ଭାରତ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ସୃଷ୍ଟିହୋଇଥିବା ଉତ୍ତେଜନାର ପ୍ରଭାବର ଉଭୟ ଦେଶର ଷ୍ଟକ ବଜାର ଉପରେ ପଡ଼ିଛି । ଦୁଇଦିନ ତଳେ ପାକିସ୍ତାନ ଷ୍ଟକ୍‌ ବଜାର ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା ବେଳେ ଭାରତୀୟ ଷ୍ଟକ୍‌ ବଜାର ଦ୍ୱିତୀୟ ଦିନ ପାଇଁ ନିମ୍ନାଗାମୀ ହୋଇଛି।
ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନସେକ୍ସ ଏବଂ ନ୍ୟାସ୍‌ନାଲ୍‌ ଷ୍ଟକ ଏକ୍ସଚେଞ୍ଜ ନିଫଟି-୫୦ ପ୍ରାକ୍‌ ସେସନରୁ ହିଁ ନିମ୍ନଗାମୀ ଧାରା ଦେଖିଥିଲା। ସନ୍ଧ୍ୟାରେ କାରବାର ବନ୍ଦ ହେବା ବେଳକୁ, ସେନସେକ୍ସ ୮୮୦.୩୪ ପଏଣ୍ଟ ହ୍ରାସ ପାଇ ୭୯,୪୫୪.୪୭ ପଏଣ୍ଟରେ ବନ୍ଦ ହୋଇଥିଲା। ଯେତେବେଳେ ନିଫ୍ଟି ୫୦ ମଧ୍ୟ ୨୬୫.୮୦ ପଏଣ୍ଟ ହ୍ରାସ ପାଇ ୨୪,୦୦୮ ପଏଣ୍ଟରେ ବନ୍ଦ ହୋଇଥିଲା। ଏହା ନିବେଶକମାନଙ୍କୁ ବହୁତ କ୍ଷତି ପହଞ୍ଚାଇଛି। ଏହାଦ୍ୱାରା ହଜାର ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି ନିବେଶକ।
ଗୁରୁବାର ବି ସେନସେକ୍ସ ଓ ନିଫ୍ଟିରେ ହ୍ରାସ ପରିଲକ୍ଷିତ ହୋଇଥିଲା। ସେନସେକ୍ସପ୍ରାୟ ୪୧୧.୯୭ ପଏଣ୍ଟ ହ୍ରାସ ପାଇ ୮୦,୩୩୪ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫଟି ୧୪୦ ପଏଣ୍ଟ ହ୍ରାସ ପାଇ ୨୪,୨୭୩ ପଏଣ୍ଟରେ ବନ୍ଦ ହୋଇଛି। ଗତ ୨ ଦିନରେ ସେନସେକ୍ସ ପ୍ରାୟ ୧୨୦୦ ପଏଣ୍ଟ ହ୍ରାସ ପାଇଛି। ଯୁଦ୍ଧ ଉତ୍ତେଜନା ଲାଗି ରହିଲେ ଆଗକୁ ବଜାର ଆହୁରି ନିମ୍ନଗାମୀ ହେବାର ଅଶଙ୍କା ରହିଛି। ଅନ୍ୟପକ୍ଷରେ ପାକିସ୍ତାନର କରାଚି ଷ୍ଟକ ମାର୍କେଟରେ ପ୍ରବଳ ହ୍ରାସ ପରିଲକ୍ଷିତ ହୋଇଥିଲା ଓ ସୂଚକାଙ୍କ ଲୋୟର ସର୍କିଟ ଛୁଇଁବା ପରେ କାରବାରକୁ ବାଧ୍ୟ ହୋଇ ବନ୍ଦ କରାଯାଇଥିଲା।

ରବିବାର ଡାଉ ଜୋନ୍ସ ଏବଂ S&P ଫ୍ୟୁଚର୍ସ ଯଥାକ୍ରମେ ୩.୫% ଏବଂ ୪.୨% ହ୍ରାସ ସହିତ ବିଶ୍ୱ ଷ୍ଟକ୍ ବଜାରର ଦୁର୍ଘଟଣା ଆରମ୍ଭ ହୋଇଯାଇଛି। ନାସଡାକ୍ ୫.୩% ହ୍ରାସ ପାଇଥିଲା।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ ଗତ ସପ୍ତାହର ମାନ୍ଦାବସ୍ଥା ପରେ ସୋମବାର ଜାପାନର ସେୟାର ବେଞ୍ଚମାର୍କ ନିମ୍ନଗାମୀ ହୋଇଥିଲା। ବଜାର ବିଶ୍ଳେଷକ ଏବଂ CNBC ଶୋ ହୋଷ୍ଟ ଜିମ୍ କ୍ରାମର ଏପ୍ରିଲ ୭ ରେ ଏକ କଳା ସୋମବାର ପରି ଦୁର୍ଘଟଣା ବିଷୟରେ ନିବେଶକମାନଙ୍କୁ ସତର୍କ କରାଇ ଦେଇଥିବାରୁ ଏହା ଆସିଛି।

ସୋମବାର ଦିନ, ବଜାର ଖୋଲିବା ପରେ ଟୋକିଓର ନିକେଇ ୨୨୫ ସୂଚକାଙ୍କ ପ୍ରାୟ ୯% ହ୍ରାସ ପାଇଲା। ଜାପାନୀ ବ୍ୟାଙ୍କ ଷ୍ଟକର ସୂଚକାଙ୍କ ୧୭% ପର୍ଯ୍ୟନ୍ତ ହ୍ରାସ ପାଇଲା। ଅକ୍ଟୋବର ୨୦୨୩ ପରେ ପ୍ରଥମ ଥର ପାଇଁ ନିକେଇ ୩୦,୭୯୨.୭୪ ରେ ପହଞ୍ଚିଲା। ବ୍ୟାପକ ଟୋପିକ୍ସ ୮% ହ୍ରାସ ପାଇ ୨,୨୮୪.୬୯ ରେ ପହଞ୍ଚିଲା। ଦିନର ପ୍ରାରମ୍ଭରେ, ବଜାର ସର୍କିଟ ବ୍ରେକରକୁ ଧକ୍କା ଦେବା ଯୋଗୁଁ ଜାପାନୀ ଫ୍ୟୁଚର୍ସରେ ବାଣିଜ୍ୟ ସ୍ଥଗିତ ରଖାଯାଇଥିଲା।

ଚୀନର CSI300 ବ୍ଲୁ-ଚିପ୍ ସୂଚକାଙ୍କ ୪.୫% ହ୍ରାସ ପାଇଛି। ପ୍ରାରମ୍ଭିକ ବାଣିଜ୍ୟରେ ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ୮% ହ୍ରାସ ପାଇଛି। ଆଲିବାବା ଏବଂ ଟେନସେଣ୍ଟ ୮% ରୁ ଅଧିକ ହ୍ରାସ ପାଇଛି। ସିଙ୍ଗାପୁର ଷ୍ଟକ୍ ୭% ରୁ ଅଧିକ ହ୍ରାସ ପାଇଛି।

ଅଷ୍ଟ୍ରେଲୀୟ ବ୍ଲୁ-ଚିପ୍ ଷ୍ଟକ୍, S&P/ASX 200, ଖୋଲା ସମୟରେ ୬.୦୭% ହ୍ରାସ ପାଇଛି। ଦ୍ୱୀପ ଦେଶର ସର୍ବବୃହତ ୨୦୦ ତାଲିକାଭୁକ୍ତ କମ୍ପାନୀର ଏକ ବେଞ୍ଚମାର୍କ ସୂଚକାଙ୍କ ପ୍ରାୟ ୬% ହ୍ରାସ ପାଇଛି।

ଆମେରିକାରୁ ଦେଶାନ୍ତର ହେବେ ଆଉ ୫ ଲକ୍ଷ ପ୍ରବାସୀ

ଦୀର୍ଘଦିନ ପରେ ପୂର୍ବସ୍ଥିତିକୁ ଫେରିବାରେ ଲାଗିଛି ଷ୍ଟକ୍‌ ବଜାର। ବାରମ୍ବାର କ୍ଷତି ସହୁଥିବା ନିବେଶକମାନେ ମଙ୍ଗଳବାର ଲାଭ ଉଠାଇଛନ୍ତି।
ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ସେନ୍‌ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ପହଞ୍ଚିଥିଲା। ସେହିଭଳି ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟି ୫୦ ଇନ୍‌ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) ବୃଦ୍ଧି ପାଇ ୨୨,୮୩୪.୩୦ ପଏଣ୍ଟରେ ବନ୍ଦ ହୋଇଯାଇଛି।
ସୂଚନାଯୋଗ୍ୟ, ସୋମବାର ଷ୍ଟକ ବଜାରରେ ସାମାନ୍ୟ ସୁଧାର ଆସିଥିଲା। ବିଏସଇ ସେନ୍‌ସେକ୍ସ ୩୪୧.୦୪ ପଏଣ୍ଟ ବୃଦ୍ଧି ପାଇ ୭୪,୧୬୯.୯୫ ପଏଣ୍ଟ ଏବଂ ନିଫ୍ଟି ୧୧୧.୫୫ ପଏଣ୍ଟ ବୃଦ୍ଧି ପାଇ ୨୨,୫୦୮.୭୫ ପଏଣ୍ଟରେ ବନ୍ଦ ହୋଇଥିଲା।
କିନ୍ତୁ ଆଜି ସେନ୍‌ସେକ୍ସରେ ଥିବା ୩୦ଟି କମ୍ପାନି ମଧ୍ୟରୁ ୨୬ଟି କମ୍ପାନିର ସେୟାର ବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ବାକି ୪ଟି କମ୍ପାନି କ୍ଷତି ସହ ଲାଲ ରଙ୍ଗରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ନିଫ୍ଟି-୫୦ରେ ଥିବା ୫୦ଟି କମ୍ପାନି ମଧ୍ୟରୁ ୪୭ଟି କମ୍ପାନିର ସେୟାର ସବୁଜ ରଙ୍ଗରେ ବନ୍ଦ ହୋଇଥିବା ବେଳେ ବାକି ୩ଟି କମ୍ପାନି କ୍ଷତି ସହ ଲାଲ ରଙ୍ଗରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଥିବା କମ୍ପାନିଗୁଡ଼ିକ ମଧ୍ୟରେ ଜୋମାଟୋର ସେୟାର ସର୍ବାଧିକ ୭.୪୩ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ବଜାଜ ଫିନସର୍ଭର ସେୟାର ସର୍ବାଧିକ ୧.୩୩ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି।

ଷ୍ଟକ୍‌ ବଜାରରେ ଆଜି ଥିଲା ସପ୍ତାହର ଶେଷ କାରବାର। ଏଥିରେ ସାଂଘାତିକ ଭାବେ ମାଡ଼ ହୋଇଛି ସେୟାର୍‌ ବଜାର। ବିଶ୍ୱ ବାଣିଜ୍ୟରେ ଅସ୍ଥିରତା ଏବଂ ଶୁଳ୍କ ଯୁଦ୍ଧ କାରଣରୁ ବିଶ୍ୱର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି। ପ୍ରଭାବରେ ଭାରତୀୟ ଷ୍ଟକ ବଜାର କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଛି। ଆଜିର ସେୟାର ବଜାର ରେକର୍ଡ କରିଛି।

ନିଫ୍ଟି-୫୦ ଏବଂ ସେନସେକ୍ସ ଗତବର୍ଷ ସେପ୍‌ଟେମ୍ବର ମାସରେ ଥିବା ନିଜ ନିଜର ସର୍ବୋଚ୍ଚ ସ୍ତରରୁ ଏପର୍ଯ୍ୟନ୍ତ ୧୬ ପ୍ରତିଶତ ହ୍ରାସ ପାଇସାରିଲେଣି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ୧.୯୦ ପ୍ରତିଶତ ବା ୧୪୧୪ ପଏଣ୍ଟ ହ୍ରାସ ପାଇ ୭୩,୧୯୮ରେ ବନ୍ଦ ହୋଇଛି। ବଜାର ବନ୍ଦ ସମୟରେ ସେନସେକ୍ସରେ ଥିବା ୩୦ଟି ଷ୍ଟକ ମଧ୍ୟରୁ ୨୯ଟି ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ ଗୋଟିଏ ମାତ୍ର ଷ୍ଟକ୍‌ ସାମାନ୍ୟ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଥିଲା। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧.୮୭ ପ୍ରତିଶତ ବା ୪୨୨ ପଏଣ୍ଟ ହ୍ରାସ ପାଇ ଶେଷରେ ୨୨,୧୨୨ରେ ପହଞ୍ଚିଥିଲା। ବଜାର ବନ୍ଦ ବେଳକୁ ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ ୫ଟି କାରବାର ବୃଦ୍ଧି କରିଥିବା ବେଳେ ୪୫ଟି ଷ୍ଟକ୍‌ରେ ହ୍ରାସ ପରିଲକ୍ଷିତ ହୋଇଥିଲା।
ନିଫ୍ଟିରେ ସର୍ବାଧିକ ହ୍ରାସ ଟେକ ମହିନ୍ଦ୍ରାରେ ଦେଖାଯାଇଛି ଯାହାକି ୬.୩୦ ପ୍ରତିଶତ ହ୍ରାସ ପାଇଛି। ସେହିପରି ଇଣ୍ଡସଇଣ୍ଡ ବ୍ୟାଙ୍କରେ ୬.୨୫ ପ୍ରତିଶତ, ୱିପ୍ରୋରେ ୫.୮୭ ପ୍ରତିଶତ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ ୫.୩୩ ପ୍ରତିଶତ ଏବଂ ଭାରତୀ ଏୟାରଟେଲରେ ୪.୮୭ ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷରେ ଏଚ୍‌ଡିଏଫସି ବ୍ୟାଙ୍କରେ ସର୍ବାଧିକ ୧.୭୮ ପ୍ରତିଶତ, ଶ୍ରୀରାମ ଫାଇନାନ୍ସରେ ୧.୭୬ ପ୍ରତିଶତ, କୋଲ ଇଣ୍ଡିଆରେ ୧.୩୭ ପ୍ରତିଶତ, ଟ୍ରେଣ୍ଟରେ ୦.୯୮ ପ୍ରତିଶତ ଏବଂ ହିଣ୍ଡାଲକୋରେ ୦.୪୪ ପ୍ରତିଶତ ବୃଦ୍ଧି ଘଟିଛି।