ତାତିରେ ଲାଗିବ ବ୍ରେକ୍। ମାତ୍ର ବୁଧବାର ପର୍ଯ୍ୟନ୍ତ ଆପଣଙ୍କୁ ଅପେକ୍ଷା କରିବାକୁ ହେବ। ଯଦିବା ଏହା କାଳବୈଶାଖୀ ବର୍ଷା କିନ୍ତୁ ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ କାର୍ଯ୍ୟଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ୧୯ ତାରିଖରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏହା ପ୍ରଚଣ୍ଡ ଗରମରୁ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ୧୯ ଏବଂ ୨୨ ତାରିଖରେ କାଳବୈଶାଖୀ ଯୋଗୁ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳରେ ଏକ ଲଘୁଚାପ ପ୍ରଣାଳୀ ପ୍ରଭାବରେ ଜଳୀୟବାଷ୍ପଯୁକ୍ତ ବାୟୁ ରାଜ୍ୟ ବାୟୁମଣ୍ଡଳରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି।
ଏହି ସମୟ ମଧ୍ୟରେ ବାୟୁମଣ୍ଡଳର ଉପର ଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉଷ୍ମ ପବନ ସଂସ୍ପର୍ଶରେ ଆସିଲେ କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ଏବଂ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପବନର ବେଗ ମଧ୍ୟ ଅଧିକ ରହିବ। ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।
ପବନର ସର୍ବାଧିକ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କାଳବୈଶାଖୀ ସମୟରେ କିଛି ଅଞ୍ଚଳରେ କୁଆପଥର ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।