TT Ads
ଦୀର୍ଘଦିନ ପରେ ପୂର୍ବସ୍ଥିତିକୁ ଫେରିବାରେ ଲାଗିଛି ଷ୍ଟକ୍‌ ବଜାର। ବାରମ୍ବାର କ୍ଷତି ସହୁଥିବା ନିବେଶକମାନେ ମଙ୍ଗଳବାର ଲାଭ ଉଠାଇଛନ୍ତି
ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ସେନ୍‌ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ପହଞ୍ଚିଥିଲା। ସେହିଭଳି ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟି ୫୦ ଇନ୍‌ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) ବୃଦ୍ଧି ପାଇ ୨୨,୮୩୪.୩୦ ପଏଣ୍ଟରେ ବନ୍ଦ ହୋଇଯାଇଛି।
ସୂଚନାଯୋଗ୍ୟ, ସୋମବାର ଷ୍ଟକ ବଜାରରେ ସାମାନ୍ୟ ସୁଧାର ଆସିଥିଲା। ବିଏସଇ ସେନ୍‌ସେକ୍ସ ୩୪୧.୦୪ ପଏଣ୍ଟ ବୃଦ୍ଧି ପାଇ ୭୪,୧୬୯.୯୫ ପଏଣ୍ଟ ଏବଂ ନିଫ୍ଟି ୧୧୧.୫୫ ପଏଣ୍ଟ ବୃଦ୍ଧି ପାଇ ୨୨,୫୦୮.୭୫ ପଏଣ୍ଟରେ ବନ୍ଦ ହୋଇଥିଲା।
କିନ୍ତୁ ଆଜି ସେନ୍‌ସେକ୍ସରେ ଥିବା ୩୦ଟି କମ୍ପାନି ମଧ୍ୟରୁ ୨୬ଟି କମ୍ପାନିର ସେୟାର ବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ବାକି ୪ଟି କମ୍ପାନି କ୍ଷତି ସହ ଲାଲ ରଙ୍ଗରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ନିଫ୍ଟି-୫୦ରେ ଥିବା ୫୦ଟି କମ୍ପାନି ମଧ୍ୟରୁ ୪୭ଟି କମ୍ପାନିର ସେୟାର ସବୁଜ ରଙ୍ଗରେ ବନ୍ଦ ହୋଇଥିବା ବେଳେ ବାକି ୩ଟି କମ୍ପାନି କ୍ଷତି ସହ ଲାଲ ରଙ୍ଗରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଥିବା କମ୍ପାନିଗୁଡ଼ିକ ମଧ୍ୟରେ ଜୋମାଟୋର ସେୟାର ସର୍ବାଧିକ ୭.୪୩ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ବଜାଜ ଫିନସର୍ଭର ସେୟାର ସର୍ବାଧିକ ୧.୩୩ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି।
TT Ads

Leave a Reply

Your email address will not be published. Required fields are marked *