ଗୁଣିଗାରେଡ଼ିକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଖାରିପଲ୍ଲୀ ଗାଁର ପୁରୁଣା ଗୋଷ୍ଠୀକନ୍ଦଳ ଉଗ୍ର ରୂପ ନେଇଥିଲା। ପରିଣାମରେ ଗୋଷ୍ଠୀକନ୍ଦଳ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକମାନେ ହେଲେ ଖଦାଳ ବେହେରା (୬୫) ଓ ରତ୍ନାକର ବେହେରା (୪୦) ଏବଂ ରମେଶ ବେହେରା(୪୫)। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅରୁଣ ବେହେରା(୩୦), ଭିକାରୀ ବେହେରା (୧୮), ଜଗନ୍ନାଥ ବେହେରା(୧୮)। ଗତ ୫ ବର୍ଷ ତଳେ ଗାଁରେ ଲଗାତାର କିଛିଲୋକଙ୍କ ମୃତ୍ୟୁକୁ ନେଇ ଗାଁ ଲୋକେ ଗୁଣିବିଦ୍ୟାର ସାହାରା ନେଇଥିଲେ। ଯାହାକୁ ନେଇ ଗାଁରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ରକରି ଛକାପଞ୍ଝା ଲାଗି ରହିଥିଲା। ମଙ୍ଗଳବାର ସନ୍ଧ୍ୟାରେ ତାହା ଉଗ୍ର ରୂପ ନେଇଥିଲା। ପରିସ୍ଥିତି ହଣାହଣି ପର୍ଯ୍ୟନ୍ତ ଯାଇଥିଲା। ହତ୍ୟାକାଣ୍ଡ ପରେ ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ବିଳମ୍ବିତ ରାତିରେ ଗାଁର କିଛିଲୋକଙ୍କ୍ୁ ଅଟକ ରଖିଛି। ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୂୟନ କରାଯାଇଛି ଓ ପୁଲିସ ପରିସ୍ଥିତି ଉପରେ ନଜର ରଖିଛି।


