TT Ads

୨୦୦୮ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପ୍ରମୁଖ ଅଭିଯୁକ୍ତ ତହୱୁର ରାଣାଙ୍କ ପ୍ରତ୍ୟର୍ପଣ ସ୍ଥଗିତାଦେଶ ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି ଯୁକ୍ତରାଷ୍ଟ୍ର ସୁପ୍ରିମକୋର୍ଟ। ରାଣା କାନାଡିୟ ନାଗରିକତା ଗ୍ରହଣ କରିଛ। କିନ୍ତୁ ସେ ପାକିସ୍ତାନୀର ମୂଳ ବାସିନ୍ଦା

ରାଣା ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ଯଦି ସ୍ଥଗିତାଦେଶ ପ୍ରଦାନ କରା ନ ଯାଏ, ତେବେ କୌଣସି ସମୀକ୍ଷା ହେବ ନାହିଁ, ଏବଂ ଆମେରିକାର କୋର୍ଟଗୁଡ଼ିକ କ୍ଷେତ୍ରାଧିକାର ହରାଇବେ ଏବଂ ଆବେଦନକାରୀ ଶୀଘ୍ର ମୃତ ହୋଇଯିବେ। ୨୬/୧୧ ଆତଙ୍କବାଦୀ ଆକ୍ରମଣର ସନ୍ଦିଗ୍ଧ ରାଣା ଅଭିଯୋଗ କରିଥିଲେ ଯେ ପାକିସ୍ତାନୀ ବଂଶୋଦ୍ଭବ ମୁସଲିମ ବ୍ୟକ୍ତି ଭାବରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବା ଦ୍ୱାରା ତାଙ୍କୁ ନିର୍ଯାତନା ଦିଆଯିବ ବୋଲି ଆଶଙ୍କା କରାଯାଉଛି।

କିନ୍ତୁ ଗତ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଣାଙ୍କ ପ୍ରତ୍ୟର୍ପଣକୁ ସବୁଜ ସଙ୍କେତ ଦେଇଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହ୍ୱାଇଟ୍ ହାଉସରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଣାର ପ୍ରତ୍ୟାର୍ପଣ ନେଇ ଟ୍ରମ୍ପ ନିଷ୍ପତ୍ତି ଘୋଷଣା କରିଥିଲେ।
ପ୍ରକାଶ ଥାଉ କି ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ୧୭୦ରୁ ଅଧିକ ଲୋକ ପ୍ରାଣହାନୀ ଘଟିଥିଲା। ରାଣାଙ୍କ ସମ୍ପୃକ୍ତି ପାକିସ୍ତାନଭିତ୍ତିକ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଏଲଇଟି ସହିତ ହେଡଲିର ସମ୍ପର୍କ ରହିଥିବା ଜଣା ପଡ଼ିଥିଲା। ଏମିତି କି ସେ ହେଡଲିକୁ ମିଥ୍ୟା ପ୍ରମାଣପତ୍ର ପ୍ରଦାନ କରି ସକ୍ରିୟ ଭାବରେ ସମର୍ଥନ କରିଥିଲା। ଯାହା ହେଡଲିକୁ ଭାରତ ଯାତ୍ରା କରିବାକୁ ଏବଂ ଏଲ୍ ଇ ଟିର ୨୦୦୮ ଅପରେସନ୍ ପାଇଁ ସମ୍ଭାବ୍ୟ ଲକ୍ଷ୍ୟ ଖୋଜିବାକୁ ସକ୍ଷମ କରିଥିଲା।

TT Ads

Leave a Reply

Your email address will not be published. Required fields are marked *