TT Ads

ଏଣିକି ଆୟକର ଦାତାଙ୍କ ବ୍ୟକ୍ତିଗତ ତଥ୍ୟ ଚାହିଁଲେ ଆୟକର ଅଧିକାରୀ ଦେଖି ପାରିବେ। ଅଧିକାରୀ ଚାହିଁଲେ ଆୟକର ଦାତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ, ବ୍ୟାଙ୍କ୍ ଆକାଉଣ୍ଟ, ଅନ୍ ଲାଇନ୍ ଇନଭେଷ୍ଟମେଣ୍ଟ ଆକାଉଣ୍ଟ ସହ ଟ୍ରେଡିଂ ଆକାଉଣ୍ଟ୍ ମଧ୍ୟ ସହଜରେ ଦେଖି ପାରିବେ। ଏଥିପାଇଁ କୌଣସି ସୂଚନା ଦେବାକୁ ପଡ଼ିବ ନାହିଁ କି କରଦାତା ଅଭିଯୋଗ କରିପାରିବେ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆୟକର ବିଭାଗ ଚାହିଁଲେ କବାଟ ଭାଙ୍ଗି କରଦାତା ଘରେ ପଶି ଆଲମିରା ଓ ବାକ୍ସ ଭାଙ୍ଗି ତଲାସୀ ପାରିବେ। କମ୍ପ୍ୟୁଟର, ଲାପଟପ୍ ଦେଖିପାରିବେ। କେବଳ ସେତିକି ନୁହେଁ ଜଣେ ବ୍ୟକ୍ତି କାହା ସହ କଥା ହୋଇଛି ଓ କଣ କଥା ହୋଇଛି ତାହା ଯାଞ୍ଚ କରିପାରିବେ। ଲୋକସଭାରେ ଆଗତ ଆୟକର ବିଲର ଧାରା ୨୪୭ ଅନୁଯାୟୀ ଆୟକର ଅଧିକାରୀଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଛି। କୌଣସି ପୂର୍ବ ସୂଚନା କିମ୍ବା ଅନୁମତିରେ ଏଭଳି କରିପାରିବେ ଅଧିକାରୀ। ଅଧିକାରୀ ବା ବିଭାଗ ଚାହିଁଲେ ସମସ୍ତ ବ୍ୟକ୍ତିଗତ ତଥ୍ୟ ହାସଲ କରି ପାରିବେ।
ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ରାଜନୈତିକ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ। କଂଗ୍ରେସ୍ ଏହାକୁ ଦୃଢ଼ ବିରୋଧ କରିଛି।

TT Ads

Leave a Reply

Your email address will not be published. Required fields are marked *