ବିଭିନ୍ନ ସମୟରେ ନିଷ୍କ୍ରିୟ ନମ୍ବରକୁ ବ୍ୟବହାର କରି ସାଇବର ଠକ ମାନେ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ନିମିଷକ ମଧ୍ୟରେ ଖାଲି କରି ଦିଅନ୍ତି। ତେଣୁ ସାଇବର ଠକେଇରେ ରୋକ ଲଗାଇବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। କେତେକ ଫୋନ୍ ନମ୍ବରରୁ ୟୁପିଆଇ କାରବାର ବନ୍ଦ କରାଯାଇଛି।
ଆସନ୍ତା ପହିଲାରୁ କେତେକ ମୋବାଇଲ୍ ନମ୍ବରଗୁଡ଼ିକରେ ବନ୍ଦ ହୋଇଯିବ ୟୁପିଆଇ ସେବା। ସେହି ମୋବାଇଲରେ ଟଙ୍କା ପଠାଇ ହେବ ନାହିଁ। ତେବେ ସବୁ ନମ୍ବରରେ ନୁହେଁ କେବଳ ନିଷ୍କ୍ରିୟ ମୋବାଇଲ୍ ନମ୍ବରଗୁଡ଼ିକରେ ୟୁପିଆଇ ସେବା ଆଉ କାମ କରିବ ନାହିଁ। ଜାଲିଆତି ଏବଂ ଅନଧିକୃତ କାରବାରକୁ ରୋକିବା ପାଇଁ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ), ବ୍ୟାଙ୍କ ଏବଂ ପେମେଣ୍ଟ୍ ସେବା ପ୍ରଦାନକାରୀ (ପିଏସପି)ଗୁଡ଼ିକୁ ଏପରି ନମ୍ବରଗୁଡ଼ିକୁ ଡିଲିଙ୍କ୍ କରିବାକୁ ନିର୍ଦ୍ଦେଶ ଦେଇଛି।
ୟୁପିଆଇ ସହିତ ଲିଙ୍କ୍ ହୋଇଥିବା ନିଷ୍କ୍ରିୟ ମୋବାଇଲ୍ ନମ୍ବରଗୁଡ଼ିକ ସୁରକ୍ଷା ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ବ୍ୟବହାରକାରୀମାନେ ସେମାନଙ୍କର ନମ୍ବର ପରିବର୍ତ୍ତନ କଲେ କିମ୍ବା ଲମ୍ବା ସମୟ ପର୍ଯ୍ୟନ୍ତ ନମ୍ବରକୁ ବ୍ୟବହାର ନକଲେ ବି ସେମାନଙ୍କର ୟୁପିଆଇ ଆକାଉଣ୍ଟଗୁଡ଼ିକ ପ୍ରାୟତଃ ସକ୍ରିୟ ରହିଥାଏ। ଏହା ଦ୍ବାରା ଅନ୍‌ଲାଇନ୍ ଠକ ଫାଇଦା ଉଠାନ୍ତି। ଏହାକୁ ରୋକିବା ପାଇଁ, ଏନପିସିଆଇର ନିର୍ଦ୍ଦେଶ ଅନୁଯାୟୀ, ଗୁଗୁଲ ପେ’, ଫୋନ୍‌ପେ’ ଏବଂ ପେଟିଏମ ପରି ବ୍ୟାଙ୍କ ଓ ପେମେଣ୍ଟ ଆପ୍ ଏବେ ୟୁପିଆଇ ସିଷ୍ଟମରୁ ନିଷ୍କ୍ରିୟ ନମ୍ବରଗୁଡ଼ିକୁ ହଟାଇବେ।

ଆମେରିକାର ଟ୍ରମ୍ପ ସରକାର ଏପ୍ରିଲ ଖୁବଶୀଘ୍ର ବିଭିନ୍ନ ଦେଶ ପାଇଁ ପାରସ୍ପରିକ ଶୁଳ୍କ ବୃଦ୍ଧି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କିନ୍ତୁ ଜାରି ଆଲୋଚନା ମାଧ୍ୟମରେ ଭାରତ ପାଇ ଏଥିରେ କିଛି ପରିବର୍ତ୍ତନ ହୋଇପାରେ।
ବ୍ରାଜିଲ, ଭାରତ ଏବଂ ଚୀନ୍ ଭଳି ଦେଶଗୁଡ଼ିକରୁ ଉଚ୍ଚ ଶୁଳ୍କ ଆଦାୟ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପାରସ୍ପରିକ ଶୁଳ୍କ ବୃଦ୍ଧି ଆସନ୍ତା ଏପ୍ରିଲ ୨ ତାରିଖରୁ କାର୍ଯ୍ୟକାରୀ କରିବେ। କିନ୍ତୁ ଏ ନେଇ ଭାରତୀୟ ଅଧିକାରୀମାନେ ନୂଆଦିଲ୍ଲୀ ଏବଂ ୱାଶିଂଟନରେ ବର୍ତ୍ତମାନ ବାଣିଜ୍ୟ ଆଲୋଚନା କରୁଛନ୍ତି। ତେଣୁ ଆଶା କରାଯାଉଛି ଏଥିରେ କିଛି ପରିବର୍ତ୍ତନ ହୋଇପାରେ।
ପ୍ରକାଶ ଥାଉ କି, ମଙ୍ଗଳବାର ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନରେ ଉଦବୋଧନ ଦେବା ସମୟରେ ଟ୍ରମ୍ପ ବିଭିନ୍ନ ଦେଶ ପାଇଁ ଶୁଳ୍କ ବୃଦ୍ଧି ଘୋଷଣା କରିଥିଲେ। ଯାହା ବାଣିଜ୍ୟ ଯୁଦ୍ଧ ନେଇ ଚିନ୍ତାକୁ ତୀବ୍ର କରିଛି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ବାଣିଜ୍ୟ ଆଲୋଚନା ପାଇଁ ପ୍ରାୟ ସପ୍ତାହ ବ୍ୟାପୀ ଆମେରିକା ଗସ୍ତରେ ଅଛନ୍ତି।
ଚାଲିଥିବା ଆଲୋଚନା ସହିତ ପରିଚିତ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଭାରତ ପାଇଁ ଆମେରିକାର ଶୁଳ୍କ ବୃଦ୍ଧି ସଂପର୍କରେ ଗଠନମୂଳକ ଆଲୋଚନା ଚାଲିଛି। ଏହି ଶୁଳ୍କରେ କୋହଳ ହୋଇପାରେ କିମ୍ବା ଶୁଳ୍କ ଲାଗୁର ତାରିଖ ବଦଳି ପାରେ।

Pmo india