ଗାଜାରେ ବନ୍ଦୀ ଥିବା ଆମେରିକୀୟମାନଙ୍କୁ ମୁକ୍ତ କରିବା ପାଇଁ ହମାସକୁ ଟ୍ରମ୍ଫଙ୍କ ଅନ୍ତିମ ଚେତାବନୀ ଶୁଣାଇଛନ୍ତି। ସମସ୍ତ ପ୍ରକାର ସହାୟତା ଦିଆଯିବ, କିନ୍ତୁ ପଣ ବନ୍ଦୀଙ୍କୁ ନ ଛାଡ଼ିଲେ ଜଣେ ହେଲେ ହମାସ ସଦସ୍ୟ ସୁରକ୍ଷିତ ରହିବେ ନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଏକ ବିସ୍ତୃତ ପୋଷ୍ଟ କରି ଜଣାଇଛନ୍ତି ଟ୍ରମ୍ଫ।
ହ୍ୱାଇଟ୍ ହାଉସ୍ ବନ୍ଧକଙ୍କ ସମ୍ପର୍କରେ ହମାସ ସହିତ ସିଧାସଳଖ ଆଲୋଚନା କରୁଥିବା ନିଶ୍ଚିତ କରିବାର କିଛି ଘଣ୍ଟା ପରେ ଏଭଳି ପୋଷ୍ଟ କରିଛନ୍ତି ଟ୍ରମ୍ଫ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ୱାଶିଂଟନ୍ ଏପର୍ଯ୍ୟନ୍ତ ଏହି ଗୋଷ୍ଠୀ ସହିତ ସିଧାସଳଖ ସମ୍ପର୍କକୁ ଏଡ଼ାଇ ଆସିଛି, ଏବଂ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକ ସହିତ ସିଧାସଳଖ ସମ୍ପର୍କ ରଖିବା ବିରୁଦ୍ଧରେ ଆମେରିକାର ଏକ ଦୀର୍ଘକାଳୀନ ନୀତି ରହିଛି।
ତେବେ ସମସ୍ତ ବନ୍ଧକଙ୍କୁ ଏବେ ମୁକ୍ତ କରିବା ପାଇଁ କହିବା ସହ ଯେଉଁମାନଙ୍କୁ ହତ୍ୟା କରିଛନ୍ତି ସେମାନଙ୍କର ସମସ୍ତ ମୃତଦେହ ତୁରନ୍ତ ଫେରାଇ ଦେବା ପାଇଁ କହିଛନ୍ତି ଟ୍ରମ୍ଫ। ନଚେତ୍ ହମାସ ପାଇଁ ସବୁକିଛି ସରିଗଲା ବୋଲି ଧରିନେବକୁ ହେବ। ଏପରି କି ତୁମ ମୃତ୍ୟୁ ସୁନିଶ୍ଚିତ ବୋଲି ଧାରିନିଅ।
ଏହା ପ୍ରଥମଥର ନୁହେଁ ଯେ ଟ୍ରମ୍ପ ହମାସକୁ ଧମକ ଦେଇଛନ୍ତି। ଡିସେମ୍ବରରେ, ସେ କହିଥିଲେ ଯେ ଯଦି ସେ ଦାୟିତ୍ୱ ନେବା ସୁଦ୍ଧା ବନ୍ଧକମାନଙ୍କୁ ମୁକ୍ତ କରାନଯାଏ ତେବେ “ସମସ୍ତ ମୂଲ୍ୟ ଦେବାକୁ ପଡିବ। ପ୍ରକାଶ ଥାଉ କି,
ହାମାସ ଏବଂ ଜଣେ ଆମେରିକୀୟ ଅଧିକାରୀଙ୍କ ମଧ୍ୟରେ ଦୁଇଟି ସିଧାସଳଖ ବୈଠକ ହୋଇଛି। ଏହା ପୂର୍ବରୁ ଅନେକ ଯୋଗାଯୋଗ ହୋଇଛି। ଜଣେ ପାଲେଷ୍ଟାଇନୀ ସୂତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।


