ ଏବଂ ଆରଜେଡି ଜଲୱା ଦେଖାଇ ଥିଲେ। ହେଲେ ଏଥର କଂଗ୍ରେସ ବିହାରରେ ସବୁ ଗଣିତ ଭୁଲ ପ୍ରମାଣିତ କରିପାରେ।

ବିହାରରେ କଂଗ୍ରେସର ସବୁ ସଭା ସମିତିରେ କହ୍ନେୟା କୁମାରଙ୍କ ସକ୍ରିୟ ଭୂମିକା ଦେଖିବାକୁ ମିଳୁଛି । ନିଜେ ରାହୁଲ ଗାନ୍ଧୀ ଗତ ୩ ମାସ ମଧ୍ୟରେ ତୃତୀୟ ଥର ପାଇଁ କହ୍ନେୟା କୁମାରଙ୍କ ସହ ନଜର ଆସିଲେଣି । ଏଣୁ ଆକଳନ କରାଯାଉଛି ଯେ, ଏଥର ବିହାରରେ କହ୍ନେୟା କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିପାରେ କଂଗ୍ରେସ । ହେଲେ ଏହାକୁ ନେଇ ଏଯାଏଁ କଂଗ୍ରେସ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ ।

ରାହୁଲ ଗାନ୍ଧୀ ଓ କହ୍ନେୟା କୁମାରଙ୍କ ଯେଉଁଭଳି ଯୁଗଳବନ୍ଦୀ ଦେଖିବାକୁ ମିଳୁଛି, ଆଲୋଚନା ହେଉଛି କଂଗ୍ରେସର ଚିନ୍ତାଧାରା ଏବେ କମ୍ୟୁନିଷ୍ଟ ଆଡ଼କୁ ଢଳୁଛି । କୁହାଯାଉଛି କହ୍ନେୟା କୁମାରଙ୍କୁ ଚେହେରା କରି କଂଗ୍ରେସ ପରମ୍ପରାଗତ ଭୋଟ ହାସଲ କରିବାକୁ ଚାହୁଁଛି । କାରଣ କଂଗ୍ରେସ ବୁଝି ସାରିଛି ଯେ, ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ହେଲେ ଆରଜେଡି ଓ ଜେଡିୟୁ ଭୋଟ ବ୍ୟାଙ୍କ୍‌ ଉପରେ ନଜର ପକାଇବାକୁ ହେବ।

୨୦୧୯ ଲୋକସଭା ନିର୍ବାଚନରେ କହ୍ନେୟା କୁମାରବେ ଗୁସରାଇ ସଂସଦୀୟ ଆସନରୁ ପ୍ରାର୍ଥୀ ହୋଇଥିଲେ। ଏହାପରେ କହ୍ନେୟା କୁମାରଙ୍କୁ ସାରାଦେଶରେ ବିଜେପି ବିରୋଧୀ ନେତାଙ୍କ ସମର୍ଥନ ମିଳିଥିଲା। ଏହି ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗିରିରାଜ ସିଂହଙ୍କୁ ୬ ଲକ୍ଷ ୯୨ ହଜାର ଭୋଟ ମିଳିଥିଲା। ସେପଟେ କହ୍ନେୟା କୁମାରଙ୍କୁ ମିଳିଥିଲା ମାତ୍ର ୨ ଲକ୍ଷ ୬୯ ହଜାର ଭୋଟ। ଏହାପରେ ୨୦୨୪ରେ ଦିଲ୍ଲୀରେ ନର୍ଥ-ଇଷ୍ଟ ଆସନରେ ବି ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ଏଥିରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା, ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ତାଙ୍କୁ ୧ ଲକ୍ଷ ୩୮ ହଜାର ୭୭୮ ହଜାର ଭୋଟରେ ପରାଜିତ କରିଥିଲେ।

ଘେରାଉ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଅଟକ

TT Ads

Leave a Reply

Your email address will not be published. Required fields are marked *