TT Ads

China india relationship

ଚୀନ୍ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଚୀନର ନ୍ୟାସନାଲ ପିପୁଲ୍ସ କଂଗ୍ରେସର ଏକ ବୈଠକ ପରେ ଭାଷଣ ଦେଇ ଚୀନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଡ୍ରାଗନ ଏବଂ ହାତୀଙ୍କୁ ନଚାଇବା। ଅର୍ଥାତ ଚୀନ ଭାରତ ସହ ମିଶିଲେ ବିଶ୍ୱକୁ ନିୟନ୍ତ୍ରଣ କରିବା ସୁବିଧା ହେବ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ।
ବିଶେଷକରି ଆମେରିକା ଚୀନ୍ ଆମଦାନୀ ଉପରେ ଶୁଳ୍କକୁ ଦ୍ୱିଗୁଣିତ କରି ୨୦ ପ୍ରତିଶତ କରିବା ପରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର ନୂଆଦିଲ୍ଲୀ ଏବଂ ବେଜିଂକୁ ଏକାଠି କାମ କରିବାକୁ ତଥା ଆଧିପତ୍ୟବାଦ ଏବଂ କ୍ଷମତା ରାଜନୀତିକୁ ବିରୋଧ କରିବାରେ ନେତୃତ୍ୱ ନେବାକୁ ଆହ୍ୱାନ କରିଛନ୍ତି।

ନ୍ୟାସନାଲ ପିପୁଲ୍ସ କଂଗ୍ରେସ ବୈଠକ ପରେ ଭାଷଣ ଦେଇ ଶ୍ରୀ ୱାଙ୍ଗ କହିଛନ୍ତି ଯେ ଡ୍ରାଗନ ଏବଂ ହାତୀଙ୍କୁ ନଚାଇବା। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଓ ଚୀନ ପରସ୍ପରକୁ ଦୁର୍ବଳ କରିବା ପରିବର୍ତ୍ତେ ପରସ୍ପର ସ୍ୱାର୍ଥରେ ଉଭୟ ଉଭୟଙ୍କୁ ସମର୍ଥନ କରିବା। ପରସ୍ପରକୁ ସୁରକ୍ଷା ଦେବା ଓ ସୁଦୃଢ଼ ​​କରିବା ପାଇଁ ସେ ଆହ୍ବାନ ଦେଉଛନ୍ତି।
ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ଯଦି ଏସିଆର ଦୁଇଟି ବୃହତ୍ତମ ଅର୍ଥନୀତି ଏକାଠି ହୁଏ, ତେବେ ଅନ୍ତର୍ଜାତୀୟ ସମ୍ପର୍କର ଗଣତାନ୍ତ୍ରିକୀକରଣ, ‘ଗ୍ଲୋବାଲ୍ ସାଉଥ୍’ର ବିକାଶ ଏବଂ ସୁଦୃଢ଼ୀକରଣର ଭବିଷ୍ୟତ ଉଜ୍ଜ୍ୱଳ ହେବ।
ଯଦିବା ଭାରତ ଏପର୍ଯ୍ୟନ୍ତ ଏହି ବିବୃତ୍ତିର କୌଣସି ପ୍ରତିକ୍ରିୟା ଦେଇନାହିଁ। ତଥାପି, ଗତ ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତ ସରକାର ଚୀନ୍ ସହିତ ସମ୍ପର୍କ ପାଇଁ ଏକ ଅଧିକ ପୂର୍ବାନୁମାନଯୋଗ୍ୟ ଏବଂ ସକାରାତ୍ମକ ଦିଗରେ ଯୋଜନା ପାଇଁ ଚୀନର ଆଭିମୁଖ୍ୟ ଜଣା ପଡୁଛି। କିଛିଦିନ ତଳେ ଚୀନ୍ ନିୟନ୍ତ୍ରଣାଧୀନ ସ୍ଥାନଗୁଡ଼ିକୁ ତୀର୍ଥଯାତ୍ରା ପୁନଃ ଆରମ୍ଭ କରିବା, ସିଧାସଳଖ ବିମାନ ଚଳାଚଳ ଏବଂ ସାମ୍ବାଦିକଙ୍କ ଆଦାନପ୍ରଦାନ ଯୋଜନାରୁ ସ୍ପଷ୍ଟ ହେଉଛି। ତେବେ ବିଗତ ଦିନରେ ଚୀନ ବିଭିନ୍ନ କ୍ଷେତ୍ରରେ ଭାରତ ସହ ବନ୍ଧୁତା କରିବା ଆଳରେ ଚାଲାକି ଦେଖାଇ ଆସିଛି।

China india relationship 

ଆମ ପତ୍ରିକା ବିଭାଗ ଖୋଲିବା ପାଇଁ ଏହାକୁ କ୍ଲିକ୍ କରନ୍ତୁ 

TT Ads

Leave a Reply

Your email address will not be published. Required fields are marked *